ମଧ୍ୟପ୍ରଦେଶରେ ଏନ୍କାଉଣ୍ଟରରେ ୨ ମାଓବାଦୀ ନିହତ

Get real time updates directly on you device, subscribe now.

ଭୋପାଳ: ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲାରେ ପୁଲିସ ସହ ସଂଘର୍ଷରେ ଜଣେ ମହିଳାଙ୍କ ସମେତ ୨ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି । ସେମାନେ ହେଲେ ତଣ୍ଡା ଦଳମ ସ୍କ୍ୱାଡ୍ର ମଙ୍ଗେଶ ଓ ନନ୍ଦି । ଉଭୟଙ୍କ ମୁଣ୍ଡ ଉପରେ ୮ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ଏସପି ଅଭିଷେକ ତିୱାରୀଙ୍କ ସୂଚନା ଅନୁଯାୟୀ ଲାନଝି ଥାନା ଅଞ୍ଚଳରେ ଥିବା ଜଙ୍ଗଲରେ ୬-୮ ଜଣ ମାଓବାଦୀ ଥିବା ସୂଚନା ମିଳିବା ପରେ ରାଜ୍ୟ ପୁଲିସ ଓ ସ୍ୱତନ୍ତ୍ର ବାହିନୀ ପକ୍ଷରୁ ସେଠାରେ କମ୍ବିଂ ଅପରେସନ ଆରମ୍ଭ ହୋଇଥିଲା । ଏହି ସମୟରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା । ଫଳରେ ୨ ଜଣ ମାଓବାଦୀ ପ୍ରାଣ ହରାଇଥିବା ବେଳେ ଅନ୍ଧାରର ସୁଯୋଗ ନେଇ ଅନ୍ୟମାନେ ସେଠାରୁ ଖସି ପଳାଇଛନ୍ତି । ସେମାନଙ୍କୁ ଧରିବା ଲାଗି ପୁଲିସ ପକ୍ଷରୁ ଜଙ୍ଗଲରେ କମ୍ବିଂ ଅପରେସନ ଜାରି ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons