ମହାମାରୀ ନେଲା ଆଉ ୪ ଜୀବନ

Get real time updates directly on you device, subscribe now.

ଜୟପୁର: ଆଜି ମହାମାରୀ ଆଉ ୪ ଜଣଙ୍କ ଜୀବନ ନେଇଛି । ସ୍ଥାନୀୟ କୋଭିଡ୍ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସମସ୍ତଙ୍କ ମୃତୁ୍ୟ ହୋଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ସହରରୁ ୨ ଏବଂ ସଦର ବ୍ଲକ ଅଞ୍ଚଳରୁ ୨ ଜଣ । ସେମାନେ ହେଲେ ସହରର ଜଣେ ୬୫ ବର୍ଷୀୟ ପୁରୁଷ, ଜଣେ ୫୫ ବର୍ଷୀୟା ମହିଳା, ବ୍ଳକ ଅଞ୍ଚଳର ଜଣେ ୪୯ ବର୍ଷୀୟ ମହିଳା ଏବଂ ଜଣେ ୫୦ ବର୍ଷୀୟ ପୁରୁଷ । ସମସ୍ତେ ପୂର୍ବରୁ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ । ପ୍ରଶାସନ ପକ୍ଷରୁ କୋଭିଡ୍ ଗାଇଡ୍ଲାଇନ୍ ଅନୁଯାୟୀ ମୃତଦେହ ସକ୍ରାର କରାଯାଇଛି । ଏ ସମ୍ପର୍କରେ ପ୍ରଶାସନ ପକ୍ଷରୁ କୌଣସି ଘୋଷଣା କରାଯାଇନି । ଆଜିର ମୃତକଙ୍କୁ ମିଶାଇଲେ ବେସରକାରୀ ଭାବେ ଏବର୍ଷ ସ୍ଥାନୀୟ କୋଭିଡ୍ କେୟାର ସେଣ୍ଟର, ହୋମ୍ ଆଇସୋଲେସନ୍ ଏବଂ କୋଭିଡ୍ ହସପିଟାଲରେ ୮୫ ଜଣଙ୍କ ମୃତୁ୍ୟ ହୋଇଛି । ସରକାରୀ ତଥ୍ୟ ଅନୁଯାୟୀ ଆଜି ପର୍ଯ୍ୟନ୍ତ ଅର୍ଥାତ୍ ଗତ ଏବଂ ଏବର୍ଷ ମିଶାଇଲେ କରୋନାରେ ମୋଟ ୪୩ ଜଣଙ୍କ ଜୀବନ ଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ସହରର ପୁରୁଷ ଜଣଙ୍କ କିଛିଦିନ ତଳେ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କ କୋଭିଡ୍ ପରୀକ୍ଷା କରାଯାଇଥିଲା । ରିପୋର୍ଟ ପଜିଟିଭ୍ ଆସିଥିଲା । ଅବସ୍ଥା ଗୁରୁତର ହେବାରୁ ସ୍ଥାନୀୟ କୋଭିଡ୍ ହସପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସପ୍ତାହେ ଉପରେ ତାଙ୍କୁ ଆଇସିୟୁ, ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କ ମୃତୁ୍ୟ ହୋଇଥିଲା । ସହରର ଅନ୍ୟ ମୃତକ ହେଉଛନ୍ତି ଜଣେ ମହିଳା । ସେ କରୋନା ପଜିଟିଭ୍ ହେବା ପରେ ଗତ ୧୫ ଦିନ ଧରି ଆଇସିୟୁରେ ଚିକିତ୍ସିତ ହେଉଥିଲେ । ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତେ୍ୱ ଆଜି ସକାଳେ ତାଙ୍କ ଦେହାନ୍ତ ହୋଇଥିଲା । ବ୍ଲକ ଅଞ୍ଚଳର ମହିଳା ଜଣଙ୍କ ଗତ ୩ ଦିନ ହେବ ଏଠାକାର କୋଭିଡ୍ ହସପିଟାଲରେ ଭର୍ତ୍ତି ହୋଇଥିଲେ । ଆଜି ପୂର୍ବାହ୍ନରେ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା । ସେହିପରି ବ୍ଲକ ଅଞ୍ଚଳର ପୁରୁଷ ଜଣଙ୍କ ଗତ ୨ ସପ୍ତାହ ଧରି ଚିକିତ୍ସିତ ହେଉଥିଲେ । ଆଇସିୟୁରେ ରଖାଯାଇ ଭେଣ୍ଟିଲେଟର ସପୋର୍ଟ ଦିଆଯାଇଥିଲା । ଆଜି ଅପରାହ୍ନରେ ତାଙ୍କ ମୃତୁ୍ୟ ହୋଇଥିଲା । ଏ ସମ୍ପର୍କରେ ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରକୁ ଅବଗତ କରାଯାଇଥିଲା । ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ସ୍ଥାନୀୟ ଚମ୍ପାକୁପୁଲି ଶ୍ମଶାନ ଏବଂ କବରସ୍ଥାନରେ ଅନ୍ତିମ ସଂସ୍କାର କରାଯାଇଥିଲା ।

ରିପୋର୍ଟ: ବାସୁଦେବ ଜେନା

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons