ରାୟଗଡ଼ା,(ବି.ବି.ନୁ୍ୟଜ୍): ଦଲାଲଙ୍କୁ ସହାୟତା ପଡିଲା ମହଙ୍ଗା । ଶେଷରେ ୨ କିରାଣି ପୁଲିସ ହାତରେ ଗିରଫ ହୋଇ କୋର୍ଟ ଚାଲାଣ ହେଲେ । ସ୍ଥାନୀୟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଶନିବାର ଏହା ଦେଖିବାକୁ ମିଳିଛି । ଏ ଦୁହେଁ ହେଲେ କାର୍ଯ୍ୟାଳୟର ବରିÂ କିରାଣି ଜିତେନ୍ଦ୍ର କୁମାର ଧର ଓ କନିÂ ଦେବେନ୍ଦ୍ର ମଙ୍ଗରାଜ । କାର୍ଯ୍ୟାଳୟକୁ ଆସୁଥିବା ଲୋକଙ୍କୁ ଏମାନେ ବିଭ୍ରାନ୍ତ କରୁଥିବା ମଧ୍ୟ ଅଭିଯୋଗ ହୋଇଛି । ଦୁହିଁଙ୍କ ବିରୋଧରେ ରାୟଗଡ଼ା ଥାନାରେ(କେସ ନଂ ୩୨୧) ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ନିହାର ରଞ୍ଜନ ପ୍ରଧାନ କହିଛନ୍ତି । ଅନ୍ୟପକ୍ଷରେ, ମୁଖ୍ୟମନ୍ତ୍ରୀ ଓ ପୁଲିସ ଡିଜିଙ୍କ ନିଦେ୍ର୍ଧଶରେ ଶନିବାର ଏସପି ଶର୍ବଣା ବିବେକ.ଏମ କାର୍ଯ୍ୟାଳୟରେ ଚଢଉ କରିଛନ୍ତି । ଗତକାଲି ଏଠାରୁ ୮ ଜଣ ଦଲାଲଙ୍କୁ ଗିରଫ କରାଯାଇଥିବା ବେଳେ ଆଜିର ସ୍ଥିତି ଅନୁଧ୍ୟାନ କରିବାକୁ ଏସପି ଅଚାନକ ଏହି ଚଢ଼ାଉ କରିଥିବା ଜଣାପଡିଛି । ବିଭିନ୍ନ କାର୍ଯ୍ୟରେ ଆସିଥିବା ଲୋକଙ୍କୁ ଏସପି ନାନା ପ୍ରଶ୍ନ ପଚାରିବା ସହ ଅଫିସ କର୍ମଚାରୀମାନଙ୍କୁ ତାଗିଦ କରିଛନ୍ତି ।
କୌଣସି ଦଲାଲଙ୍କୁ ସହାୟତା ନକରିବା ପାଇଁ କହିବା ସହ ଅଭିଯୋଗ ଆସିଲେ ସମ୍ପୃକ୍ତ କର୍ମଚାରୀଙ୍କୁ ଗିରଫ୍ କରାଯିବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି । ଲୋକଙ୍କ ସହାୟତା ପାଇଁ ଥିବା ଜନସେବା କେନ୍ଦ୍ର କର୍ମଚାରୀଙ୍କୁ ମଧ୍ୟ ତାଗିଦ୍ କରିବା ସହ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମସ୍ତଙ୍କ କାର୍ଯ୍ୟ କରିବା ପାଇଁ ଏସପି ପରାମର୍ଶ ଦେଇଛନ୍ତି । ଏହି ଘଟଣା ପରେ ପରିବହନ ଅଫିସ କର୍ମଚାରୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ପୂର୍ବଭଳି ଲୋକଙ୍କୁ ଭୂଆଁ ନବୁଲାଇ କାର୍ଯ୍ୟକୁ ସୂଚାରୁଭାବେ କରାଯାଉଥିବା ନଜରକୁ ଆସିଛି । ଆଗାମୀ ଦିନରେ ଏଭଳି ଚଢଉ ଜାରି ରହିବ ବୋଲି ଏସପି ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.