ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ବିଜେପିକୁ ଆମନ୍ତ୍ରଣ କଲେ ରାଜ୍ୟପାଳ

Get real time updates directly on you device, subscribe now.

ମୁମ୍ବାଇ: ମହାରାଷ୍ଟ୍ରର ରାଜ୍ୟପାଳ ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀ ରାଜ୍ୟର ସବୁଠାରୁ ବଡ ଦଳ ବିଜେପିକୁ ସରକାର ଗଠନ କରିବାକୁ ଆଜି ଆମନ୍ତ୍ରଣ କରିଛନ୍ତି। ମିଳିଥିବା ଖବର ଅନୁସାରେ,ଦେବେନ୍ଦ୍ର ଫଡନାଭିସଙ୍କୁ ରାଜ୍ୟପାଳ ସରକାର ଗଠନ କରିବାକୁ ଆମନ୍ତ୍ରଣ କରିଛନ୍ତି। ଏହା ସହିତ ଫଡନାଭିସଙ୍କୁ ୧୧ ନଭେମ୍ବର ରାତି ୮ଟା ପର୍ୟ୍ୟନ୍ତ ବହୁମତ ପ୍ରମାଣ କରିବାକୁ ହେବ ବୋଲି ଜଣାପଡିଛି। ମହାରାଷ୍ଟ୍ର ବିଧାନସଭାରେ ବିଜେପି ୧୦୫ଟି ଆସନ ଜିତିଛି। ବିଜେପି ନିର୍ବାଚନରେ ସର୍ବାଧିକ ଆସନ ଜିତିଛି ।ଏହା ପୂର୍ବୁର ରାଜ୍ୟରେ ବିଜେପିର ସରକାର ଥିଲା । ଗତ ଶୁକ୍ରବାର ଦେବେନ୍ଦ୍ର ଫଡନାଭିସ୍‌ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ତେବେ ଆଜି ରାଜ୍ୟପାଳ ବିଜେପିକୁ ସରକାର ଗଠନ କରିବା ପାଇଁ ଆମନ୍ତ୍ରଣ କରିଛନ୍ତି ।
ଉଲ୍ଲେଖନୀୟ ଯେ, ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପିର ସହଯୋଗୀ ଦଳ ଶିବସେନା ସହିତ ବିବାଦ ଜାରି ରହିଛି। ଶିବସେନା ଦାବି କରୁଛି ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ସହିତ ତାଙ୍କର ଏକ ଚୁକ୍ତି ହୋଇଥିଲା। ତାହା ହେଲା ୫୦-୫୦ ଫର୍ମୁଲା, ଅର୍ଥାତ ପ୍ରତି ଦଳର ମୁଖ୍ୟମନ୍ତ୍ରୀ ଅଢେଇ ବର୍ଷ ଲେଖାଏଁ ଶାସନ କରିବେ। ବିଜେପି ଏଥିରେ ରାଜି ନହେବାରୁ ମହାରାଷ୍ଟ୍ରରେ ସରକାର ଗଠନ ହୋଇପାରୁନାହିଁ। କାରଣ କୌଣସି ଦଳ ପାଖରେ ସଂଖ୍ୟା ଗରିଷ୍ଠତା ନାହିଁ। ଏବେ ରାଜ୍ୟପାଳଙ୍କ ଆମନ୍ତ୍ରଣ ପରେ କେବଳ ଦେଖିବାର ଅଛି ଫଡନାଭିସ୍ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିପାରୁଛନ୍ତି କି ନାହିଁ?

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons