ମଦ ବୋଝେଇ ଅଟୋ ଜବତ

Get real time updates directly on you device, subscribe now.

ଗୋଷାଣି, (ବି.ବି.ନୁ୍ୟଜ୍): ଗୁରାଣ୍ଡି ଥାନା ପୁଲିସ ମଙ୍ଗଳବାର ଏକ ମଦ ବୋଝେଇ ଅଟୋକୁ ଜବତ କରିବା ସହ ଚାଳକକୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଯୁବକ ଭି.ଏଲ୍ ଲକ୍ଷ୍ମଣ ରାଓ, ଘର ନୀଳାପୁର ଗ୍ରାମରେ ବୋଲି ଜଣାପଡ଼ିଛି । ଏହି ଘଟଣାରେ ଏକ ମାମଲା ରୁଜୁକରି ଏଏସ୍ଆଇ ଜେ.ପି ପଟ୍ଟନାୟକ ତଦନ୍ତ କରୁଥିବା ଥାନାଧିକାରୀ ମୁକେଶ ବେହେରା କହିଛନ୍ତି । ସୂଚନା ଅନୁସାରେ, ମଙ୍ଗଳବାର ସାଢେ ୧୧ଟା ବେଳେ ଥାନାଧିକାରୀ ସହକର୍ମୀଙ୍କ ସହ ଗୋଷାଣି ନିକଟରୁ ପାଟ୍ରୋଲିଂ କରି ଫେରୁଥିଲେ । ଏ ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଅଟୋ(ଏପି-୩୦ୱାଇ-୨୭୮୬) ଯାଉଥିବା ଦେଖି ତାକୁ ଅଟକାଇ ଯାଞ୍ଚ କରିଥିଲେ । ଏ ସମୟରେ ଅଟୋରୁ ୩ ପେଟି ବିଦେଶୀ ମଦ ଜବତ କରାଯାଇଥିଲା । ଏହାସହ ଅଟୋ ଚାକଳକୁ ଗିରଫ କରି ପଚରା ଉଚରା କରିଥିଲା ପୁଲିସ । ଗୁରାଣ୍ଡିରୁ ମଦ କିଣି ନେଉଥିବା କହିଥିଲା ଲକ୍ଷ୍ମଣ । ଏହି ଘଟଣାରେ ପୁଲିସ ୧୦/୨୦୨୦ରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିବା ସହ ଅଟୋ ଚାଳକକୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଥାନାଅଧିକାରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons