ମହାପ୍ରଭୁଙ୍କ ଦର୍ଶନ କଲେ ମମତା ବାନାର୍ଜୀ

Get real time updates directly on you device, subscribe now.

ପୁରୀ,(ବି.ବି.ନୁ୍ୟଜ୍): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଅପରାହ୍ନ ୪ଟାରେ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ସିଂହଦ୍ୱାରଠାରେ ଜିଲ୍ଲାପାଳ ବଳୱନ୍ତ ସିଂ ଓ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ସ୍ୱାଗତ କରିଥିଲେ ।
୪ଦିନିଆ ଓଡ଼ିଶା ଗସ୍ତରେ ଆସି ସେ ମଙ୍ଗଳବାର ରାତିରେ ପୁରୀରେ ପହଞ୍ଚିଥିଲେ । ଆଜି ସିଂହଦ୍ୱାର, ବାଇଶି ପାହାଚ ଏବଂ ଘଣ୍ଟି ଦ୍ୱାର ଦେଇ ସେ ନାଟମଣ୍ଡପକୁ ପ୍ରବେଶ କରିଥିଲେ । ଜୟବିଜୟ ଦ୍ୱାର ଦେଇ ଭିତରକାଠ ନିକଟରେ ମହାପ୍ରଭୁଙ୍କୁ ଦର୍ଶନ କରି ବେହରଣ ଦ୍ୱାର ଦେଇ ବାହାରିଥିଲେ । ଫେରିବା ବାଟରେ ସେ ଗଣମାଧ୍ୟମକୁ କହିଥିଲେ ‘ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଖୁସିର ସୀମା ନାହିାଁ ମନ୍ଦିର ଭିତରେ ମହାପ୍ରଭୁଙ୍କ ଦର୍ଶନ କରି ଆତ୍ମତୃପ୍ତି ଲାଭ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ମୋର ବନ୍ଧୁ’ ।
କୀର୍ତ୍ତନ ଚକଡ଼ାରେ ସେବାୟତମାନେ ତାଙ୍କୁ ମହାପ୍ରଭୁଙ୍କ ଧ୍ୱଜା ପିନ୍ଧାଇ ଥିଲେ । ମହାପ୍ରଭୁଙ୍କୁ ଦର୍ଶନ ପରେ ସେ ଭିତରବେଢ଼ାରେ ମା’ବିମଳା ଓ ମା ଲକ୍ଷ୍ମୀ ଠାକୁରାଣୀଙ୍କୁ ଦର୍ଶନ କରିଥିଲେ । ଲକ୍ଷ୍ମୀ ମନ୍ଦିର ସାମ୍ନାରେ ପତିତପାବନ ବାନାକୁ ଦର୍ଶନ କରିବା ପରେ ସିଂହଦ୍ୱାର ଦେଇ ପ୍ରସ୍ଥାନ କରିଥିଲେ ।ବେଢ଼ାରେ ପ୍ରତି ଛୋଟ ମନ୍ଦିରରେ ଦକ୍ଷିଣା ଦେଇଥିଲେ । ସିଂହଦ୍ୱାର ସାମ୍ନାରେ ଗଣମାଧ୍ୟମ ସହ ଆଲୋଚନା କରିଥିଲେ । ତାଙ୍କ ସାଙ୍ଗରେ ଥିଲେ ବରିÂ ଦଇତାପତି ଜଗନ୍ନାଥସ୍ୱାଇଁ ମହାପାତ୍ର ଓ ରାମକୃଷ୍ଣ ଦାସମହାପାତ୍ର । ପୈତୃକ ପଣ୍ଡା ରାମକୃଷ୍ଣ ଦାସମହାପାତ୍ରଙ୍କୁ ୫୦ ହଜାର ଟଙ୍କା ଦକ୍ଷିଣା ଦେଇଥିବା ଜଣାଯାଇଛି । ଦର୍ଶନ ସାରି ଇଷ୍ଟୱେଷ୍ଟ ହୋଟେଲକୁ ଯାଇଥିଲେ । ପୈତୃକ ପଣ୍ଡା ପଠାଇଥିବା ଅବଢ଼ା, ମିଠା ଡାଲି, ବେସର, ଖିରା ଓ ବିଭିନ୍ନ ପିଠା ଖାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons