ମଦ ବିକ୍ରିକୁ ବିରୋଧ:ହଣାକଟାରେ ଜଣେ ମୃତ, ୯ ଆହତ

Get real time updates directly on you device, subscribe now.

ଖଲ୍ଲିକୋଟ, (ବି.ବି.ନୁ୍ୟଜ୍): ଖଲ୍ଲିକୋଟ ଥାନା ଅନ୍ତର୍ଗତ ପଥରା ଗ୍ରାମରେ ମଦ ବିକ୍ରି ଘଟଣାକୁ କେନ୍ଦ୍ର କରି ଗୋÂୀ ସଂଘର୍ଷ । ମଦ ସପକ୍ଷ ଓ ଗ୍ରାମବାସୀ ମଧ୍ୟରେ ହଣାକଟା । ଏହି ଘଟଣାରେ ଜଣଙ୍କର ମୃତୁ୍ୟ ହୋଇଛି । ଉଭୟ ପକ୍ଷର ୯ ଜଣ ଆହତ ହୋଇଛନ୍ତି । ଖଣ୍ଡା ଚୋଟରେ ପଥରା ଗ୍ରାମର ପିଣ୍ଟୁ ଦାସ(୩୦)ଙ୍କ ଘଟଣାସ୍ଥଳରେ ମୃତୁ୍ୟ ହୋଇଛି । ଆହତମାନେ ହେଲେ ପ୍ରତାପ ପଲେ(୨୮), ତୋଫାନ ପଲେଇ(୨୨), ରଞ୍ଜନ ଭାଙ୍ଗ(୩୫), ଧ୍ରୁବ ଟହଲ(୩୨), ସୁମନ ସୁବୁଦ୍ଧି(୩୦), ଉଲ୍ଲାସ ପଲେଇ(୨୦), ସଞ୍ଜୟ ସୁବୁଦ୍ଧି(୩୮) ଓ ନାରାୟଣ ସୁବୁଦ୍ଧି(୪୧) । ଆହତମାନଙ୍କୁ ଖଲ୍ଲିକୋଟ ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଥିଲା । ଗୁରୁତର ଚାରି ଜଣ ଗୁରୁତରଙ୍କୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ହସପିଟାଲ୍ ସ୍ଥାନାନ୍ତର କରାଯାଇଛି । ମୁଖ୍ୟ ଅଭିଯୁକ୍ତ ମଦ ବ୍ୟବସାୟୀଙ୍କୁ ଗିରଫ ଦାବିରେ ଗତକାଲି ମଧ୍ୟରାତ୍ରିରୁ ଆଜି ସନ୍ଧ୍ୟା ଯାଏଁ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ଗ୍ରାମରେ ଉତ୍ତେଜନା ଲାଗି ରହିଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗାଁରେ ଫୋର୍ସ ମୁତୟନ ହୋଇଛି ।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମଦ ବିକ୍ରିକୁ ନେଇ ପଥରା ଗ୍ରାମରେ ଦୁଇ ଗୋÂୀ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା । ଏହି ବିବାଦ ଗତକାଲି ରାତିରେ ଉଗ୍ର ରୂପ ଧାରଣ କରିଥିଲା । ଦୁଇ ପକ୍ଷ ମଧ୍ୟରେ ପ୍ରଥମେ ବଚସା । ପରବର୍ତ୍ତୀ ସମୟରେ ବିଭିନ୍ନ ମାରଣାସ୍ତ୍ର ଧରି ଉଭୟଙ୍କ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ । ପଥରା ଛକ ଦୀର୍ଘ ସମୟ ଧରି ରଣକ୍ଷେତ୍ର ପାଲଟିଥିଲା ।
ମରଣାସ୍ତ୍ର ଧରି ପରସ୍ପରକୁ ଆଖିବୁଜା ଆକ୍ରମଣ କରିଥିଲେ । ଆକ୍ରମଣରେ ରଞ୍ଜନ ଭାଙ୍ଗଙ୍କ ମୁଣ୍ଡ, ଧ୍ରୁବ ଟହଲଙ୍କ ବେକ ଓ ଆଖି, ପ୍ରତାପ ପଲେଇଙ୍କ ମୁଣ୍ଡ, ସଞ୍ଜୟ ସୁବୁଦ୍ଧିଙ୍କ ଆଖି ଓ ସୁମନ ସୁବୁଦ୍ଧିଙ୍କ ଗୋଟିଏ ଆଙ୍ଗୁଠି କଟି ଯାଇଥିବା ଡାକ୍ତର ରବିନାରାୟଣ ପାଢ଼ୀ କହିଛନ୍ତି ।
ଗୋÂୀ ସଂଘର୍ଷ ପରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ଦାବିରେ ଗ୍ରାମର କିଛି ମହିଳା ଭେଜିପୁଟ ଫାଣ୍ଡି ସମ୍ମୁଖରେ ଜାତୀୟ ରାଜପଥକୁ ମଧ୍ୟ ରାତିରେ ଅବରୋଧ କରିଥିଲେ । ଖଲ୍ଲିକୋଟ ଆଇଆଇସିଙ୍କ ନେତୃତ୍ୱରେ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ମହିଳାଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା । ସଂଘର୍ଷ ପରେ ତୁରନ୍ତ ଖଲ୍ଲିକୋଟ ଆଇଆଇସି ସତ୍ୟରଞ୍ଜନ ପ୍ରଧାନ, ରମ୍ଭା ଆଇଆଇସି କୃଷ୍ଣଚନ୍ଦ୍ର ସେଠୀ, ଗଞ୍ଜାମ ଜିଲ୍ଲା ଅତିରିକ୍ତ ଏସ୍ପି ଠାକୁର ପ୍ରସାଦ ପାତ୍ର, ଛତ୍ରପୁର ଏସ୍ଡିପିଓ ଗୌତମ କିଷାନ, ଖଲ୍ଲିକୋଟ ଥାନା ଏସ୍ଆଇ ସିଲୁ ଧଳ, ଭେଜିପୁଟ ଫାଣ୍ଡି ଅଧିକାରୀ ଟୁନା ପିଡ଼ିକା, ତହସିଲଦାର ଚକ୍ରଧର ପାଢ଼ୀ ୩ ପ୍ଲାଟୁନ ଫୋର୍ସ ସହ ଗ୍ରାମରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ସାମାନ୍ୟ ଆହତ ହୋଇଥିବା ୩ ଜଣଙ୍କୁ ଡାକ୍ତରଖାନାରୁ ଧରି ନେଇ ଥାନାରେ ଅଟକ ରଖିଥିବା ଅତିରିକ୍ତ ଏସ୍ପି ପାତ୍ର ସୂଚନା ଦେଇଛନ୍ତି । ଆଜି ମଧ୍ୟାହ୍ନରେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗ୍ରାମର ଜଣେ ମଦ ବ୍ୟବସାୟୀଙ୍କ ଘରେ ପଶି ଗଚ୍ଛିତ ଥିବା ବିପୁଳ ପରିମାଣର ଦେଶୀ ମଦ ପ୍ୟାକେଟ ସହ ବିଭିନ୍ନ ମାରଣାସ୍ତ୍ର ବାହାରକୁ ଆଣି ଗ୍ରାମର ମୁଖ୍ୟ ରାସ୍ତାରେ ଜମା କରିଥିଲେ । ମୃତ ପିଣ୍ଟୁ ଦାସଙ୍କ ଶବ ବ୍ୟବଚ୍ଛେଦ ହୋଇ ଅପରାହ୍ନ ୪ଟା ବେଳେ ଗ୍ରାମରେ ପହଞ୍ଚି ଥିଲା । ମୁଖ୍ୟ ଅଭିଯୁକ୍ତ ମଦ ବ୍ୟବସାୟୀଙ୍କ ଘର ଆଗରେ ମୃତଦେହ ଦାହ କରିବା ପାଇଁ ଗ୍ରାମବାସୀ ପ୍ରସ୍ତୁତି କରୁଥିଲେ । କିନ୍ତୁ ପୁଲିସ ସେମାନଙ୍କୁ ଗାଁ ଭିତରକୁ ଛାଡ଼ି ନଥିଲା । ଗାଁ ମୁହଁରୁ ଶବ ଫେରାଇ ଆଣି ଭେଜିପୁଟ ଜାତୀୟ ରାଜପଥ ଉପରେ ମୃତଦେହ ରଖି ଗ୍ରାମବାସୀ ପୁଣି ରାସ୍ତାଅବରାଧ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons