ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ଅସଦାଚରଣ, ଗିରଫ ହେଲେ ଇଂଲିଶ ଏଚ୍‌ଓଡି

Get real time updates directly on you device, subscribe now.

ବାରିପଦା: ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ଅସଦାଚରଣ କରିବା। ଅସଦାଚରଣ ଅଭିଯୋଗରେ ବାରିପଦା ସ୍ଥିତ ଏମ୍‌ପିସି ସ୍ୱୟଂଶାସିତ କଲେଜର ଇଂଲିଶ ଡିପାର୍ଟମେଣ୍ଟ୍‌ର ଏଚ୍‌ଓଡିଙ୍କୁ ପୁଲିସ୍‌ ଗିରଫ କରିଛି। କଲେଜ କର୍ତ୍ତୃପକ୍ଷ ଗତକାଲିଠୁ ସମ୍ପୃକ୍ତ ଅଧ୍ୟାପକଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସେ କଲେଜ ପରିସରରେ ଲୁଚି କି ରହିଥିଲେ। ଏହା ଜାଣି ପିଲାମାନେ ତାଙ୍କୁ କାବୁ କରି ପୁଲିସ୍‌ ଜିମା ଦେଇଥିଲେ ଓ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା।
ଗତ ୧୫ ତାରିଖରେ ଇଂଲିଶ ପିଜିର ଜଣେ ଶେଷ ବର୍ଷର ଛାତ୍ରୀ ମହାବିଦ୍ୟାଳୟକୁ ଆସିଥିଲେ। ଏହି ସମୟରେ ସେ ଏକୁଟିଆ ଥିବା ସୁଯୋଗ ନେଇ ଡିପାର୍ଟମେଣ୍ଟ୍‌ର ଏଚ୍‌ଓଡି ସେଠାକୁ ଆସି ଉକ୍ତ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ। ମାତ୍ର କୌଶଳ କ୍ରମେ ଛାତ୍ରୀ ଜଣକ ସେଠାରୁ ଖସି ପଳାଇଥିଲେ। ପରେ ଏନେଇ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ।
ମହାବିଦ୍ୟାଳୟ ଅଧ୍ୟକ୍ଷ ଘଟଣାର ତଦନ୍ତ ପାଇଁ ଇଣ୍ଟରନାଲ୍‌ କମିଟିକୁ ଜଣାଇଥିଲେ। କିନ୍ତୁ ବିଭାଗୀୟ ମୁଖ୍ୟଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣରେ ବିଳମ୍ୱ ହେଉଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଛାତ୍ରଛାତ୍ରୀମାନେ ଗତକାଲି ମହାବିଦ୍ୟାଳୟ ମୁଖ୍ୟ ଗେଟ୍‌ରେ ତାଲା ପକାଇ ଦେଇଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ପିଲାମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେଥିରେ ସଫଳ ହୋଇନଥିଲେ।
ଛାତ୍ରଛାତ୍ରୀମାନେ ନିଜ ଜିଦ୍‌ରେ ଅଟଳ ରହିବାରୁ ଶେଷରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଏଚ୍‌ଓଡିଙ୍କୁ ଛୁଟିରେ ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ନ ସରିବା ପର୍ୟ୍ୟନ୍ତ ସେ କାର୍ୟ୍ୟରେ ଯୋଗଦେଇପାରିବେ ନାହିଁ ବୋଲି ମହାବିଦ୍ୟାଳୟର କର୍ତ୍ତୃପକ୍ଷ କହିଥିଲେ। ମାତ୍ର ସେ କଲେଜ ପରିସରରେ ଲୁଚି ରହିଥିବା ଜାଣି ପିଲାମାନେ ତାଙ୍କୁ କାବୁ କରି ପୁଲିସ୍‌ ଜିମା ଦେଇଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons