ମର୍କେଟିଂ ମ୍ୟାନେଜର ସହ ୨ ସିକୁ୍ୟରିଟି ଗାର୍ଡ ଗିରଫ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରିପୋର୍ଟିଂ ବେଳେ ମହିଳା ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାରେ ସହିଦନଗର ଥାନା ପୁଲିସ ଏସପ୍ଲାନେଡର ମାର୍କେଟିଂ ମ୍ୟାନେଜର ସହ ୨ ଜଣ ତଳିଆ କର୍ମଚାରୀଙ୍କୁ ଗିରଫ କରିଛି । ତୀବ୍ର ପ୍ରତିବାଦ ପରେ ପୋଲିସ ଶ୍ୟାମା ଝାଙ୍କୁ ସନ୍ଧ୍ୟାବେଳେ ଗିରଫ କରିଥିଲା । ସେମାନେ ହେଲେ ଖୋର୍ଦ୍ଧା ଜଙ୍କିଆ ଥାନା ଅଧୀନ କିମା ଗାଁର ମୋହନ ଚରଣ ବିଶ୍ୱାଳ(୩୮) ଓ ସମ୍ବଲପୁର କୁଚିଣ୍ଡା ଅଞ୍ଚଳର ପଙ୍କଜ ସାହୁ (୨୫) । ଦୁଇ ଅଭିଯୁକ୍ତ ଏସ୍ପ୍ଲାନେଡ୍ରେ ସିକୁ୍ୟରିଟି ଗାର୍ଡ ଭାବେ କାମ କରନ୍ତି । ସେପଟେ ଆକ୍ରମଣ କରିବାକୁ ନିଦେ୍ର୍ଧଶ ଦେଇଥିବା ମଲ୍ର ଅଧିକାରୀ ଧରାଛୁଆଁ ଦେଉନାହାନ୍ତି ।
ପୁଲିସ କହିବା ମୁତାବକ, ଗତକାଲି ‘ଅର୍ଗସ୍ ଟିଭି’ ର ମହିଳା ସାମ୍ବାଦିକ ସ୍ୱାତୀ ଜେନାଙ୍କୁ ଆକ୍ରମଣ ଘଟଣାରେ ଏମାନେ ସାମିଲ୍ ଥିଲେ । ସାମ୍ବାଦିକାଙ୍କୁ ନିଜ କର୍ତ୍ତବ୍ୟ ପାଳନରେ ଏମାନେ ବାଧା ଦେଇଥିଲେ । ତାଙ୍କ ସହ ଜୋର୍ ଦବରଦସ୍ତି କରିବା ସହ ତାଙ୍କ ମର୍ଯ୍ୟାଦାହାନୀ କରିଥିଲେ । ଏନେଇ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୩୪୧, ୩୪୨, ୩୨୩, ୩୫୪ ଓ ୩୪ ଲଗାଯାଇଛି । ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସେପଟେ ପୁଲିସର କାର୍ଯ୍ୟାନୁÂାନ ଭୟରେ ଆକ୍ରମଣରେ ସାମିଲ୍ ଥିବା ଅନ୍ୟ ସିକୁ୍ୟରିଟି ଗାର୍ଡମାନେ ଫେରାର୍ ହୋଇଯାଇଛନ୍ତି ।
ସୂଚନାଯୋଗ୍ୟ, ଗତକାଲି ବେଆଇନ୍ ପାର୍କିଂ ଫି ସମ୍ପର୍କରେ ଖବର ସଂଗ୍ରହ ପାଇ କ୍ୟାମେରାମ୍ୟାନ୍ ପ୍ରମୋଦ ମହାପାତ୍ରଙ୍କ ସହ ସ୍ୱାତୀ ଏକ୍ସପ୍ଲାନେଡ୍ ମଲ୍କୁ ଯାଇଥିଲେ । ସେଠାରେ ଖବର ସଂଗ୍ରହ ବେଳେ ସେ ସପିଂ ମଲ୍ର ସିକୁ୍ୟରିଟି ଗାର୍ଡ ଓ ବାଉନ୍ସରମାନେ ତାଙ୍କୁ ଜବରଦସ୍ତି ଅଟକାଇଥିଲେ । ତାଙ୍କଠାରୁ କ୍ୟାମେରା ଓ ବୁମ୍ ଛଡାଇ ନେଇ ମାଡ଼ ମାରିବା ସହ ଅସଦାଚରଣ କରିଥିଲେ । ଖାଲି ସେତିକି ନୁହେଁ, ମଲ୍ର କର୍ମଚାରୀମାନେ ତାଙ୍କୁ ଏକ ନିବୁଜ କୋଠରୀରେ ବନ୍ଦ କରି ରଖିଥିଲେ । ବାଉନ୍ସରମାନେ କ୍ୟାମେରାମ୍ୟାନ୍ଙ୍କୁ ମାଡ଼ ମାରିବା ସହ କ୍ୟାମେରା ଭାଙ୍ଗି ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons