ଜୟପୁର: ଗତବର୍ଷ ଭଳି ଏ ବର୍ଷ ମଧ୍ୟ ବିନା ଭକ୍ତରେ ରଥଯାତ୍ରା ଅନୁÂିତ ହେବ । ଉପଖଣ୍ଡରେ ଥିବା ସମସ୍ତ ଜଗନ୍ନାଥ ମନ୍ଦିର ପରିସରରେ ନିତିକାନ୍ତି ପାଳନ ହେବ । ଜୟପୁର ଜଗନ୍ନାଥ ମନ୍ଦିର ପରିସରରେ କେବଳ ସେବାୟତମାନେ ବିଧି ମୁତାବକ ରଥ ଟାଣିବେ । କୋଭିଡ୍ ରିପୋର୍ଟ ନେଗେଟିଭ୍ ଥିବା ସେବାୟତଙ୍କୁ ପରିଚୟପତ୍ର ମିଳିବ । ବିନା ଆଇକାର୍ଡରେ ମନ୍ଦିର ପରିସରକୁ କେହି ପଶି ପାରିବେନି । ଅପରାହ୍ନ ଗୋଟାଏରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜଗନ୍ନାଥ ମନ୍ଦିର ଲେନ୍କୁ ନୋ-ଏଣ୍ଟ୍ରି ଜୋନ୍ ଘୋଷଣା କରାଯାଇଥିବା ଉପଜିଲ୍ଲାପାଳ ହେମକାନ୍ତ ସୟ ସୂଚନା ଦେଇଛନ୍ତି ।
ସ୍ଥାନୀୟ ପୌରସଂସ୍ଥା କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସୟଙ୍କ ସହ ଦୋବୋତ୍ତର ଅଧିକାରୀ ତଥା ତହସିଲଦାର ପ୍ରଧାନ ଟୁଲ୍ଲିଆମ୍ମା, ଟାଉନ ଥାନା ଆଇଆଇସି ସଞ୍ଜୟକୁମାର ମଣ୍ଡଳ, ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପୀତବାସ ବିଶ୍ୱାଳ ଉପସ୍ଥିତ ଥିଲେ । ଉପଜିଲ୍ଲାପାଳ ଶ୍ରୀ ସୟ କହିଛନ୍ତି, ଜୟପୁର ସହ ଉପଖଣ୍ଡରେ ଥିବା ଅନ୍ୟ ଜଗନ୍ନାଥ ମନ୍ଦିରରେ କେବଳ ବିଧି ମୁତାବକ ରଥଯାତ୍ରା ପାଳନ କରାଯିବ । କୌଣସି ସ୍ଥାନରେ ଭକ୍ତଙ୍କୁ ରଥ ଟାଣିବାକୁ ଦିଆଯିବନି । ଜୟପୁର ଜଗନ୍ନାଥ ମନ୍ଦିରରେ ସମାନ ବ୍ୟବସ୍ଥା କରାଯାଇଛି । ଦେବୋତ୍ତର ବିଭାଗ ପକ୍ଷରୁ ସେବାୟତଙ୍କୁ ଚିହ୍ନଟ କରାଯାଇଛି । ପ୍ରାୟ ୪୦ ସେବାୟତଙ୍କ ନମୁନା ସଂଗ୍ରହ କରାଯାଇଛି । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍ ଆସିବ, ସେମାନେ ଠାକୁରଙ୍କ ନିତିକାନ୍ତିରେ ସାମିଲ ହେବେ । ସେମାନଙ୍କୁ ଦେବୋତ୍ତର ବିଭାଗ ପକ୍ଷରୁ ପରିଚୟପତ୍ର ପ୍ରଦାନ କରାଯିବ । ପୁଲିସ ପକ୍ଷରୁ ପରିଚୟପତ୍ର ଯାଞ୍ଚ କଡ଼ାକଡ଼ି କରାଯିବ । କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯିବ । ଗଣମାଧ୍ୟମ ପ୍ରତିନିଧି ବି ମନ୍ଦିର ପରିସରକୁ ଯାଇ ପାରିବେନି । ପ୍ରଶାସନ ପକ୍ଷରୁ ସେମାନଙ୍କୁ ଆବଶ୍ୟକ ଲିଙ୍କ୍, ଫଟୋ ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି ।
ରଥଯାତ୍ର ସମୟରେ ଟ୍ରାଫିକ୍ ପରିଚାଳନା ଲାଗି ଗୋଟିଏ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ । ମନ୍ଦିର ସାମନା ଲେନ୍କୁ ନୋ-ଏଣ୍ଟ୍ରି ଜୋନ୍ ଭାବେ ଘୋଷଣା କରାଯାଇଛି । ଏହି ସମୟରେ ଉକ୍ତ ରାସ୍ତାଦେଇ କୌଣସି ଗାଡ଼ିମୋଟର ଚଳାଚଳ କରିପାରିବନି । ରଜାନଅର ଛକ ଏବଂ ଗଙ୍ଗାନଗର ଛକରେ ୨ଟି ବ୍ୟାରିକେଟ୍ କରାଯିବ । ଏଥିସହ ଜଗନ୍ନାଥ ମନ୍ଦିର ପାଚେରୀର ଉଭୟ ପଟେ(ପୂର୍ବ ଦିଗରେ) ଆଉ ୨ଟି ଏବଂ ମନ୍ଦିର ସାମନା ରାସ୍ତାରେ ବି ବ୍ୟାରିକେଡ୍ ଲାଗିବ । ପ୍ରତ୍ୟେକ ବ୍ୟାରିକେଡ୍ରେ ପୁଲିସ ମୁତୟନ କରାଯିବାକୁ ନିଦେ୍ର୍ଧଶ ଦିଆଯାଇଛି । କୌଣସି ଭକ୍ତ ମନ୍ଦିର ନଆସି ଘରେ ବସି ଠାକୁରଙ୍କ ନିତିକାନ୍ତି ଦେଖିବାକୁ ସେ ଅନୁରୋଧ କରିଛନ୍ତି ।
ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ
Comments are closed, but trackbacks and pingbacks are open.