ଯାଜପୁର: ଯାଜପୁର ସଦର ଥାନା ଅନ୍ତର୍ଗତ ଛତିଶଦେବିଲ ପଞ୍ଚାୟତ ମହମ୍ମଦାଜମାପୁର ଗ୍ରାମରେ ଆଜି ସଂଘର୍ଷ ଘଟିଛି । ଜନୈକ ଯୁବକଙ୍କ ମୃତୁ୍ୟକୁ ନେଇ ଦୁଇ ସାହି ମଧ୍ୟରେ କିଛି ଦିନ ହେବ ବିବାଦ ଲାଗି ରହିଥିଲା । ଯାହା ଆଜି ଚରମ ସୀମାରେ ପହଞ୍ଚô ଥିଲା । ଗ୍ରାମର ରାଜକିଶୋର ଖୁଣ୍ଟିଆଙ୍କ ପୁଅ ବିଦ୍ୟାଧର ଖୁଣ୍ଟିଆ(୨୮)ଙ୍କର ମୃତଦେହ ଗ୍ରାମ ନିକଟସ୍ଥ ଇଟାଇ ପଡ଼ିଆରୁ ଚଳିତ ମାସ ୨ ତାରିଖରେ ଉଦ୍ଧାର କରାଯାଇଥିଲା । ବିଦ୍ୟାଧରକୁ ଦଳେଇ ସାହିର ନଣ୍ଡା ଦଳେଇ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ଯାହାକୁ ନେଇ ଦଳେଇ ସାହି ଓ ଖୁଣ୍ଟିଆ ସାହି ମଧ୍ୟରେ ସେହି ଦିନରୁ ବିବାଦ ଲାଗି ରହିଥିଲା । ଆଜି ଏହା ଉଗ୍ର ରୂପ ଧାରଣ କରିଥିଲା । ଏଥିରେ ୮ରୁ ଅଧିକ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏଥି ସହ ଖୁଣ୍ଟିଆ ସାହିରେ ଦୁଇଟି ଘର ସଂପୂୂର୍ଣ୍ଣ ଜଳି ଯାଇଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚô ପରିସ୍ଥିତିକୁ ନିୟନ୍ତ୍ରଣ କରିଛି । ଏପରିକି ଖବର ଲେଖା ହେବା ବେଳକୁ ଗ୍ରାମ ସାରା ପୁଲିସ ଛାଉଣି ହୋଇଯାଇଥିବା ଦେଖିବାକୁ ମିଳିଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.