ମଲା ଝିଟିପିଟି ପରେ ପାଣି ପାଇପରୁ ବାହାରିଲା ମଲା ବେଙ୍ଗ

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ୍): ମୁ୍ୟନିସିପାଲିଟି ଦ୍ୱାରା ସହରବାସୀଙ୍କୁ ଯୋଗାଇ ଦିଆଯାଉଥିବା ପାଣି ପାଇପରୁ ବାହାରିଛି ମଲା ବେଙ୍ଗ । କିଛି ଦିନ ପୂର୍ବବେ ଉକ୍ତ ପାଇପରୁ ଏକ ମଲା ଝିଟିପିଟି ବାହାରିଥିଲା । ରାୟଗଡ଼ାସ୍ଥିତ ନୁ୍ୟକରୋନୀରେ ଥିବା ଏକ ପାଇପରୁ ବୁଧବାର ମଲା ବେଙ୍ଗ ବାହାିରବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବୁଧବାର ନୁ୍ୟ କଲୋନୀ ପ୍ରଥମ ଲାଇନ୍ ଭେଟେନାରୀ ଅଫିସ ନିକଟସ୍ଥ ପାଣି ପାଇପରୁ ଲୋକମାନେ ପାଣି ନେବାବେଳେ ଦୁର୍ଗନ୍ଧ ହେବା ସହ ପଚା ସଢ଼ା ଜିନିଷ ବାହାରିଥିଲା । ସନ୍ଧ୍ୟାରେ ପୁଣି ସେପରି ହେବାରୁ ସ୍ଥାନୀୟ ଲୋକଙ୍କର ସନେ୍ଦହ ହୋଇଥିଲା । ନଳ ଖୋଲି ଦେଖିବାରୁ ସେଥିରେ ପଚିସଢ଼ି ଯାଇଥିବା ବେଙ୍ଗ ବାହାରିଥିଲା । କିଛି ଦିନ ତଳେ ପାଣି ପାଇପରୁ ମଲା ଝିଟିପିଟି ବାହାରିଥିବା ସ୍ଥାନୀୟ ଲୋକେ କହିଛନ୍ତି । ଏନେଇ ମୁ୍ୟନିସିପାଲଟି ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons