ମନ୍ଦିର ଗ୍ରିଲ ତାଡି ହୁଣ୍ଡିରୁ ଟଙ୍କା ଲୁଟିନେଲେ ଲୁଟେରା

Get real time updates directly on you device, subscribe now.

ଢେଙ୍କାନାଳ: ଲୁଟେରାଙ୍କ ଟାର୍ଗେଟେରେ ଏବେ ମନ୍ଦିର । ମନ୍ଦିର ହୁଣ୍ଡିରୁ ଲୁଟ୍‌ । ଢେଙ୍କାନାଳ ଜିଲ୍ଲା ଜୁବୁଲି ଟାଉନ ନାଗେଶ୍ୱର ଶିବ ମନ୍ଦିରରୁ ଲୁଟ୍‌ ହୋଇଛି । ଘଟଣାସ୍ଥଳରେ ଟାଉନ୍‌ ଥାନା ପୋଲିସ ପହଞ୍ଚି ଛାନ୍‌ଭିନ୍ ଜାରି ରଖିଛି ।
ଖବର ଅନୁଯାୟୀ, ମଙ୍ଗଳବାର ରାତିରେ ଢେଙ୍କାନାଳ ସହରର ଜୁବୁଲି ଟାଉନ ସ୍ଥିତ ନାଗେଶ୍ୱର ମନ୍ଦିର ହୁଣ୍ଡିକୁ ଲୁଟିଛନ୍ତି ଲୁଟେରା । ମନ୍ଦିରର ଉଭୟ ନାଗେଶ୍ୱର ଶିବ ମନ୍ଦିର ଓ ପରିସରରେ ଥିବା ପାର୍ବତୀ ମନ୍ଦିରର ୨ଟି ହୁଣ୍ଡିକୁ ଭାଙ୍ଗି ଲୁଟି ନେଇଛନ୍ତି ଲୁଟେରା । ଭକ୍ତ ମାନେ ଦେଇଥିବା ଦକ୍ଷିଣା ଟଙ୍କାକୁ ବି ଲୁଟି ନେଇଛନ୍ତି । ମନ୍ଦିରର ଗ୍ରୀଲ ତାଡି ୨ଟି ଯାକ ହୁଣ୍ଡିରୁ ଟଙ୍କା ଲୁଟି ନେଇଛନ୍ତି । ଏହାସହିତ ହୁଣ୍ଡିରୁ ଟଙ୍କା ଲୁଟିବା ପରେ ଫିଙ୍ଗି ଦେଇ ଚମ୍ପଟ ମାରିଛନ୍ତି ଲୁଟେରା । ବୁଧବାର ଦିନ ସକାଳ ସମୟରେ ପୂଜକ ପୂଜା କରିବାକୁ ଆସିଥିବା ବେଳେ ଗ୍ରୀଲ୍‌ ତଡାଯାଇଥିବା , ଏବଂ ବାହାରେ ହୁଣ୍ଡି ପଡିଥିବା ଦେଖିଥିଲେ । ତୁରନ୍ତ ଏନେଇ ଟାଉନ ଥାନା ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ତେବେ ମନ୍ଦିରରୁ ପ୍ରାୟ ୪୦ହଜାର ଟଙ୍କା ଲୁଟି ନେଇଥିବା ପୂଜକ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons