ମଧ୍ୟାହ୍ନଭୋଜନରେ ଝିଟିପିଟି:୫୦ଛାତ୍ରଛାତ୍ରୀଅସୁସ୍ଥ

Get real time updates directly on you device, subscribe now.

ଭଦ୍ରକ,(ବି.ବି.ନୁ୍ୟଜ୍): ମଧ୍ୟାହ୍ନଭୋଜନ ଖାଇ ୫୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀଅସୁସ୍ଥ ହୋଇ ପଡ଼ିଛନ୍ତି । ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣା ଘଟିଛି ଭଦ୍ରକ ବ୍ଲକ କେଦାରପୁର ପ୍ରାଥମିକ ବିଦ୍ୟାଳୟରେ । ମୋଟ ୯୪ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୭ଜଣ ଖାଇ ସାରିବା ପରେ କେତେକ ଛାତ୍ରଛାତ୍ରା ଖାଦ୍ୟରେ ଏକ ମଲା ଝିଟିପିଟି ପଡ଼ିଥିବା ଦେଖିବାକୁ ପାଇଥିଲେ । ଗାଁ ଲୋକେ ଏବିଷୟ ଜାଣିବା ପରେ ବିଦ୍ୟାଳୟରେ ପହଞ୍ଚି ହୋହାଲ୍ଲା କରିଥିଲେ । ଏହି ଘଟଣା ପରେ ଭୟରେ ପ୍ରଧାନ ଶିକ୍ଷକ ବିଦ୍ୟାଳୟକୁ ଛୁଟି ଘୋଷଣା କରି ଦେଇଥିଲେ । ପରେଅଭିଭାବକମାନେ କୌଣସିଅଘଟଣଆଶଙ୍କାରେ ସେମାନଙ୍କ ପିଲାମାନଙ୍କୁ ନେଇ ସିଧା ଜିଲ୍ଲା ଚିକିତ୍ସାଳୟକୁ ନେଇଆସିଥିଲେ । ସେଠାରେ କର୍ତ୍ତବ୍ୟରତ ଡାକ୍ତରମାନେ ଛାତ୍ରଛାତ୍ରୀଙ୍କ ଚିକିତ୍ସା କରିବା ସହ ସେମାନଙ୍କ ଠାରେ କୌଣସି ପାଶ୍ୱର୍ ପ୍ରତିକ୍ରିୟାଅଛିକି ନାହିଁ, ତାକୁ ନିରୀକ୍ଷଣ କରିଥିଲେ । ସେମାନଙ୍କ ମଧ୍ୟରୁ ୫ଜଣଙ୍କୁ ଛାଡ଼ିଅବଶିଷ୍ଟ ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons