ମହାନଦୀ ପଠାରେ ସିଡିଏ-୨

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ବାଲିଯାତ୍ରା ପଡ଼ିଆଠାରୁ ଯୋବ୍ରା ମାରିଟାଇମ୍ ମୁ୍ୟଜିୟମ୍ ପର୍ଯ୍ୟନ୍ତ ଲମ୍ବିଥିବା ମହାନଦୀର ପଠାକୁ ଉନ୍ନତିକରଣ କରାଯିବ । ଅଦାରକାରୀ ହୋଇ ପଡ଼ିଥିବା ଏହି ଅଞ୍ଚଳକୁ ବ୍ୟବହାର ଉପଯୋଗୀ କରାଯିବ । ଏପରିକ ସହରବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଉକ୍ତ ଅଞ୍ଚଳରେ ଚଉଡ଼ା ରାସ୍ତା ସହିତ ପାର୍କ, ୱାଟର ସ୍ପୋର୍ଟସ ଏପରିକି ୫ ତାରକା ହୋଟେଲ୍ ନିର୍ମାଣ କରିବାକୁ ପ୍ରଶାସନ ଯୋଜନା ପ୍ରସ୍ତୁତ କରିଛି । ବାଲିଯାତ୍ରା ରିଭରଫ୍ରଣ୍ଟ୍ ଇମ୍ପ୍ରୁଭମେଣ୍ଟପ୍ରୋଜେକ୍ଟ (ବରଫି) ନାମରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନାର ରୂପରେଖ ଚୂଡାନ୍ତ ପାଇଁ ଆଜି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସ୍ଥିତି ଯାଞ୍ଚ କରିଛନ୍ତି ।
ମହାନଦୀ ସଂଲଗ୍ନ ରିଂ ରୋଡ୍ରେ କ୍ୟାଣ୍ଟନମେଣ୍ଟଥାନାଠାରୁ ବାଲିଯାତ୍ରା ପଡ଼ିଆ ଓ ପରେ ସିସୋର ପଠା ଓ ହାଡ଼ିଆ ପଠା ଅଞ୍ଚଳରେ ପର୍ଯ୍ୟାପ୍ତ ଜମି ଅଦରକାରୀ ହୋଇ ପଡ଼ିଛି । ଏହି ଅଞ୍ଚଳରେ କେବଳ ଅନାବନା ଗଛ, ଚରା ଭୂମି ଓ ବିସ୍ତୃତ ବାଲି ଅଞ୍ଚଳ । ଏହି ଅଞ୍ଚଳର ବ୍ୟାପ୍ତି ପ୍ରାୟ ୪ଶହ ଏକର ହେବ । ତେବେ ଏହି ଅଞ୍ଚଳର ଉନ୍ନତିକରଣ କରି ଏହାକୁ ଉପଯୋଗୀ କରିବା ପାଇଁ ପ୍ରଶାସନ ଏବେ ଅଣ୍ଟା ଭିଡ଼ିଛି । ଖାସ୍କରି ବାଲିଯାତ୍ର ପଡ଼ିଆଠାରୁ ଯୋବ୍ରା ମାରିଟାଇମ୍ ମୁ୍ୟଜିୟମ୍ ଭିତରେ ଥିବା ଏହି ସରକାରୀ ଜମିକୁ ଉପଯୋଗୀ କରି ତାହାକୁ ସାଧାରଣ ଲୋକଙ୍କ ବ୍ୟବହାରରେ ଆଣିବାକୁ ଯୋଜନା କରାଯାଇଛି । ଏହି କ୍ରମରେ ମହାନଦୀ ପଠାରେ ପ୍ରାୟ ୧୦୦ ମିଟର ଚଉଡ଼ାର ୪ ଲେନ୍ ବିଶିଷ୍ଟ ୩.୫ କିଲୋ ମିଟର ଲମ୍ବ ଏକ ରାସ୍ତା ନିର୍ମାଣ ହେବ । ଏହି ରାସ୍ତା କଡ଼ରେ ବୃକ୍ଷରୋପଣ, ଫୁଟ୍ପାଥ ବା ପାଦଚଲା ଟ୍ରାକ୍, ବସିବା ପାଇଁ ବେଞ୍ଚ ଆଦି ନିର୍ମାଣ କରାଯିବ । ଏହି ରାସ୍ତାକୁ ରିଂ ରୋଡ୍ ସହିତ ଏକ ବାଇପାସ୍ ରାସ୍ତା ଭାବେ ସଂଯୋଗ କରାଯାଇ ବ୍ୟବହାର କରାହେବ । ଏହା ଦ୍ୱାରା ଟ୍ରାଫିକ୍ ସମସ୍ୟାକୁ ଏକ ପ୍ରକାର ଦୂର କରାଯାଇ ପାରିବ । ସେହିପରି ଉକ୍ତ ରାସ୍ତାକୁ ଲାଗିକରି ଥିବା ପ୍ରାୟ ୪ଶହ ଏକର ଜମିକୁ ବ୍ୟବହାର ଉପଯୋଗୀ କରାଯାଇ ସେଥିରେ ସ୍ପୋର୍ଟସ କମ୍ପେ୍ଲକ୍ସ, ପ୍ରଦର୍ଶନୀ ପଡ଼ିଆ, ରିକ୍ରେସନ୍ ପଏଣ୍ଟ, ୫ ତାରକା ହୋଟେଲ୍, ପର୍ଯ୍ୟଟନ ସ୍ଥଳୀ, ଜଳକ୍ରୀଡ଼ା ସହିତ ଆବଶ୍ୟକ ହେଲେ ଏସ୍ସିବିର କ୍ୟାମ୍ପସ-୨ ଓ ଏକ ବଡ଼ ସରକାରୀ କାର୍ଯ୍ୟାଳୟ ସେଠାରେ ନିର୍ମାଣ ହେବ । ଏହି ସ୍ଥାନକୁ ସମତୁଲ କରିବା ପାଇଁ ମହାନଦୀରୁ ବାଲି ଉଠାଣ ହେବ । ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ପକ୍ଷରୁ ପ୍ରଦାନ କରାଯାଉଥିବା ୨୯୮ କୋଟିକୁ ଏହି ଉନ୍ନତିକରଣରେ ବ୍ୟେୟ କରାଯିବ । କୟ
ସେହିପରି ଐତିହାସିକ ବାଲିଯାତ୍ରା ପଡ଼ିଆର ମଧ୍ୟ ଉନ୍ନତିକରଣ କରାଯିବ । ଏନେଇ ଏନ୍ଜିଟି ଅନୁମୋଦନ ଅଣାଯିବ । ଅନ୍ତର୍ଜାତୀୟ ସ୍ତରର ପଡ଼ିଆ ନିର୍ମାଣ କରିବାକୁ ପ୍ରସ୍ତାବ ରହିଛି । ହାଡ଼ିଆପଠା ଓ ଏହାର ନିକଟ ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ କରାଯିବ । ଏହି ସବୁ ଉନ୍ନତିକରଣ କାମ ସିଡିଏ (କଟକ ଉନ୍ନୟନ କର୍ତ୍ତୃପକ୍ଷ)ଙ୍କ ତତ୍ତ୍ୱାବଧାନରେ ହେବ । ଏଥିରେ ରାଜସ୍ୱ, ଜଳ ସମ୍ପଦ, ପୂର୍ତ୍ତ ଗୃହ ଓ ନଗର ଉନ୍ନୟନ, କ୍ରୀଡ଼ା , ପର୍ଯ୍ୟଟନ ଏବଂ ସଂସ୍କୃତି ବିଭାଗ ସହଯୋଗ କରିବେ । ଏନେଇ ଏବ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯାଉଛି । ଆଜି ସ୍ଥିତି ପରଖିବା ପାଇଁ ମନ୍ତ୍ରୀ ପ୍ରତାପ ଜେନା ସଂପୂର୍ଣ୍ଣ ଅଞ୍ଚଳର ପରିଦର୍ଶନ କରିଛନ୍ତି । ଏହି ଯୋଜନା କଟକ ସହରବାସୀ ବହୁ ଉପକୃତ ହେବ ବୋଲି ମନ୍ତ୍ରୀ ଶ୍ରୀ ଜେନା ମତ ଦେଇଛନ୍ତି । ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଏହି ପ୍ରକଳ୍ପ ନେଇ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ । ମନ୍ତ୍ରୀଙ୍କ ଏହି ପରିଦର୍ଶନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ସିଏମ୍ସି କମିସନର ଅନନ୍ୟା ଦାସ, ସଦର ଉପଜିଲ୍ଲାପାଳ ଶୁଭ୍ରାଂଶୁ ମିଶ୍ର, ଜାଇକା ପ୍ରକଳ୍ପ ମୁଖ୍ୟ ଯନ୍ତ୍ରୀ , ଜଳସମ୍ପଦ ଅଧୀକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ, ଗୃହ ଓ ନଗର ଉନ୍ନୟନ ଅଧିକାରୀ ଓ ସିଡିଏର ବରିÂ ଅଧିକାରୀମାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons