ବୁର୍ଲା,(ବି.ବି.ନୁ୍ୟଜ୍): ଦେଶରେ ମହାକାଶ ଗବେଷଣା କ୍ଷେତ୍ରରେ ଏକ ବିପ୍ଲବ ଆଣିବ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ । ମହାକାଶ ଗବେଷଣା କ୍ଷେତ୍ରରେ ଶିଖର ଛୁଇଁବାକୁ ପ୍ରୟାସ ଜାରି ରହିବ । ଇସ୍ରୋ ସହାୟତାରେ ଭିସୁଟ୍ର ସ୍ପେସ୍ ଇନୋଭେସନ୍ ସେଣ୍ଟର୍ ଛାତ୍ରଛାତ୍ରୀଙ୍କ ମହାକାଶ ସମ୍ପର୍କିତ ଜ୍ଞାନ ବୃଦ୍ଧି କରିବା ସହିତ ସମଗ୍ର ଦେଶରେ ଉନ୍ନତ ମହାକାଶ ତଥ୍ୟ ପହଞ୍ଚାଇବାକୁ କାମ କରିବ । ଭିସୁଟ୍ରେ ଇସ୍ରୋ ଇନୋଭେସନ୍ ସେଣ୍ଟର୍ ପାଇଁ ଆଜି ଭର୍ଚୁଆଲ୍ ମାଧ୍ୟମରେ ହୋଇଥିବା ଏମ୍ଓୟୁ ସ୍ୱାକ୍ଷର ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଇସ୍ରୋ ଅଧ୍ୟକ୍ଷ ଡକ୍ଟର କେ. ଶିବନ ଏହା କହିଛନ୍ତି ।
ଭିସୁଟ୍ରେ ହେବ ଇସ୍ରୋର ଏକ ଗବେଷଣା କେନ୍ଦ୍ର । କ୍ୟାମ୍ପସ୍ରେ ରହିଥିବା ଇନକୁ୍ୟବେସନ୍ କମ୍ ଇନୋଭେସନ୍ ସେଣ୍ଟର୍ରେ ଏହି ଗବେଷଣା କେନ୍ଦ୍ର ଖୁବ୍ଶୀଘ୍ର ଖୋଲିବ । ଏଥିପାଇଁ ଭିସୁଟ୍ କର୍ତ୍ତୃପକ୍ଷଙ୍କୁ ସମସ୍ତ ସହାୟତା ଯୋଗାଇଦେବ ଭାରତୀୟ ମହାକାଶ ଗବେଷଣା ପ୍ରତିÂାନ କେନ୍ଦ୍ର (ଇସ୍ରୋ) । ତେବେ କୌଣସି ବିଶ୍ୱବିଦ୍ୟାଳୟରେ ଇସ୍ରୋର ଏକ ଗବେଷଣା କେନ୍ଦ୍ର ଖୋଲିବାରେ ଏହା ଦେଶରେ ପ୍ରଥମ ଘଟଣା । ସେପଟେ ଭିସୁଟ୍ ଇତିହାସରେ ଯୋଡ଼ି ହୋଇଥିବା ଏହି କୀର୍ତ୍ତିମାନ କେବଳ ଯେ ସମ୍ୱଲପୁର ନୁହେଁ ବରଂ ସାରା ଦେଶ ପାଇଁ ଗୌରବ ଆଣି ଦେଇଛି । ଭିସୁଟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମହାକାଶ ଗବେଷଣା ନେଇ କିଛି ବର୍ଷ ତଳେ ଯେଉଁ ଉନ୍ମାଦ ଜନ୍ମିଥିଲା ତାର ଫଳ ସ୍ୱରୂପ ଆଜି ଏହି ଗବେଷଣା କେନ୍ଦ୍ର ହେବାକୁ ଯାଉଛି ବୋଲି କର୍ତ୍ତୃପକ୍ଷ କହିଥିଲେ ।
ଆଜି ପୂର୍ବାହ୍ନ ୧୦ଟା ୪୫ରେ ଭର୍ଚୁଆଲ୍ ସମ୍ୱିଳନୀ ମାଧ୍ୟମରେ ଭିସୁଟ୍ ଓ ଇସ୍ରୋ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏଥିରେ ଯୋଗଦେଇ ଇସ୍ରୋ ଅଧ୍ୟକ୍ଷ ଡକ୍ଟର ଶିବନ କହିଛନ୍ତି, ଭିସୁଟ୍ରେ ହେବାକୁ ଥିବା ଇସ୍ରୋର ଇନୋଭେସନ୍ ସେଣ୍ଟର ଗବେଷଣାରସ୍ତରକୁ ବ୍ୟାପକ କରିବ । ସାରା ଦେଶକୁ ଉନ୍ନତମାନର ମହାକାଶ ତଥ୍ୟ ପହଞ୍ଚାଇବାରେ ଏହା ସହାୟକ ହେବ । ଆଉ ଏହାଦ୍ୱାରା ଆଗକୁ ଅଧିକରୁ ଅଧିକ ଛାତ୍ରଛାତ୍ରୀ ମହାକାଶ ଗବେଷଣା କରିବେ ଓ ଅଧିକରୁ ଅଧିକ ପ୍ରକଳ୍ପ ତିଆରି ହେବ । ସେ ଆହୁରି ମଧ୍ୟ କହିଥିଲେ ଯେ ଭିସୁଟ୍ର ଏହି ଗବେଷଣା କେନ୍ଦ୍ର ଶାଖା ସମଗ୍ର ଦେଶ ପାଇଁ ଏକ ଗେମ୍ ଚେଞ୍ଜର୍ ସାବ୍ୟସ୍ତ ହେବ । ମହାକାଶରେ ରହିଥିବା ଯେଉଁ ସବୁ ପ୍ରସଙ୍ଗ ଉପରେ ବର୍ତ୍ତମାନ ଗବେଷଣା କରାଯାଇ ପାରୁନାହିଁ ସେ ସବୁ ଭିସୁଟ୍ର ଏହି କେନ୍ଦ୍ରରେ ହୋଇପାରିବ ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଇସ୍ରୋ ନିଦେ୍ର୍ଧଶକ (ସିବିପିଓ) ଡ. ପି.ଭି ଭେଙ୍କଟ୍ କ୍ରିଷ୍ଣା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସଚିବ ସଞ୍ଜୟ ସିଂ, ଭିସୁଟ୍ କୁଳପତି ପ୍ରଫେସର ଅଟଳ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.