ଏକ ସଦ୍ୟ ଅଧ୍ୟୟନ ଅନୁସାରେ, ଭିଟାମିନ୍-ଡି’ ଔଷଧ ନୂଆ କରି ମଧୁମେହ ଚିହ୍ନଟ ହୋଇଥିବା ଓ ତା’ର ଅବ୍ୟବହିତ ପୂର୍ବରୁ ରୋଗୀଙ୍କ ଟାଇପ୍-୨ ମଧୁମେହ ବୃଦ୍ଧି ହାରକୁ ହ୍ରାସ କରିପାରେ । ୟୁରୋପିଆନ୍ ଜଣ୍ଣ ର୍ାଲ ଅଫ୍ ଏଫୋକ୍ରିନୋଲୋଜି ପତ୍ରିକାରେ ଏହି ଅଧ୍ୟୟନ ପ୍ରକାଶ ପାଇଛି । ଟାଇପ୍-୨ ମଧୁମେହ ସମାଜ ଓ ରୋଗୀଙ୍କ ପାଇଁ ଅନ୍ୟତମ ସବୁଠୁ ବଡ଼ ବୋଝ ଭାବେ ଉଭା ହୋଇଛି । ଏହା ଦ୍ୱାରା ସ୍ନାୟୁ ଅଚଳ, ଦୃଷ୍ଟିହୀନତା ଓ କିଡ୍ନୀ ଅଚଳ ଆଦି ଗମ୍ଭୀର ସ୍ନାୟୁ ସମସ୍ୟା ଦେଖାଯାଏ । ମେଦବହୁଳତା, ବଂଶଗତ ଆଦି ବିଭିନ୍ନ କାରଣରୁ ଲୋକେ ଟାଇପ୍-୨ ମଧୁମେହର ଶିକାର ହୋଇଥାନ୍ତି । ଭିଟାମିନ୍-ଡି ଅଭାବରେ ଟାଇପ୍-୨ ମଧୁମେହ ଆଶଙ୍କା ବୃଦ୍ଧିପାଏ ବୋଲି ଯଦିଓ ପୂର୍ବ ଅଧ୍ୟୟନରେ ସ୍ପଷ୍ଟ ହୋଇଛି, କିଛି ଅଧ୍ୟୟନ ମେଟାବଲିକ୍ କାର୍ଯ୍ୟକଳାପରେ ସୁଧାର ସମ୍ପର୍କରେ ତଥ୍ୟ ଦେଇଛନ୍ତି । ସଦ୍ୟ ଅଧ୍ୟୟନରେ ମୁଖ୍ୟ ଗବେଷକ ଡା. କ୍ଲାଉଡିଆ ଗାଗନନ୍ ସାଥୀ ଗବେଷକଙ୍କ ସହ ନୂଆ କରି ଟାଇପ୍-୨ ମଧୁମେହ ଚିହ୍ନଟ ହୋଇଥିବା ଓ ଏହାର ଉଚ୍ଚ ଆଶଙ୍କାଯୁକ୍ତ ରୋଗୀଙ୍କ ଗ୍ଲୁକୋଜ୍ ମେଟାବଲିଜମ୍ ଉପରେ ଭିଟାମିନ୍-ଡି’ ଔଷଧର ପ୍ରଭାବକୁ ପରୀକ୍ଷା କରିଥିଲେ । ଉଚ୍ଚ ମାତ୍ରାର ଭିଟାମିନ୍-ଡି’ ଔଷଧ ଦେବାର ୬ ମାସ ପୂର୍ବରୁ ସେମାନଙ୍କ ଇନସୁଲିନ୍ କାର୍ଯ୍ୟକଳାପ ଓ ଗ୍ଲୁକୋଜ୍ ମେଟାବଲିଜମ୍କୁ ମପାଯାଇଥିଲା । ଯଦିଓ ଅଧ୍ୟୟନ ଆରମ୍ଭରେ ମାତ୍ର ୪୬ ପ୍ରତିଶତ ରୋଗୀଙ୍କଠାରେ ଭିଟାମିନ୍-ଡି’ ମାତ୍ରା କମ୍ ଜଣାପଡ଼ିଥିଲା, ଭିଟାମିନ୍-ଡି’ ଔଷଧ ଦେବାର ୬ ମାସ ପରେ ରୋଗୀଙ୍କ ମାଂସପେଶୀ ଟିସୁରେ ଇନସୁଲିନ୍ କାର୍ଯ୍ୟକଳାପରେ ସୁଧାର ପରିଲକ୍ଷିତ ହୋଇଥିଲା ।
Comments are closed, but trackbacks and pingbacks are open.