ନବରଙ୍ଗପୁର,(ବି.ବି.ନୁ୍ୟଜ୍): ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ଅଚାନକ ତାରାଗାଁ ନୋଡାଲ ସ୍କୁଲ ଗସ୍ତକରି ପିଲାଙ୍କ ସହ ପିଣ୍ଡାରେ ବସି ମଧ୍ୟାହ୍ନଭୋଜନ କରିଛନ୍ତି । ମନ୍ତ୍ରୀଙ୍କୁ ଆଜି ସହରର ଆରସିଡି ହାଇସ୍କୁଲ ପରିଦର୍ଶନରେ ନେବା ପାଇଁ ବିଭାଗ ପକ୍ଷରୁ ଯୋଜନା କରାଯାଇଥିଲା । ହେଲେ ସେ ଅଚାନକ ଯୋଜନା ପରିବର୍ତ୍ତନ କରି ତାଙ୍କ ଇଚ୍ଛା ଅନୁଯାୟୀ ଏହି ସ୍କୁଲ ପରିଦର୍ଶନରେ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ଶ୍ରେଣୀଗୃହକୁ ଯାଇଥିଲେ । ଶିକ୍ଷୟତ୍ରୀଙ୍କୁ ଡାକି ଶ୍ରେଣୀର ଶେଷଧାଡ଼ିରେ ବସିଥିବା ୨ ଜଣ ଛାତ୍ରୀଙ୍କ ନାଁ ପଚାରିଥିଲେ । କିନ୍ତୁ ଶିକ୍ଷୟତ୍ରୀ ଛାତ୍ରୀଙ୍କ ନାଁ ଜାଣି ନଥିବା କହିଥିଲେ । ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକ ଶିକ୍ଷୟତ୍ରୀ ଜଡ଼ିତ ନରହିଲେ ଶିକ୍ଷାଦାନ ମୂଲ୍ୟହୀନ ବୋଲି ମନ୍ତ୍ରୀ ପରାମର୍ଶ ଦେଇଥିଲେ । ସେଭଳିି ବିଦ୍ୟାଳୟର ରୋଷେଇଗୃହ, ଶୌଚାଳୟ ବୁଲି ଦେଖିଥିଲେ । ପରେ ପିଲାଙ୍କ ମଧ୍ୟାହ୍ନଭୋଜନ ବିଳମ୍ବ ନେଇ ମନ୍ତ୍ରୀ ବିଗିଡ଼ିଥିଲେ । ଶେଷରେ ପିଲାଙ୍କ ସହ ସ୍କୁଲ ପିଣ୍ଡାରେ ବସି ମନ୍ତ୍ରୀ ମଧ୍ୟାହ୍ନଭୋଜନ ଖାଇଥିଲେ । ମନ୍ତ୍ରୀଙ୍କ ସହ ସାଂସଦ ରମେଶ ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଝରିଗାଁ ବିଧାୟକ ପ୍ରକାଶ ମାଝୀ ମିଳିମିଶି ମଧ୍ୟାହ୍ନଭୋଜନ କରିଥିଲେ ।
Comments are closed, but trackbacks and pingbacks are open.