ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ମହା-ସଙ୍କଟ ଭାବେ ଉଭା ହୋଇଛି । ରାଜ୍ୟରେ ସାଧାରଣ ଜନତାଙ୍କ ବ୍ୟତୀତ ଦୈନିକ ଅନେକ ସଂଖ୍ୟାରେ ସ୍ୱାସ୍ଥ୍ୟକର୍ମୀ ଏବଂ ସୁରକ୍ଷା କର୍ମୀ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯାହା ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୫୦୦ରୁ ଊଦ୍ଧ୍ୱର୍ ପୁଲିସ କରୋନା ସଂକ୍ରମିତ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୯୩ ଜଣ ପୁଲିସ କରୋନା ଆକ୍ରାନ୍ତ ହୋଇଥିବା ଜଣା ପଡିବା ପରେ ଏହି ସଂଖ୍ୟା ୨୫୦୯ରେ ପହଞ୍ଚିଛି । କରୋନା ଯୋଗୁ ରାଜ୍ୟରେ ୨୭ ଜଣ ପୁଲିସ ଆଖି ବୁଜି ସାରିଲେଣି । ମହାରାଷ୍ଟ୍ର ପୁଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୯୩ ନୂଆ ମାମଲା ମଧ୍ୟରେ ୮ ଜଣ ପୁଲିସ ଅଧିକାରୀ ରହିଥିବା ବେଳେ ୮୫ ଜଣ କନଷ୍ଟେବଳ ରହିଛନ୍ତି । ୧ ହଜାରରୁ ଊଦ୍ଧ୍ୱର୍ ପୁଲିସ କର୍ମୀ କରୋନାକୁ ହରାଇ ସୁସ୍ଥ ହୋଇ ସାରିଲେଣି । କରୋନାରେ ପ୍ରାଣ ହରାଇଥିବା ପୁଲିସକର୍ମୀଙ୍କ ମଧ୍ୟରେ ୧୬ ଜଣ ମୁମ୍ବାଇରୁ, ୩ ନାସିକରୁ ଏବଂ ୪ ଜଣ ସୋଲାପୁରରୁ ରହିଛନ୍ତି । ଦୈନିକ ୧୦୦ରୁ ଅଧିକ ପୁଲିସ ସଂକ୍ରମିତ ଚିହ୍ନଟ ହେଉଥିବା ସେ ପ୍ରକାଶ କରିଛନ୍ତି ।
Comments are closed, but trackbacks and pingbacks are open.