ନରସିଂହପୁର,(ବି.ବି.ନୁ୍ୟଜ୍): କଟକ ଜିଲ୍ଲା ନରସିଂହପୁର ବ୍ଳକ ଅନ୍ତର୍ଗତ ଏକଡାଳରୁ ନୟାଗଡ଼ ଜିଲ୍ଳାକୁ ସଂଯୋଗ କରୁଥିବା ସିଧାମଳା ସେତୁ ଉପରୁ ବୁଧବାର ସନ୍ଧ୍ୟାରେ ଜଣେ ଯୁବତୀ ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଯୁବତୀ ନିଜର ଓଢଣି, ୧୫ ହଜାର ୬୭୦ ଟଙ୍କା, ମୋବାଇଲ୍ ଚାର୍ଜର ଓ ଚପଲ ପୋଲ ଉପରେ ରଖି ନଦୀକୁ ଡେଇଁ ପଡ଼ିଥିଲେ । ଯୁବତୀଙ୍କୁ କଣ୍ଟିଲୋ ବାଣପୁର ନିକଟ ମହାନଦୀ ଗର୍ଭରୁ କିଛି ସାହସୀ ଯୁବକ ଉଦ୍ଧାର କରିଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ, ବେଗୁନିଆ ଥାନା ଅନ୍ତର୍ଗତ ଚଟୁଆ ଗ୍ରାମର ଶଙ୍କର ସାହୁଙ୍କ ଝିଅ ଲକ୍ଷ୍ମୀପ୍ରିୟା ସାହୁ ଓରଫ ମାମାଲି (୨୦) ବେଗୁନିଆ କଲେଜର ଯୁକ୍ତ ୩ ଛାତ୍ରୀ । ଅଜା ଘରକୁ ଯାଉଛି ବୋଲି କହି ସେ ଘରୁ ବାହାରି ଆସିଥିଲେ । ଆଜି ସନ୍ଧ୍ୟା ପ୍ରାୟ ୭ଟାରୁ ସାଢେ଼ ୭ଟା ମଧ୍ୟରେ ଏକଡାଳ ନିକଟ ମହାନଦୀ ସିଧାମଳା ସେତୁର ୪ ନମ୍ବର ପିଲର୍ ନିକଟରେ ନିଜ ଜିନିଷ ସବୁ ରଖି ମହାନଦୀକୁ ଡେଇଁ ପଡିଥିଲେ । ପାଣିରେ କିଛି ପଡିବା ଶବ୍ଦ ଶୁଣି ପାଖରେ ଥିବା କିଛି ବ୍ୟକ୍ତି ସେଠାରେ ପହଞ୍ଚିଥିଲେ । ଯୁବତୀ ପାଣିରେ ପଡି ମୋ ବାପାଙ୍କୁ ଟଙ୍କା ଓ ମୋବାଇଲ୍ ଚାର୍ଜର ଦେଇଦେବ ବୋଲି କହିବା ସହ ମୋତେ ବଞ୍ଚାଅ ମୋତେ ବଞ୍ଚାଅ ବୋଲି କହୁଥିବା କିଛି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ଏହି ଖବର ଚାରିଆଡେ ପ୍ରଚାରିତ ହେବା ପରେ ପଦାମାଳ ବାନେଶ୍ୱର ଅଞ୍ଚଳର ସମୀର ରାଉତ, ଦିଲ୍ଲୀପ ବେହେରା, ଭବାନୀ ଶଙ୍କର ନାୟକ, ରବୀନ୍ଦ୍ର ସାହୁ ଓ ଶରତ ସାହୁ ପ୍ରମୁଖ ବାନେଶ୍ୱର ମହାନଦୀ ଘାଟରୁ ଦୁଇଟି ଡଙ୍ଗାରେ ପ୍ରାୟ ୫ କିଲୋମିଟର ଦୂର ଯାଇ କଣ୍ଟିଲୋ ବାଣପୁର ନିକଟରୁ ଯୁବତୀଙ୍କୁ ଉଦ୍ଧାର କରି ରାତି ପ୍ରାୟ ସାଢେ଼ ୯ଟାରେ ବାନେଶ୍ୱର ନିକଟକୁ ଆଣିଥିଲେ । ସେଠାରୁ ତାଙ୍କୁ ପ୍ରଥମେ ଏକଡାଳରେ ଥିବା ଏକ ଘରୋଇ ଡାକ୍ତରଖାନା ଏବଂ ପରେ କାନପୁର ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା । ଚିକିତ୍ସା ପରେ ଯୁବତୀ ସୁସ୍ଥ ଥିବା ଜଣାପଡିଛି ।
Comments are closed, but trackbacks and pingbacks are open.