ମନ୍ଦିରରେ ହୋଇଥାନ୍ତା ବାଲ୍ୟ ବିବାହ: ରୋକିଲା ପ୍ରଶାସନ

Get real time updates directly on you device, subscribe now.

ଅନୁଗୋଳ,(ବି.ବି.ନୁ୍ୟଜ୍): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ପାଟକୁମଣ୍ଡା ଗାଁରେ ହେବାକୁ ଯାଉଥିବା ବାଲ୍ୟ ବିବାହ ରୋକିବାରେ ସଫଳ ହୋଇଛି ପ୍ରଶାସନ । ବିବାହ ପୂର୍ବରୁ ହିଁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ମଣ୍ଡଳ ପରିଦର୍ଶିକା ଓ ଛେଣ୍ଡିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ବର-କନ୍ୟାର ପରିବାର ସଦସ୍ୟଙ୍କୁ ବୁଝାଇ ସୁଝାଇ ବାହାଘରକୁ ଅଟକାଇଛନ୍ତି । ସୂଚନାଅନୁସାରେ, ଗତକାଲି ପାଟକୁମଣ୍ଡା ଗାଁର ଜଣେ ଯୁବକଙ୍କ ବିବାହ ଜଣେ ନାବାଳିକାଙ୍କ ସହ ସ୍ଥିର ହୋଇଥିଲା । ଏହି ବାହାଘର ପାଟକୁମଣ୍ଡା ଗାଁ ମନ୍ଦିରରେ ହୋଇଥାଆନ୍ତା । ତେବେ ବାଲ୍ୟ ବିବାହ ହେଉଥିବା ଖବର ପାଇ ଛେର୍ଡିପଦା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ମଣ୍ଡଳ ପରିଦର୍ଶିକା ଓ ଛେଣ୍ଡିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଳେ । ଏହା ସହ ଉଭୟ ପୁଅ ଏବଂ ଝିଅଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ । ତେବେ ଦୁଇ ପରିବାର ବିବାହ ନକରିବା ପାଇଁ ସହମତ ହୋଇଥିଲେ । ଏଥିସହ ଝିଅର ବୟସ ୧୮ ନ ହେବା ପର୍ଯ୍ୟନ୍ତ ବିବାହ କରିପାରିବେ ନାହିଁ ବୋଲି ଉଭୟ ପରିବାର ଚୁକ୍ତିନାମା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons