ଭଦ୍ରକ, (ବି.ବି.ନୁ୍ୟଜ୍): ଭଦ୍ରକ ଜିଲ୍ଲା ଡାହାଣୀଗଢ଼ିଆ ଛକ ନିକଟରୁ ଏକ ମଦ ବୋଝେଇ ଅଟୋ ଜବତ କରାଯାଇଛି । ଏହି ଘଟଣାରେ ଅବକାରୀ ବିଭାଗ ଅଟୋ ଚାଳକ ସୁଦାମ ମଳିକଙ୍କୁ ଅଟକ ରଖି ପଚରା ଉଚରା କରୁଛି । ମିଳିତôବା ସୂଚନା ଅନୁସାରେ ଆଜି ସକାଳେ ଏକ ମଦ ବୋଝେଇ ଅଟୋ ଚରମ୍ପାରୁ ଲଚ୍ଛାପୁର ଅଭିମୁଖେ ଯାଉଥିଲା । ଏହି ସମୟରେ ଭଦ୍ରକ ଅବକାରୀ ବିଭାଗ କର୍ମଚାରୀ କୌଣସି ସୂତ୍ରରୁ ଖବର ପାଇ ଡାହାଣୀଗଢ଼ିଆ ଛକ ନିକଟରେ ଗାଡିଟିକୁ ଅଟକାଇଥିଲେ । ସେଥିରୁ ୨୦୦ ଲିଟରରୁ ଅଧିକ ଦେଶୀ ମଦ ଜବତ କରିଥିଲେ । ଏହି ୨୦୦ ଲିଟର ମଦକୁ ୪ଟି ବସ୍ତାରେ ପ୍ୟାକ୍ କରି ଅଟୋରେ ନିଆଯାଉଥିଲା ।
Comments are closed, but trackbacks and pingbacks are open.