ମନ୍ଦିରରୁ ରାତାରାତି ହୁଣ୍ଡି ଭାଙ୍ଗି ଲୁଟିନେଲେ ଟଙ୍କା

Get real time updates directly on you device, subscribe now.

ଢ଼େଙ୍କାନାଳ: ଢେଙ୍କାନାଳରେ ମନ୍ଦିରଗୁଡିକୁ ଏବେ ଟାର୍ଗେଟ କରିଛନ୍ତି ଲୁଟେରା। ଏପରି କି ୨ ଦିନରେ ୨ଟି ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟ କରିଥିବା ଦେଖାଯାଇଛି। ଗତ କାଲି ଢେଙ୍କାନାଳ ସହରର ଜୁବୁଲି ଟାଉନ ନାଗେଶ୍ୱର ଓ ପାର୍ବତୀ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିଥିବା ବେଳେ ଗତ ରାତିରେ ପୁଣି ଅନ୍ୟ ଏକ ମନ୍ଦିରରୁ ଲୁଟ କରିଥିବା ଜଣାପଡିଛି।
ଗତ ରାତ୍ରିରେ ଲୁଟ ହୋଇଥିବା ମନ୍ଦିର ସହରର କୋର୍ଟ ଛକରେ ଥିବା ବାବା ଆଖଣ୍ଡଳମଣି ଶିବ ମନ୍ଦିର ବୋଲି ଜଣାପଡିଛି। ମନ୍ଦିରର ଗ୍ରିଲ୍ ତାଡି ହୁଣ୍ଡିକୁ ଭାଙ୍ଗି ଦକ୍ଷିଣା ଟଙ୍କାକୁ ଲୁଟି ନେଇଥିବା ଜଣାପଡିଛି। ଆଜି ସକାଳେ ମନ୍ଦିରର ପୂଜକ ପୂଜା କରିବାକୁ ଆସିବା ବେଳେ ଲୁଟ ହୋଇଥିବା ଜାଣିବାକୁ ପାଇଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons