ଜୟପୁର: ଦିନକୁ ଦିନ ଚୋରଙ୍କ ପ୍ରାଦୁର୍ଭାବ ସହରରେ ବଢିବାରେ ଲାଗିଛି । ଦୁର୍ବୃତ୍ତମାନେ କିଛି ଦିନ ହେବ ବିନା ବାଧାରେ ଯେଉଁଠି ଚାହୁଁଛନ୍ତି ସେଠି ପଶି ଲୁଟପାଟ କରୁଛନ୍ତି । କେତେବେଳେ ଘରେ ପଶି ବାଇକ୍ ତ ଆଉ କେତେବେଳେ ଘର ସାମଗ୍ରୀ ଚୋରାଉଛନ୍ତି । ଉପଦ୍ରବ ଏତେ ବଢିଗଲାଣି ଯେ, ଭଗବାନଙ୍କୁ ବି ଛାଡୁ ନାହାନ୍ତି । ଆଜି ସ୍ଥାନୀୟ ଲାଲ୍ସାହି ବ୍ୟାଙ୍କ୍ କଲୋନି ଲୋକେଶ୍ୱରୀ ମନ୍ଦିରରେ ପଶି ଠାକୁରାଣୀଙ୍କ ରୁପା ମୁକୁଟ, କମରପଟି ଚୋରାଇ ନେଇଛନ୍ତି । ଆଉ କି କି ସମାଗ୍ରୀ ଚୋରି ହୋଇଛି ଜଣାପଡ଼ିନି । ଏ ସମ୍ପର୍କରେ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି । ଡଗ୍ ସ୍କ୍ୱାଡ୍, ଫରେନସିକ୍ ଟିମ୍ର ସଦସ୍ୟମାନେ ପହଞ୍ଚି ତନାଘନା ଆରମ୍ଭ କରିଥିବା ଏସଡିପିଓ ଅରୂପ ଅଭିଶେକ ବେହେରା କହିଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ଲୋକେଶ୍ୱରୀ ମନ୍ଦିରରୁ ଚୋରି ହୋଇଥିବା ସମ୍ପର୍କରେ ଆଜି ଜଣାପଡ଼ିଥିଲା । ସକାଳ ୭ଟାରେ ପୂଜକ ମନ୍ଦିର ଖୋଲିବା ବେଳେ ବାମ ପଟ ଗେଟ୍ ଭଙ୍ଗା ଯାଇଥିବା ଦେଖିଥିଲେ । ଠାକୁରାଣୀଙ୍କ ରୁପା ମୁକୁଟ ଏବଂ କମରପଟି ନଥିବା ଦେଖିବାକୁ ମିଳିଥିଲା । ପରିସରରେ ଥିବା ଏକ ଲୁହା ଆଲମାରିକୁ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଥିଲେ । ହୁଣ୍ଡିର କିଛି କ୍ଷତି ହୋଇନଥିଲା । ସେ(ପୂଜକ) ମନ୍ଦିର ଟ୍ରଷ୍ଟକୁ ଜଣାଇଥିଲେ । ମନ୍ଦିର ପରିଚାଳନା ଟ୍ରଷ୍ଟି ଡ. ସୁରେଶ ଦାଶ ଏ ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏସଡିପିଓ ଶ୍ରୀବେହେରା, ଆଇଆଇସି ସଞ୍ଜୟ କୁମାର ମଣ୍ଡଳ ଏବଂ ଅନ୍ୟ ଅଧିକାରୀମାନେ ପହଞ୍ଚିଥିଲେ । ଆଖପାଖ ଲୋକଙ୍କୁ ପଚରାଉଚରା କରିଥିଲେ । ପରେ ଖବର ପାଇ କୋରାପୁଟରରୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିଥିଲା । ଘଟଣାସ୍ଥଳରୁ କିଛି ନମୁନା ସଂଗ୍ରହ କରିଥିବା ଏସଡିପିଓ କହିଛନ୍ତି । ଏଏସ୍ଆଇ ବାସୁଦେବ ମାଝି ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।
ସୂଚନାଥାଉକି, ଗତ କିଛିଦିନ ହେବ ଦୁର୍ବୃତ୍ତମାନେ ସହରରେ ନାନା ଅଘଟଣ ଘଟାଉଛନ୍ତି । ତାଲା ଭାଙ୍ଗି ଘରେ ପଶି ବାଇକ୍ ଚୋରାଇବା ଏକ ନିତିଦିନିଆ ଘଟଣା ହୋଇଗଲାଣି । କିଛିଦିନ ତଳେ ପୁରୁଣା ମାଛ ମାର୍କେଟର ଜଣେ ଯୁବତୀଙ୍କ ଉପରକୁ ପେପର ସ୍ପେ୍ର କରି ତାଙ୍କ ବେକରୁ ସୁନା ଚେନ୍ ଲୁଟି ନେଇଥିଲେ । ପୁଲିସ ତପôରତା ଦେଖାଇ ବିଭିନ୍ନ ମାମଲାରେ ୬ ଜଣଙ୍କୁ ଗିରଫ କରିଥିଲା । ସପ୍ତାହେ ଭିତରେ ପାରାବେଡା, ନୂଆସାହିର ୨ ଜଣ ବ୍ୟକ୍ତିଙ୍କ ଘରୁ ୨ଟି ବୁଲେଟ୍ ଚୋରି ହୋଇଛି । ଯାହା ଟାଉନ୍ ପୁଲିସର କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିଦେ୍ର୍ଧଶ କରୁଛି । ପୁଲିସ ପକ୍ଷରୁ ଆଖି ଦୃଷ୍ଟିଆ କାର୍ଯ୍ୟାନୁÂାନ ହେଉନଥିବାରୁ ଅସାମାଜିକଙ୍କ ସାହସ ବଢୁଥିବା ଅଭିଯୋଗ ହେଉଛି । ପୁଲିସ୍ ପକ୍ଷରୁ ରାତ୍ରିକାଳୀନ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି ।
ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ


Comments are closed, but trackbacks and pingbacks are open.