ମହାକାଶରେ ଫିଲ୍ମ ସୁଟିଂ କରିବେ ଟମ୍ କ୍ରୁଜ୍

Get real time updates directly on you device, subscribe now.

ବେଶ୍ କିଛିଦିନରୁ ଚର୍ଚ୍ଚା ହେଉଛି, ଟମ୍ କ୍ରୁଜ୍ ନିଜ ଅପ୍କମିଙ୍ଗ ଫିଲ୍ମର ସୁଟିଂ ମହାକାଶରେ କରିପାରନ୍ତି । ଖବରକୁ ଏବେ ସୁଦ୍ଧା ସମସ୍ତେ ଗୁଜବ ମନେକରୁଥିଲେ । କିନ୍ତୁ ଏବେ ଯାହା ଜଣାପଡୁଛି, କଥାଟା ସତ ହୋଇପାରେ । ଏହାକୁ ଆଉ କେହି ନୁହେଁ, ବରଂ ନିଜେ ନାସାର ମୁଖ୍ୟ ଜେମ୍ସ ବ୍ରିଡେନ୍ଷ୍ଟିନ୍ ସ୍ପଷ୍ଟ କରିଛନ୍ତି । ସେ ଟମ୍ କ୍ରୁଜ୍ଙ୍କୁ ଫିଲ୍ମ ସୁଟିଂ ପାଇଁ ମହାକାଶ ପଠାଇବା ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଟମ୍ କ୍ରୁଜ୍ଙ୍କ ଫିଲ୍ମ ‘ଟପ୍ ଗନ୍’ ସେ ଦେଖିବା ପରେ ନୌବାହିନୀ ପାଇଲଟ୍ ହେବାକୁ ପ୍ରେରିତ ହୋଇଥିଲେ । ଯଦି ଟମ୍ କୌଣସି ଫିଲ୍ମର ସୁଟିଂ ମହାକାଶରେ କରନ୍ତି, ତେବେ ଆଗାମୀ ପିଢ଼ି ଏଲନ୍ ମସ୍କଙ୍କ ଭଳି ବ୍ୟକ୍ତିତ୍ୱଙ୍କ ଦ୍ୱାରା ବେଶ୍ ପ୍ରଭାବିତ ହେବେ ବୋଲି ସେ ଆଶା କରନ୍ତି । ଫିଲ୍ମର ନିଦେ୍ର୍ଧଶକ ଚୟନ ମଧ୍ୟ ହୋଇସାରିଛି । ‘ଏଜ୍ ଅଫ୍ ଟୁମୋରୋ’ର ନିଦେ୍ର୍ଧଶକ ଡଗ୍ ଲିମନ୍ ଫିଲ୍ମ ପ୍ରସ୍ତୁତ କରିବେ । ଏଇଟି ବିଶ୍ୱର ପ୍ରଥମ ଫିଲ୍ମର ମାନ୍ୟତା ପାଇବ, ଯାହାର ସୁଟିଂ ମହାକାଶରେ ହେବ । ନିକଟରେ ନାସା ଉଦ୍ୟୋଗପତି ଏଲନ୍ ମସ୍କଙ୍କ ସ୍ପେସ୍ ପ୍ରୋଜେକ୍ଟର ସ୍ପେସ୍କ୍ରାଫ୍ଟ ଲଞ୍ଚ୍ କରିଛି । ଟମ୍ କ୍ରୂଜ୍ଙ୍କ ଫ୍ୟାନ୍ଙ୍କର ମହାକାଶରେ ନିର୍ମିତ ଫିଲ୍ମ ଦେଖିବାର ସ୍ୱପ୍ନ କେବେ ପୂରଣ ହେବ, ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons