ମହଙ୍ଗା ପଡିଲା ନିଜେ ଭାଇରାଲ କରିଥିବା ଭିଡ଼ିଓ: ଗିରଫ ହେଲା ବାଲି ମାଫିଆ

Get real time updates directly on you device, subscribe now.

ଝାରସୁଗୁଡା: ମହଙ୍ଗା ପଡିଲା ଭାଇରାଲ ଭିଡ଼ିଓ।ଟ୍ରାଫିକ ନିୟମକୁ ଉଲଂଘନ କରି ବଳପୂର୍ବକ ଟ୍ରକକୁ ସହର ଭିତରେ ନେବା ବେଳେ ଟ୍ରାଫିକ କନେଷ୍ଟବଳ ଅଟକାଇଥିଲେ । ଟ୍ରକ ମାଲିକ ଘଟଣାସ୍ଥଳରେ ପହଞ୍ଚି କର୍ତବ୍ୟରତ ପୋଲିସକୁ ଗାଳି ଦେଇ ଗିରଫ ହୋଇଛି । ସୌରଭ ପଟେଲ ନାମକ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି।
ମୁହଁ ଫୁଟାଣି ମାରିଥିଲା ବାଲି ମାଫିଆ ସୌରଭ ପଟେଲ । ବାଲି ମାଫିଆ ସୌରଭ ପଟେଲ ଝାରସୁଗୁଡା ଥାନା ଅଧିକାରୀ ସମେତ ଏସପି କୁ ଅଶ୍ଳୀଳ ଭାଷା ରେ ଗାଳି କରୁଥିବା ବେଳେ ଭିଡିଓ ସୁଟିଂ କରିଥିଲା । ଏହା ସହ ଜଣେ କାର୍ୟ୍ୟରତ କନେଷ୍ଟବଳକୁ ଲାଞ୍ଚ ଯାଚିଥିଲା । ସହ ନିଜେ ଭିଡିଓ ରେକର୍ଡିଂ କରି ସୋସିଆଳ୍‌ ମିଡିଆରେ ଭାଇରାଲ କରିଥିଲା ।
ଏହି ଘଟଣା ଗତ ସୋମବାର ରାତିରେ ଝାରସୁଗୁଡା ସହର ବଢ଼େଇମୁଣ୍ଡା ଛକରେ ଘଟିଥିଲା । ଆଜି ଝାରସୁଗୁଡା ପୋଲିସ ସୌରଭ ବିରୋଧରେ ଏକ ମାମଲା ରୁଜୁ କରିବା ସହ ଗିରଫ କରି କୋର୍ଟ ଚାଲାଣ କରିଛି । ଝାରସୁଗୁଡା ଏସପି ଅଶ୍ୱିନୀ କୁମାର ମହାନ୍ତି ଏ ବିଷୟରେ ସୂଚନା ଦେଇଛନ୍ତି

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons