ମନ୍ତ୍ରୀ ପରିଷଦ ବାହାରେ ୪ଜଣଙ୍କୁ କ୍ୟାବିନେଟ୍ ପାହ୍ୟା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟ ମନ୍ତ୍ରୀ ପରିଷଦ ବାହାରେ ୪ ଜଣଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ମିଳିଛି । ଏମାନଙ୍କ ମଧ୍ୟରେ ଦୁଇ ଜଣ ବିଧାୟକ ଥିବା ବେଳେ ଆଉ ଦୁଇ ଜଣ ବିଧାନସଭାର ସଦସ୍ୟ ନାହାନ୍ତି ।
କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । କ୍ୟାବିନେଟ୍ ପାହ୍ୟା ପାଇଥିବା ୪ଜଣଙ୍କ ମଧ୍ୟରେ ଅଛନ୍ତି ବିରୋଧୀ ଦଳ ନେତା ତଥା ବିଜେପି ବିଧାୟକ ପ୍ରଦୀପ୍ତ କୁମାର ନାୟକ, ଶାସକ ଦଳର ମୁଖ୍ୟ ସଚେତକ ବିଧାୟିକା ପ୍ରମିଳା ମଲ୍ଲିକ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଚୌହ୍ୱାନ ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପରାମର୍ଶଦାତା ଡା. କେ. ଶ୍ରୀନାଥ ରେ‡ୀ ।
କ୍ୟାବିନେଟ୍ ପାହ୍ୟାରେ ଥିବା ବିରୋଧୀ ଦଳ ନେତା ଓ ଶାସକ ଦଳ ମୁଖ୍ୟ ସଚେତକଙ୍କୁ ଦରମା ବାବଦରେ ମାସିକ ୪୦ ହଜାର ଟଙ୍କା, ଗାଡ଼ି ପାଇଁ ୧୭ ହଜାର, ସମ୍ପଚୁଆରୀ ଆଲାଉନ୍ସେସ ୪୦ ହଜାର, ଦୈନିକ ଭତ୍ତା ରାଜ୍ୟ ଭିତରେ ୧୫୦୦ ଓ ରାଜ୍ୟ ବାହାରେ ୨୦୦୦, ପରିବହନ ଖର୍ଚ୍ଚ କିଲୋମିଟର ପ୍ରତି ୧୫ ଟଙ୍କା, ଟେଲିଫୋନ୍ ପାଇଁ ୧୫ ହଜାର, ରିଫ୍ରେସ୍ମେଣ୍ଟ ପାଇଁ ୨୦୦୦ ସହିତ ମାଗଣା ସରକାରୀ କ୍ୱାର୍ଟର୍ସ, ବିଦୁ୍ୟତ୍ ବିଲ୍ର ୪୦ ପ୍ରତିଶତ ଏବଂ ପ୍ରଥମ ଶ୍ରେଣୀ ସରକାରୀ ଅଫିସରଙ୍କ ପାଇଁ ମେଡ଼ିକାଲ ସୁବିଧା ପାଉଛନ୍ତି ।
ସେହିଭଳି କ୍ୟାବିନେଟ୍ ପାହ୍ୟା ପାଇଥିବା ଶ୍ରୀ ଚୌହ୍ୱାନଙ୍କ ମାସିକ ଦରମା ୪୦ ହଜାର ଟଙ୍କା, ସମ୍ପଚୁଆରୀ ଆଲାଉନ୍ସେସ୍ ୪୦ ହଜାର, କାର୍ ପାଇଁ ୧୭ ହଜାର ଟଙ୍କା ପାଉଛନ୍ତି । ଏହାବାଦ୍ ଶ୍ରୀ ଚୌହ୍ୱାନଙ୍କୁ ଅନ୍ୟ କୌଣସି ସୁବିଧା ମିଳୁନାହିଁ । ଶ୍ରୀ ରେ‡ୀ ସରକାରଙ୍କଠାରୁ କୌଣସି ଅର୍ଥ ପାଉନଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ।
ମନ୍ତ୍ରୀ ଶ୍ରୀ ଆରୁଖ ଦର୍ଶାଇଛନ୍ତି ଯେ ୧୨ ଜଣ ବିଧାୟକ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଥିବାବେଳେ ସେମାନଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି । ଏମାନଙ୍କୁ ଜିଲ୍ଲା ଡିଆର୍ଡିଏ ଦପ୍ତର ପରିସରରେ ଅଫିସ୍ ଗୃହ, ମୋବାଇଲ୍ ଓ ଟେଲିଫୋନ୍ ପାଇଁ ମାସିକ ୧୫ ହଜାର ସହିତ ଫ୍ୟାr, କମ୍ପୁ୍ୟଟର ଏବଂ ଇଣ୍ଟରନେଟ୍ ଆଦି ଦିଆଯାଇଛି । ଏଥିସହିତ ଜଣେ ପ୍ରାଇଭେଟ୍ ସେକ୍ରେଟାରୀ ଓ ଜଣେ ପିଅନଙ୍କୁ ରାଜନୈତିକ ନିଯୁକ୍ତି ଦେବାର ସୁବିଧା ଅଛି । ଡିଆର୍ଡିଏ ପକ୍ଷରୁ ଜଣେ ପିଏ, ମିନିଷ୍ଟ୍ରିଆଲ୍ ଷ୍ଟାଫ୍ ଯୋଗାଇ ଦିଆଯାଇଛି । ମାସିକ ସର୍ବାଧିକ ୪୨ ହଜାର ଟଙ୍କା ପର୍ଯ୍ୟନ୍ତ ଭଡ଼ାରେ ଗୋଟିଏ ଗାଡ଼ି କମିଟି ଅଧ୍ୟକ୍ଷଙ୍କୁ ମିଳିଥିବାବେଳେ ଭତ୍ତା ଆକାରରେ ୩୮ ହଜାର ଟଙ୍କା ମିଳୁଛି । ଜିଲ୍ଲା ଭିତରେ କୌଣସି ସ୍ଥାନକୁ ଗସ୍ତରେ ଗଲେ ଦୈନିକ ୮୦୦ ଟଙ୍କା ପ୍ରଦାନ କରାଯାଉଛି ।
ସେହିଭଳି ବିଭିନ୍ନ ବିଭାଗରେ ପରାମର୍ଶଦାତା ନିଯୁକ୍ତି ପାଇଥିବା ବ୍ୟକ୍ତିମାନଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଥିଲେ ମଧ୍ୟ କୌଣସି ଦରମା କିମ୍ବା ଭତ୍ତା ମିଳୁନାହିଁ । ଏମାନଙ୍କ ମଧ୍ୟରୁ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗର ପରାମର୍ଶଦାତା ଥିବା ମୁଜିବୁଲ୍ଲା ଖାନଙ୍କୁ ଗୋଟିଏ ଇନୋଭା ଗାଡ଼ି ଦିଆଯାଇଥିବା ବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପରାମର୍ଶଦାତା ଥିବା ଅବସରପ୍ରାପ୍ତ ଆଇଏଏସ୍ ଅଫିସର ପି.କେ ପ୍ରଧାନଙ୍କୁ ଗୋଟିଏ ଇନୋଭା ଗାଡ଼ି ଦିଆଯାଇଛି । ଏଥିସହିତ ଶ୍ରୀ ପ୍ରଧାନଙ୍କୁ ନିୟମାନୁଯାୟୀ ଦୈନିକ ଭତ୍ତା ଓ ଯାତାୟାତ ଖର୍ଚ୍ଚ ମିଳୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons