ମୁମ୍ବାଇ: ମହାରାଷ୍ଟ୍ର କରୋନା ଅଣାୟତ୍ତ ହୋଇ ପଡିଥିବା ବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଜୁନ୍ ସୁଦ୍ଧା ରାଜ୍ୟରେ ସ୍କୁଲଗୁଡିକୁ ଖୋଲିବାକୁ ନିଦେ୍ର୍ଧଶ ଦେଇଛନ୍ତି । ରାଜ୍ୟ ଶିକ୍ଷା ବିଭାଗ ସହ ଅନୁÂିତ ସମୀକ୍ଷା ବୈଠକରେ ଉଦ୍ଧବ ଏହି ନିଦେ୍ର୍ଧଶ ଦେଇ କହିଛନ୍ତି, ରାଜ୍ୟରେ ଶିକ୍ଷାବର୍ଷ ଜୁନରୁ ଆରମ୍ଭ ହେବ । ସ୍କୁଲଗୁଡିକୁ ଖୋଲାଯିବ । ତେବେ ସ୍କୁଲ ମଧ୍ୟରେ ସାମାଜିକ ଦୂରତା ଏବଂ ମାସ୍କ ବ୍ୟବହାର ଭଳି ନିୟମକୁ କଡାକଡି ଭାବେ ପାଳନ କରାଯିବ । ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ନିୟମିତ ରୂପେ ଯାଞ୍ଚ କରାଯିବ । ତେବେ ରାଜ୍ୟରେ ଅନ୍ଲାଇନ ପାଠପଢ଼ାକୁ ମଧ୍ୟ ବିକଳ୍ପ ଭାବେ ବ୍ୟବହାର କରା ଯାଇପାରିବ ବୋଲି ଉଦ୍ଧବ ପ୍ରକାଶ କରିଛନ୍ତି । ଆଗକୁ ଏନେଇ ଅନ୍ଲାଇନ ପ୍ଲାଟଫର୍ମର ସୁବିଧା ବୃଦ୍ଧି କରିବାକୁ ରାଜ୍ୟ ସରକାର ଚିନ୍ତା କରୁଥିବା ସେ କହିଛନ୍ତି । ତେବେ ବର୍ତ୍ତମାନ ପାଇଁ ଛାତ୍ରଛାତ୍ରୀମାନେ ଗୁଗୁଲ କ୍ଲାସରୁମ୍ ଭଳି ଅନ୍ଲାଇନ ପ୍ଲାଟଫର୍ମ ଦ୍ୱାରା ପାଠପଢନ୍ତୁ ବୋଲି ଉଦ୍ଧବ ନିଦେ୍ର୍ଧଶ ଦେଇଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାରେ କିଭଳି ବାଧା ନ ଉପୁଜିବ ସେଥିପାଇଁ ସରକାର ଚେଷ୍ଟିତ ଅଛନ୍ତି । ଅନେକ ସ୍ଥାନରେ ଇଣ୍ଟରନେଟ ସଂଯୋଗ ଭଲ ନ ଥିବାରୁ ସବୁଠି ଅନ୍ଲାଇନ ପାଠପଢ଼ା ସମ୍ଭବ ନୁହେଁ । ଏଣୁ ସାମାଜିକ ଦୂରତା ନିୟମ ସହ ସ୍କୁଲ ଖୋଲିବାକୁ ପଡିବ । ଜୁନ୍ ୧୫ ସୁଦ୍ଧା ସମସ୍ତ ଛାତ୍ରଛାତ୍ରୀଙ୍କୁ ବହି ବାଣ୍ଟିବାକୁ ରାଜ୍ୟ ସରକାର ଯୋଜନା ରଖିଛନ୍ତି । ଛାତ୍ରଛାତ୍ରୀଙ୍କ ନିକଟରେ ବହି ପହଞ୍ଚି ସାରିବା ପରେ ଜୁନ୍ ଶେଷସୁଦ୍ଧା ସ୍କୁଲ ଖୋଲିବାକୁ ଚିନ୍ତା କରାଯିବ ।
Comments are closed, but trackbacks and pingbacks are open.