ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ସମାଧି ପୀଠରେ ସୁଡ଼ଙ୍ଗ!

Get real time updates directly on you device, subscribe now.

ବାରିପଦା, (ବି.ବି.ନୁ୍ୟଜ): ସ୍ଥାନୀୟ ମଧୁବନ ରାଣୀ ବାଗାନସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓଙ୍କ ସମାଧି ପୀଠ ଥିବା ସ୍ଥାନରେ ଏକ ସୁଡଙ୍ଗ ଖୋଳା ଯାଇଛି । ସୁଡଙ୍ଗ ଟି କିଏ କରିଛି ଏବଂ ତାହାର ଉଦେ୍ଧଶ୍ୟ ଜଣା ପଡି ନ ଥିବା ବେଳେ ରାଜାଙ୍କ ଅମଳରେ ସେଠାରେ କିଛି ଧନରନô ପୋତା ଅବସ୍ଥାରେ ଥିବା ସନେ୍ଦହ କରି ସୁଡଙ୍ଗ ଖୋଳା ହୋଇଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ତବେ ଗତ କିଛି ବର୍ଷ ତଳେ ମହାରାଜାଙ୍କ ସମାଧି ପୀଠ ସ୍ଥାନକୁ ଚଞ୍ଚକତା ପୂର୍ବକ ବିକ୍ରି କରିବା ମସୁଧା ଥିବା ବଳେ ସ୍ଥାନୀୟ ବୁଦ୍ଧିଜୀବୀ ତଥା ସମାଜସେବୀଙ୍କ ତିବ୍ର ପ୍ରତିବାଦ ଫଳରେ ଚକ୍ରାନ୍ତକାରୀ ମାନଙ୍କ ବିକ୍ରି ଯୋଜନା ଫଳପ୍ରଦ ହୋଇ ନ ଥିଲା । ଏବେ ମହାରାଜାଙ୍କ ସମାଧିପୀଠକୁ ବାହାରୁ ସୁଡଙ୍ଗ ଖୋଳା ନେଇ ବିଭିନ୍ନ ଲୋକ ଙ୍କ ମନରେ ନାନା ପ୍ରଶ୍ନ ଉଙ୍କି ମାରୁଛି । କିଏ ଖୋଳିଲା କେତେବେଳେ ଖୋଳିଲା ଆଦି ସ୍ଥାନୀୟ ଲୋକ ବି କହିପାରୁନାହାନ୍ତି । ମଙ୍ଗଳବାର ସଂଧ୍ୟାରେ କେତେକ ଯୁବକ ଏହି ସୁଡଙ୍ଗ ଖୋଳା ଯାଇଥିବା ସ୍ଥାନକୁ ଠାବ କରିବା ପରେ ଘଟଣାଟି ସହର ସାରା ଖେଳିଯାଇଥିଲା । ତବେ ଖବର ପାଇ ଭଞ୍ଜସେନାର ସଭାପତି ପିଣ୍ଟୁ ମାଇତିଙ୍କ ସମେତ କର୍ମକର୍ତ୍ତ । ମାନେ ସେଠାରେ ପହଞ୍ଚିଥିବା ବଳେ ରାଜ ପରିବାରର ଦାୟାଦ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ମଧ୍ୟ ଘଟଣା ସ୍ଥଳକୁ ପରିଦର୍ଶନ କରିଥିବା ସୂଚନା ମିଳିଛି । ସେପଟେ ପୁଲିସ ମଧ୍ୟ ସମାଧି ସ୍ଥଳକୁ ଯାଇ ତଦାରଖ କରିଥିବା ଜଣା ପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons