ମାତ୍ରାଧିକ ମସଲାଯୁକ୍ତ ଖାଦ୍ୟ ଖାଉଥିବା ଲୋକଙ୍କୁ ଡିମେନ୍ସିଆ ଆଶଙ୍କା ବେଶି ବୋଲି ସଦ୍ୟ ଅ୍ମୟନ ପ୍ରସ୍ତାବ ଦେଇଛି । ଯେଉଁମାନେ ଦିନକୁ ୫୦ ଗ୍ରାମ୍ରୁ ଅଧିକ ଲଙ୍କା ଖାଇଥିଲେ, ସ୍ମୃତି ଓ ଧୀ ସମ୍ବନ୍ଧୀୟ ପତନ ଆଶଙ୍କା ସେମାନଙ୍କଠାରେ ଦୁଇଗୁଣ ଅଧିକ ଥିଲା । ଦୀର୍ଘ ୧୫ ବର୍ଷର ଅଧ୍ୟୟନ ପରେ ଗବେଷକମାନେ ଏହା ଦାବି କରିଛନ୍ତି । ୫୫ ବର୍ଷ ବୟସରୁ ଉଦ୍ଧ୍ୱର୍ ଚୀନ୍ର ୪,୫୮୨ ଜଣ ବୟସ୍କଙ୍କ ଉପରେ ଏହି ଅ୍ମୟନ ପରିଚାଳିତ ହୋଇଥିଲା । ନିୟମିତ ଦିନକୁ ୫୦ ଗ୍ରାମ୍ରୁ ଅଧିକ ଲଙ୍କା ଖାଇଥିବା ବ୍ୟକ୍ତିଙ୍କ ଧୀ ସମ୍ବନ୍ଧୀୟ ଦ୍ରୁତ ପତନର ପ୍ରମାଣ ଏଥିରୁ ମିଳିଲା । ଜୁମିନ୍ ଶିଙ୍କ ନେତୃତ୍ୱରେ କତାର ୟୁନିଭର୍ସିଟିରେ ଏ ନେଇ ଅଧ୍ୟୟନ ହୋଇଥିଲା । ଅଧିକ ଓଜନବିଶିଷ୍ଟ ବ୍ୟକ୍ତିଙ୍କ ଅପେକ୍ଷା ସାଧାରଣ ଓଜନବିଶିଷ୍ଟ ବ୍ୟକ୍ତି ଲଙ୍କା ଖାଇବାକୁ ନେଇ ଅଧିକ ସମ୍ବେଦନଶୀଳ ହୋଇପାରନ୍ତି, ତେଣୁ ଏହା ସେମାନଙ୍କ ସ୍ମୃତି ଓ ଓଜନ ଉପରେ ପ୍ରଭାବ ପକାଏ । ଲଙ୍କାକୁ ଭଲପାଉଥିବା ପତଳା ଲୋକଙ୍କ ସ୍ମୃତିଶକ୍ତିରେ ଗୁରୁତ୍ୱପୂଣ୍ଣ ର୍ ହ୍ରାସ ପରିଲକ୍ଷିତ ହୋଇଥିଲା । ଲଙ୍କା ଖାଉନଥିବା ବ୍ୟକ୍ତିଙ୍କ ତୁଳନାରେ ପ୍ରଚୁର ଲଙ୍କା ଖାଇଥିବା ବ୍ୟକ୍ତି ଅଧିକ ଶାରୀରିକ ସକ୍ରିୟ ଥିଲେ । ନ୍ୟୁଟ୍ରିଏଣ୍ଟସ ପତ୍ରିକାରେ ଏହି ଅଧ୍ୟୟନ ପ୍ରକାଶ ପାଇଛି । ଶରୀର ଓଜନ ଓ ରକ୍ତଚାପ ପାଇଁ ଲଙ୍କା ଖାଇବା ଲାଭକର ବୋଲି ପୂର୍ବ ଅଧ୍ୟୟନ ପ୍ରସ୍ତାବ ଦେଇଥିଲା । କିନ୍ତୁ ବୟସ୍କଙ୍କ ସ୍ମରଣ ଶକ୍ତି ହ୍ରାସରେ ଏହାର ନକାରାତ୍ମକ ପ୍ରଭାବ ସମ୍ପର୍କରେ ସଦ୍ୟ ଅଧ୍ୟୟନ ପ୍ରମାଣ ପାଇଥିବା ଜୁମିନ୍ କହିଛନ୍ତି ।
Comments are closed, but trackbacks and pingbacks are open.