ମଧ୍ୟାହ୍ନ ଭୋଜନ ଖାଇ ୨୦ ଛାତ୍ରୀ ଅସୁସ୍ଥ

Get real time updates directly on you device, subscribe now.

ମୟୁରଭଞ୍ଜ,(ବି.ବି.ନୁ୍ୟଜ୍): ମୟୂରଭଂଜ ଜିଲ୍ଲା କରଞ୍ଜିଆଠାରୁ ୧୦ କିମି ଦୂର କରଞ୍ଜିଆ ବ୍ଲକ୍ ଅନ୍ତର୍ଗତ ଘୋଷଦାଠାରେ ଥିବା ମା’ ଅମ୍ବିକା ଲୁବୁମଣି ବାଳିକା ଉଚ୍ଚବିଦ୍ୟାଳୟର ଛାତ୍ରାବାସରେ ରହୁଥିବା ଅନ୍ତେବାସୀଙ୍କ ମଧ୍ୟରୁ ଆଜି ମଧ୍ୟାହ୍ନ ଭୋଜନ ଖାଇ ୨୦ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି । ସମସ୍ତଙ୍କୁ ଚିକିସôା ନିମନ୍ତେ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ଛାତ୍ରୀମାନେ ସୁସ୍ଥ ଥିବାର ଜଣାଯାଇଛି ।
୧୯୯୩ ମସିହାରେ ସ୍ଥାପିତ ଅମ୍ବିକର ଲୁବୁମଣି ବିଦ୍ୟାଳୟରେ ଅଷ୍ଟମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନର ବ୍ୟବସ୍ଥା ଥିବାବେଳେ ଛାତ୍ରୀ ନିବାସରେ ୫୪ ଜଣ ଛାତ୍ରୀ ରହୁଛନ୍ତି । ୨୦୧୫ରେ ଏହି ବିଦ୍ୟାଳୟ ବ୍ଲକ୍ ଗ୍ରାଣ୍ଟ ମାନ୍ୟତା ପାଇଥିଲେ ହେଁ ଛାତ୍ରୀନିବାସ ପାଇଁ କୌଣସି ସରକାରୀ ଅନୁଦାନ ମିଳିନଥାଏ । ଛାତ୍ରୀମାନେ ନିଜସ୍ୱ ଖର୍ଚ୍ଚରେ ଖାଦ୍ୟପାନୀୟର ବ୍ୟବସ୍ଥା କରିଥାନ୍ତି । ଆଜି ମଧ୍ୟାହ୍ନ ଭୋଜନରେ ଛାତ୍ରୀଙ୍କୁ ଭାତ, ଡାଲି, ଆଳୁମଟର ତରକାରୀ ସହିତ ସଜନା ଶାଗ ଦିଆଯାଇଥିଲା । ୧ଟା ୩୦ମି. ସମୟରେ ଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ଖାଇବା ପରେ ଦିନ ପ୍ରାୟ ୩ଟା ୩୦ ମି ସମୟରେ ଜଣେ ପରେ ଜଣେ ବାନ୍ତି କରିବାକୁ ଲାଗିଥିଲେ । ଅସୁସ୍ଥ ହୋଇପଡ଼ିଥିବା ୨୦ ଜଣ ଛାତ୍ରୀଙ୍କୁ ୨ଟି ବୋଲୋର ଯୋଗେ ଛାତ୍ରୀ ନିବାସ ଦାୟିତ୍ୱରେ ଥିବା ଶିକ୍ଷକ ଆଣି କରଞ୍ଜିଆ ଡାକ୍ତରଖାନାରେ ଚିକିସôା ନିମନ୍ତେ ଭର୍ତ୍ତି କରିଥିଲେ । ଏଠାରେ ସମସ୍ତ ଛାତ୍ରୀଙ୍କୁ ସାଲାଇନ ସହିତ ଔଷଧ ପ୍ରଦାନ କରାଯିବା ପରେ ସମସ୍ତ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁଧୁରିଥିବା ଜଣାଯାଇଛି । ଖାଦ୍ୟରେ ବିଷକ୍ରିୟାଜନିତ କାରଣରୁ ଏଭଳି ହୋଇଥିବାର ଉପଖଣ୍ଡ ଚିକିସôାଳୟ ଅଧୀକ୍ଷକ ଡାକ୍ତର କ୍ଷେତ୍ରବାସୀ ଦାଶ ପ୍ରକାଶ କରିଛନ୍ତି । ଖବର ପାଇଁ ପୂର୍ବତନ ବିଧାୟକ ବିଜୟ ନାଏକ ଡାକ୍ତରଖାନା ଯାଇ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଲେ । ତେବେ ବର୍ଷା ଦିନରେ ସଜନା ଗଛରେ ହେଉଥିବା ସଁବାଳୁଆ ସଜନାପତ୍ରରେ ଲାଗି ରହୁଥିବା ବେଳେ ଅସାବଧାନତା ବଶତଃ ଶାଗ ଗୁଡ଼ିକ ଠିକ୍ଭାବେ ବଛାଯାଇନଥିବା କାରଣରୁ ଏଭଳି ବିଷକ୍ରିୟାର ଶିକାର ହେଲେ ଅବା ଅନ୍ୟ ଖାଦ୍ୟରେ କୌଣସି ବିଷାକ୍ତ ପଦାର୍ଶ ମିଶ୍ରଣ ଫଳରେ ଏଭଳି ଅବସ୍ଥା ହେଲା ତାହା ସ୍ପଷ୍ଟ ହୋଇପାରି ନାହିଁ । ଏଭଳି ଦାୟିତ୍ୱହୀନତା ପାଇଁ ଯିଏ ଦାୟୀ , ତାଙ୍କ ବିରୋଧରେ କାର୍ଯ୍ୟାନୁÂାନ ନେବା ପାଇଁ ଦାବି ହେଉଥିବା ବେଳେ ଆଗାମୀ ଦିନରେ ଏଭଳି ପୁନାରବୃତ୍ତି ନହେବା ଦିଗରେ ଦୃଷ୍ଟି ଦେବା ମଧ୍ୟ ଜରୁରୀ ବୋଲି ମତ ପ୍ରକାଶ ପାଉଛି । ତେବେ ୫୪ ଜଣ ଅନ୍ତେବାସୀଙ୍କ ମଧ୍ୟରୁ ୨୦ ଜଣ କିଭଳି ଅସୁସ୍ଥ ହେଲେ ପ୍ରଶ୍ନ ଉଠୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons