ମହଙ୍ଗା ପଡ଼ିଲା ସୋସିଆଲ ମିଡ଼ିଆରେ କରୋନା ଗୁଜବ:ବନ୍ଧାହେଲେ ଦୁଇ

Get real time updates directly on you device, subscribe now.

ତାଳଚେର/ଗଁଦିଆ,(ବି.ବି.ନୁ୍ୟଜ୍): ସୋସିଆଲ୍ ମିଡିଆରେ ‘କରୋନା’ ନେଇ ଗୁଜବ ପ୍ରଚାର କରିବା ମହଙ୍ଗା ପଡ଼ିଲା । ଗୁଜବ ପ୍ରଚାର କରିବା ନେଇ ଅନୁଗୁଳ ଜିଲ୍ଲାର ତାଳଚେର ଓ ଢେଙ୍କାନାଳ ଜିଲ୍ଲାର ଗଁଦିଆ ଅଞ୍ଚଳର ଦୁଇ ଜଣ ଯୁବକଙ୍କୁ ପୁଲିସ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି ।
ତାଳଚେର ବିକ୍ରମପୁର ଥାନା ଅନ୍ତର୍ଗତ ବଡ଼ସିଂହଡା ଗ୍ରାମର ରିଙ୍କୁ ଓରଫ୍ ଜୟକୃଷ୍ଣ ସାହୁ ତାଙ୍କ ଫେସ୍ବୁକ୍ ଆକାଉଣ୍ଟରେ କରୋନା ସମ୍ପର୍କିତ ଏକ ମିଥ୍ୟା ଖବର ପୋଷ୍ଟ କରିଥିଲେ । ବଅଁରପାଳ ବ୍ଲକ୍ ଅଞ୍ଚଳର ଜଣେ ଯୁବକ କରୋନାରେ ଆକ୍ରାନ୍ତ ହୋଇ ନୂଆଦିଲ୍ଲୀର ଏକ ଡାକ୍ତରଖାନାରେ ମୃତୁ୍ୟ ମୁଖରେ ପଡ଼ିଛନ୍ତି ବୋଲି ରିଙ୍କୁ ତାଙ୍କ ଏକାଉଣ୍ଟ୍ରେ ପୋଷ୍ଟ କରିଥିଲେ । ପୁଲିସ ପାଖରେ ଏ ସୂଚନା ପହଞ୍ଚିବା ପରେ ଖବରର ବୈଧତା ନେଇ ରିଙ୍କୁଙ୍କୁ ପଚରାଉଚୁରା କରିଥିଲା । ଏଥିରେ କୌଣସି ସତ୍ୟତା ନଥିବା ପୁଲିସ ଯାଞ୍ଚରୁ ଜଣାପଡ଼ିବା ପରେ ରିଙ୍କୁ ନାମରେ ତାଳଚେର କଲିୟରି ଥାନାରେ ଗତକାଲି ଏକ ମାମଲା ରୁଜୁ ହୋଇଥିଲା । ଆଜି ତାଙ୍କୁ କୋର୍ଟ୍ଚାଲାଣ କରାଯାଇଛି ।
ସେହିପରି ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ପୁଲିସ କରୋନା ଗୁଜବ ପ୍ରଚାର କରିବା ଅଭିଯୋଗରେ ଖଙ୍କିରା ଗ୍ରାମର ତାପସ କୁମାର ବାରିକ(୩୩)ଙ୍କୁ ଗିରଫ କରିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ତାପସ ମଙ୍ଗଳବାର ଅପରାହ୍ନରେ ସେହି ଗ୍ରାମର ଜଣେ ଯୁବକଙ୍କ ଫଟୋ ଫେସ୍ବୁକ୍ରେ ଅପଲୋଡ଼୍ କରି ସେ କରୋନା ରୋଗୀ ବୋଲି ଉଲ୍ଲେଖ କରିଥିଲେ । ଏହି ପୋଷ୍ଟ୍ଟି ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବା ପରେ ଏହାର ତଦନ୍ତ କରିବାକୁ ଏସ୍ପି ଅନୁପମା ଜେମସ୍ ନିହଲପ୍ରସାଦ ଥାନା ଅଧିକାରୀ ପ୍ରଶାନ୍ତ କୁମାର ଲେଙ୍କାଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଶ୍ରୀ ଲେଙ୍କା ଖଙ୍କିରା ଗ୍ରାମରେ ପହଞ୍ଚô ତଦନ୍ତ କରିବା ପରେ ଏହା ଏକ ଗୁଜବ ବୋଲି ଜଣାପଡ଼ିଥିଲା । କରୋନା ସମ୍ପର୍କରେ ଗୁଜବ ପ୍ରଚାର କରିବା ଅଭିଯୋଗରେ ପୁଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ତାପସକୁ ଗିରଫ କରି କୋର୍ଟଚାଲାଣ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons