ମର୍ମନ୍ତୁଦ ଦୁର୍ଘଟଣା: ୨ ମୃତ, ୭ ଆହତ

Get real time updates directly on you device, subscribe now.

ରାୟଗଡା,(ବି.ବି.ନୁ୍ୟଜ୍): ଶେଷଖାଲ ଓ ଚାନ୍ଦିଲି ଥାନା ଅଞ୍ଚଳରେ ଘଟିଛି ଦୁଇଟି ସଡ଼କ ଦୁର୍ଘଟଣା । ଶେଷଖାଲ ଥାନା ହଂସା ଛକ ନିକଟରେ ଟ୍ରକ ଓ କାର୍ ମଧ୍ୟରେ ଧକ୍କା ହୋଇ ୨ ଜଣଙ୍କ ମୃତୁ୍ୟ ହୋଇଛି ଏବଂ ୬ ଜଣ ଆହତ ହୋଇଛନ୍ତି । ମୃତକ ହେଲେ ଗଜପତି ଜିଲ୍ଲା ଖିଡିଂ ଗ୍ରାମର ଏଲ. ସୁମନ୍ତ କୁମାର(୨୦) ଓ ଡ୍ରାଇଭର ଏମ. ରାମୁ(୨୫) । ଆହତ ୬ ଜଣ ହେଲେ କେ. ଅଭିଶେକ, କେ. ଭେଙ୍କଟେଶ, ଏମ. ଶ୍ରୀଧର, ଶେଷ ଗିରି, କେ. ହିମାଂଶୁ ଓ ଏମ୍ ସିଦ୍ଧୁ । ସେମାନଙ୍କ ମଧ୍ୟରୁ ଭେଙ୍କଟେଶଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ବିଶାଖାପାଟନମ ସ୍ଥାନାନ୍ତର କରାଯାଇଛି । ସେହିପରି ଚାନ୍ଦିଲି ଥାନା ଅନ୍ତର୍ଗତ କୋତାପେଟାଠାରେ ଅନ୍ୟ ଏକ ଦୁର୍ଘଟଣାରେ ଜଣେ ଆହତ ହୋଇଛନ୍ତି । ସେ ହେଲେ ସୁନୀତା ସେନାପତି(୩୪) ।
ମିଳିଥିବା ସୂଚନା ଅନୁଯାୟୀ, ଖିଡିଂ ଗ୍ରାମର ୮ ଜଣ ଛାତ୍ର ସାଙ୍ଗ ହୋଇ ରାୟଗଡା ଆସିଥିଲେ । ମା ମଝିଘରିଆଣୀ ମନ୍ଦିର ବୁଲିବା ପରେ ଶେଷଖାଲ ଥାନା ଅନ୍ତର୍ଗତ ବୈରାଗୀହାଲୁଆସ୍ଥିତ ଜଳପ୍ରପାତ ବୁଲି ଯାଇଥିଲେ । ସେଠାରେ ଜଳପ୍ରପାତରେ ଗାଧୋଇ ରାୟଗଡା ଦେଇ ନିଜ ଗାଁ ଖିଡ଼ିଂ ଅଭିମୁଖେ ବାହାରିଥିଲେ । ଭଡା କାର ନମ୍ବର (ଓଡି-୧୦-ସି-୧୧୩୩)ରେ ଯାଉଥିବା ବେଳେ ରାୟଗଡାରୁ ଆନ୍ଧ୍ରପ୍ରଦେଶ ଯାଉଥିବା ଟ୍ରକ (ସିଜି-୦୯-ଜେଇ-୭୧୨୪) ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର୍ର ସମ୍ମୁଖ ଭାଗ ଚୁର୍ମାର୍ ହୋଇଯାଇଥିଲା । ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ମୃତୁ୍ୟ ହୋଇଥିଲା । ଖବରପାଇ ଶେଷଖାଲ ପୁଲିସ ସମେତ ଜେମାଦେଇପେଣ୍ଠ, ହଂସା ଓ ପାରତାପୁର ଗ୍ରାମର ଲୋକେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଆହତମାନଙ୍କ ଚିକିତ୍ସା ଚାଲିଛି । ଶବ ଦୁଇଟିକୁ ଚିକିତ୍ସାଳୟରେ ରଖାଯାଇଛି ।
ସେହିପରି ଚାନ୍ଦିଲି ଥାନା ଅନ୍ତର୍ଗତ କୋତାପେଟାରେ ମଧ୍ୟ ଏକ କାର୍ ଓ ଟ୍ରକ ମଧ୍ୟରେ ଧକ୍କା ହୋଇଛି । କୋଲନରା ବ୍ଲକ ଅଣ୍ଟାମଡା ଗାଁର ଏକ ଦମ୍ପତ୍ତି ନିଜ କାର୍ (ଓଡି-୦୨-ଏଜି-୫୨୫୩)ରେ ରାୟଗଡା ଆସି ଫେରିବା ବେଳେ ଟ୍ରକ ନମ୍ବର (ଓଆର-୧୪-ଜି-୩୪୭୭) ଧକ୍କା ଦେଇଥିଲା । ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଫଳରେ ସୁନିତା ସେନାପତି(୩୪) ଗୁରୁତର ଆହତ ହୋଇଥିଲେ । ତାଙ୍କୁ ସ୍ଥାନୀୟ ବାସିନ୍ଦା ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସରେ ପଠାଇଥିଲେ । ଏହି ଦୁର୍ଘଟଣା ପାଇଁ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଥିଲା । ଟ୍ରକଟକୁ ପୁଲିସ ବାହାର କରିବା ପରେୠାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons