ମହାରାଜା ରଣଜିତ୍ ସିଂଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ

Get real time updates directly on you device, subscribe now.

ଲାହୋର: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଯିବାରେ କ୍ଷୁବ୍ଧ ହୋଇ ପାକିସ୍ତାନରେ କିଛି ଦୁର୍ବୃତ୍ତ ଶନିବାର ସନ୍ଧ୍ୟାରେ ଲାହୋର କିଲ୍ଲା ସ୍ଥିତ ମହାରାଜା ରଣଜିତ୍ ସିଂଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଇଛନ୍ତି । ନଅ ଫୁଟ ଉଚ୍ଚର ଏହି ପ୍ରତିମୂର୍ତ୍ତିକୁ ଗତ ଜୁନ୍ ମାସରେ ଉଦ୍ଘାଟନ କରାଯାଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ପୁଲିସ ଦୁଇ ଜଣ ବ୍ୟକ୍ତିଙ୍କ ବିରୋଧରେ ମାମଲା ଦାୟର କରିଛି । ସେମାନେ ଏକ ଇସଲାମିକ ମୌଳବାଦୀ ସଂଗଠନ ସହ ଜଡିତ ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ମହାରାଜା ରଣଜିତ୍ ସିଂ ଉନବିଂଶ ଶତାଦ୍ଦୀରେ ଭାରତୀୟ ଉପ-ମହାଦ୍ୱୀପର ଉତ୍ତର-ପଶ୍ଚିମ ଭାଗରେ ରାଜୁତି କରୁଥିଲେ । ସେ ଇସଲାମିକ ଶାସକମାନଙ୍କ ସହିତ ଲଢ଼ିଥିଲେ ଏବଂ ସେମାନଙ୍କ ଆକ୍ରମଣରୁ ହଜାର ହଜାର ହିନ୍ଦୁଙ୍କୁ ରକ୍ଷା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons