ମନ୍ତ୍ରୀସ୍ତରୀୟ ବୈଠକରେ କରୋନା ଆକ୍ସନ ପ୍ଲାନ୍, ଲକଡାଉନ୍ କେମିତି ଉଠିବ ଓ ନୂଆ କ’ଣ ପଦକ୍ଷେପ ନେବେ ସରକାର..

Get real time updates directly on you device, subscribe now.

ନୂଆଦିଲ୍ଲୀ: କରୋନା ବିରୋଧରେ ଭାରତର ଯୁଦ୍ଧ ଜାରି ରହିଛି। ଏହି ବିପଦଜନକ ଭୂତାଣୁର ମୁକାବିଲା ଲାଗି ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କ ସମେତ ଅନ୍ୟ ବିଭାଗ ଓ ମନ୍ତ୍ରାଳୟ ଦିନରାତି ଉଦ୍ୟମ ଜାରି ରଖିଛନ୍ତି। ଏଥିରେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର ତାଙ୍କ ଘରେ ଗ୍ରୁପ ଅଫ ମିନିଷ୍ଟର୍ସ (ଜିଓଏମ) ବୈଠକ ଡାକିଥିବା ବେଳେ କରୋନା ଲକଡାଉନ୍‌ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଥିବା ଜଣାପଡିଛି।
ରାଜନାଥଙ୍କ ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରକାଶ ଜାବଡେକର, ସ୍ମୃତି ଇରାନୀ. ହରଦୀପ ପୁରୀ, ରାମବିଳାଶ ପାଶୱାନ୍, ସୁରେଶ ଗଙ୍ଗବାର ଓ ପିୟୁଷ ଗୋୟଲଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଯୋଗଦେଇଛନ୍ତି। ବୈଠକରେ ଦେଶର କରୋନା ଜନିତ ପରିସ୍ଥିତିର ସମୀକ୍ଷା କରାଯାଇଥିବା ବେଳେ ଲକଡାଉନ ସମ୍ପର୍କରେ ନୂଆ ରଣନୀତି ପ୍ରସ୍ତୁତ କରାଯାଇଛି।
ଏଥିରେ ପ୍ରଧାନମନ୍ତ୍ରୀ ଦେଶରେ ପ୍ରଥମ ଥର ଜାରି କରିଥିବା ୨୧ ଦିନିଆ ଲକଡାଉନ୍‌କୁ ହଠାତ୍ ପ୍ରତ୍ୟାହାର ନ କରିବାକୁ ସହମତି ହୋଇଛି। ଏଣୁ ରଣନୀତି ଅନୁସାରେ ପର୍ୟ୍ୟାୟକ୍ରମେ ଦେଶରୁ ଲକଡାଉନ୍‌ ପ୍ରତ୍ୟାହାର ହେବା ନେଇ ଆଲୋଚନା ହୋଇଥିବା ଜଣାପଡିଛି।
ଦେଶରେ କରୋନା ସଂକ୍ରମଣ ପରେ ଜିଓଏମର ଏହା ଚତୁର୍ଥ ବୈଠକ। ପୂର୍ବରୁ ପ୍ରଧାନମନ୍ତ୍ରୀ ତାଙ୍କ ମନ୍ତ୍ରୀମଣ୍ଡଳର ସମସ୍ତ ମନ୍ତ୍ରୀ ଓ ସହଯୋଗୀଙ୍କୁ କରୋନା ମହାମାରୀର ପ୍ରଭାବୀ ମୁକାବିଲା ଲାଗି ରଣନୀତି ପ୍ରସ୍ତୁତ କରିବାକୁ କହିଥିଲେ। ବିଶେଷ କରି ପ୍ରଧାନମନ୍ତ୍ରୀ ଏଥିଲାଗି ଗଠନ କରିଥିବା ଜିଓଏମକୁ କରୋନା ହଟ୍ ସ୍ପଟ୍ ଉପରେ ନଜର ରଖିବା, ରାଜ୍ୟ ଓ ଜିଲ୍ଲା ପ୍ରଶାସନ ସହ ନିରନ୍ତର ସମ୍ପର୍କରେ ରହିବା ଓ ଏଥିଲାଗି ସେମାନେ ନେଉଥିବା ପଦକ୍ଷେପସମେତ ଗ୍ରାସ୍‌ ରୁଟ୍ ସ୍ତରରରୁ ତାଙ୍କୁ ନିୟମିତ ସୂଚନା ଦେବାକୁ କହିଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons