ଯାଜପୁର, (ବି.ବି.ନୁ୍ୟଜ୍): ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ହରିଦାସପୁର ଭିଏଲ୍ଡବ୍ଲୁ୍ୟ ସ୍ମିତାରାଣୀ ବିଶ୍ୱାଳ କାହିଁକି ଆତ୍ମହତ୍ୟା କଲେ ଏହାର କାରଣ ପୁଲିସ୍ ଖୋଜୁଛି । ହରିଦାସପୁର ସରପଞ୍ଚଙ୍କ ସ୍ୱାମୀ ତଥା ବିଜେଡି ନେତା ରୂପେଶ ଭଦ୍ରଙ୍କ ସମେତ କେତେକ ଡାଗରା ନେତାଙ୍କୁ ପୁଲିସ୍ ଅଟକ ରଖି ତଦନ୍ତ ଜାରି ରଖିଛି । ଅପମୃତୁ୍ୟ ଘଟଣାରେ ପାରିପାଶ୍ୱର୍ିକ ଘଟଣାବଳୀ, ଘଟଣାସ୍ଥଳ, ସ୍ମିତାଙ୍କ ପ୍ରଶାସନିକ କାର୍ଯ୍ୟଧାରାକୁ ପୁଲିସ୍ ପ୍ରାଥମିକ ତଦନ୍ତରେ ଯୋଡ଼ିଛି । ସ୍ମିତାଙ୍କ ବ୍ୟବଚ୍ଛେଦ ରିପୋର୍ଟ ଏ ଯାବତ୍ ପୁଲିସ୍ ହାତକୁ ଆସି ନଥିବା ବେଳେ, ଆତ୍ମହତ୍ୟା ଘଟଣାକୁ ପୁଲିସ୍ ହତ୍ୟା ଘଟଣା ବୋଲି ଦାବି କରିପାରୁ ନାହିଁ । ମାତ୍ର ତଦନ୍ତ ବେଳେ ବହୁ ଗୁଢ଼ତଥ୍ୟ ପୁଲିସ୍ ହାତରେ ରହିଛି ଓ ତଦନ୍ତ ଗୁମର ଫିଟାଇବାକୁ ସମର୍ଥ ହେବ ବୋଲି ପୁଲିସ୍ ଉଚ୍ଚ କର୍ତ୍ତୃପକ୍ଷ ମନ୍ତବ୍ୟ ଦେଉଛନ୍ତି । ସ୍ମିତା ମୃତୁ୍ୟ ରହସ୍ୟକୁ ଖୁବ୍ଶୀଘ୍ର ଉନ୍ମୋଚନ କରାଯିବ ବୋଲି ଏସ୍ପି ଚରଣ ସିଂ ମୀନା ପ୍ରତିକ୍ରିୟାରେ କହିଛନ୍ତି । ସ୍ମିତାଙ୍କ ରହସ୍ୟମୟ ଅପମୃତୁ୍ୟ ପଛରେ ରୂପେଶ-ସ୍ମିତାଙ୍କ ମଧ୍ୟରେ ରହିଥିବା ମଧୁୁର ସମ୍ପର୍କ ହିଁ ପ୍ରମୁଖ କାରଣ ବୋଲି ପୁଲିସ୍ ପ୍ରାଥମିକ ତଦନ୍ତ ବେଳେ ଜାଣିବାକୁ ପାଇଛି ।
ସ୍ମିତା ଘଟଣାଦିନ ଭତ୍ତା ବାଣ୍ଟିବା ପରେ ନିଜ ଘରକୁ ନ ଯାଇ ସରପଞ୍ଚ ସ୍ୱାମୀ ରୂପେଶ ଭଦ୍ରଙ୍କ ଅତିଥି ଭବନକୁ ଆସିଥିଲେ । ରୂପେଶଙ୍କ ପରିବାର ଓ ପିଇଓ ପରିବାର କିଛିଦିନ ତଳେ ରାଜ୍ୟ ବାହାରକୁ ଭ୍ରମଣରେ ମଧ୍ୟ ଯାଇଥିବାର ପୁଲିସ୍ ନିକଟରେ ସୂଚନା ରହିଛି । ଧର୍ମଶାଳାର ଗଳିକନ୍ଦି ଜାଣିଛି ଯେ, ସ୍ମିତା ଓ ରୂପେଶଙ୍କ ମଧ୍ୟରେ ବେଶ୍ ମଧୁର ସମ୍ପର୍କ ରହିଥିଲା । ଏହି ମଧୁର ସମ୍ପର୍କ ସହ ସ୍ମିତାର ମୃତୁ୍ୟ ଘଟଣା ନିଶ୍ଚିତ ଛନ୍ଦି ହୋଇ ରହିଛି ବୋଲି ତଦନ୍ତ ବେଳେ ଆପାତତଃ ପ୍ରମାଣ ମିଳିଛି ।
ତଦନ୍ତ ବେଳେ ଏହା ମଧ୍ୟ ଜଣା ପଡ଼ିଛି ଯେ, ସ୍ମିତା ଓ ରୂପେଶଙ୍କ ମଧ୍ୟରେ ବିଳମ୍ବିତ ରାତିରେ ନିୟମିତ ଟେଲିଫୋନ୍ ଯୋଗେ ବାର୍ତ୍ତାଳାପ ହୋଇଛି । ତଦନ୍ତ ବେଳେ ପୁଲିସ୍ ମଧ୍ୟ ସ୍ମିତା ଓ ରୂପେଶଙ୍କ ମଧ୍ୟରେ ଟେଲିଫୋନ୍ କଲ ରେକର୍ଡକୁ ଖୋଜିବାକୁ ଉଦ୍ୟମ କରୁଛି । ଉଭୟଙ୍କ ଟେଲିଫୋନ୍ ନମ୍ବରକୁ ଆଧାର କରି ସିଡିଆର ରିପୋର୍ଟ ସଂଗ୍ରହ କରିବା ସହ, ସ୍ମିତା-ରୂପେଶଙ୍କ ମଧୁର ସମ୍ପର୍କ କାହିଁକି ତୁଟିଗଲା ତାହା ହିଁ ପୁଲିସ୍ ପାଇଁ ତଦନ୍ତର ବିନ୍ଦୁ ପାଲଟିଛି ।
ରୂପେଶଙ୍କ ଅତିଥି ଭବନରେ ସ୍ମିତା ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟାର କେଇ ମିନିଟ୍ ପୂର୍ବରୁ ରୂପେଶ ଓ ତାଙ୍କର କେତେକ ସାଥୀ ସମ୍ପୃକ୍ତ ଅତିଥି ଭବନରେ ମଧ୍ୟାହ୍ନ ଭୋଜନ କରିବାକୁ ପ୍ରସ୍ତୁତି ଚଳାଇଥିଲେ । ରୂପେଶଙ୍କ ବେଡ୍ରୁମରେ ସ୍ମିତା ଆତ୍ମହତ୍ୟା କରିଥିବାରୁ ମୃତୁ୍ୟର କିଛିକ୍ଷଣ ପୂର୍ବର ଘଟଣା ହିଁ ଆତ୍ମହତ୍ୟାର ପ୍ରକୃତ କାରଣ ବୋଲି କୁହା ଯାଉଛି । ରୂପେଶଙ୍କ ଠାରୁ ମୃତୁ୍ୟର କେଇ ମିନିଟ୍ ପୂର୍ବରୁ ମାନସିକ ଆଘାତ ପାଇବାରୁ ସ୍ମିତା ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛି । ହରିଦାସପୁର ଗ୍ରାମ ପଞ୍ଚାୟତରେ ସରପଞ୍ଚ, ସରପଞ୍ଚ ସ୍ୱାମୀଙ୍କ ମେଳରେ ଭତ୍ତାବାଣ୍ଟି, ଖୁସି ମନରେ ମଧ୍ୟାହ୍ନ ଭୋଜନ କରିବାକୁ ଆଗେଇ ଆସିଥିବା ସ୍ମିତା ଅଚାନକ କାହିଁକି ଆତ୍ମହତ୍ୟା କରିବାକୁ ଆଗେଇ ଆସିଲେ ଏହାର ରହସ୍ୟ ରୂପେଶଙ୍କୁ ହିଁ ଜଣା ଅଛି । ତଦନ୍ତକାରୀ ପୁଲିସ୍ ରୂପେଶ ଠାରୁ ଆତ୍ମହତ୍ୟାର କାରଣ ସମ୍ପର୍କରେ ଗୁଢ଼ ରହସ୍ୟ ପାଇଥିବାର କୁହା ଯାଉଛି । ସ୍ମିତା ଓ ରୂପେଶଙ୍କ ମଧ୍ୟରେ କିଛି ପ୍ରତିଶ୍ରୁତି ଭଙ୍ଗ ହୋଇଥିବାରୁ କିମ୍ବା ଘଟଣାଦିନ ଅତିଥି ଭବନରେ ସ୍ମିତାଙ୍କୁ ରୂପେଶଙ୍କ ବିବାଦୀୟ ଆଚରଣ ଅତିÂ କରିଥିବାରୁ ସ୍ମିତା ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ସ୍ମିତା ଆତ୍ମହତ୍ୟାର କାରଣ ରୂପେଶ ଭଦ୍ର, ସ୍ମିତାଙ୍କ ପରିବାର ଓ ହରିଦାସପୁର ସରପଞ୍ଚ ଓ ଘଟଣାଦିନ ଅତିଥି ଭବନରେ ଉପସ୍ଥିତ ସମିତି ସଭ୍ୟ ଏବଂ ନେତୃବୃନ୍ଦ ଜାଣିଛନ୍ତି । ପୁଲିସ୍ ଏମାନଙ୍କ ମଧ୍ୟରୁ କେତେକଙ୍କୁ ଅଟକ ରଖି ଥାନାରେ ଜେରା କରୁଥିବା ବେଳେ, ଆଉ କେତେକ ଘଟଣାର ମୁଖ୍ୟ କାରକ ତଦନ୍ତ ବାହାରେ ରହିଛନ୍ତି । ପୁଲିସ୍ ଖୁବଶୀଘ୍ର ଅପରାଧର ଆପାତତଃ ପ୍ରମାଣ ଯୋଗାଡ଼ କରିବା ସହ, ଘଟଣାର ପର୍ଦ୍ଧାଫାସ କରିବାକୁ ଜିଲ୍ଲାବାସୀ ଉତ୍ସୁକତା ସହ ଅପେକ୍ଷା କରିଛନ୍ତି ।
Comments are closed, but trackbacks and pingbacks are open.