ମହାରାଷ୍ଟ୍ର ଓ ହରିୟାଣାରେ ବିଜେପିର ବିଜୟକୁ ବଡ ସଫଳତା କହିଲେ ପ୍ରଧାନମନ୍ତ୍ରୀ

Get real time updates directly on you device, subscribe now.

ନୂଆଦିଲ୍ଲୀ : ମହାରାଷ୍ଟ୍ର ଓ ହରିୟାଣା ନିର୍ବାଚନ ଫଳାଫଳ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳକୁ ସମ୍ବୋଧିତ କରିଛନ୍ତି। ଉଭୟ ରାଜ୍ୟରେ ବିଜେପିର ବିଜୟକୁ ବଡସଫଳତା ବୋଲି ପ୍ରଧାନମନ୍ତ୍ରୀ କହିଥିବା ବେଳେ ଦୁଇ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀମାନେ ରାଜ୍ୟବାସୀଙ୍କୁ ସ୍ୱଚ୍ଛ ଶାସନ ଦେଇଥିବାର ଏହା ଏକ ବଳିଷ୍ଠ ପ୍ରମାଣ ବୋଲି କହିଛନ୍ତି। ଶାସନକୁ ଆସିବା ବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ଓ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ସମ୍ପୂର୍ଣ୍ଣ ନୂଆ ଥିଲେ। ତେବେ ସେମାନେ ଜନତାଙ୍କ ବିଶ୍ୱାସ ଜିତିବାରେ ସଫଳ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
ଦେଶରେ ବର୍ତ୍ତମାନର ରାଜନୈତିକ ମାହୋଲରେ ୫ ବର୍ଷ ଶାସନ କରିବା ପରେ ପୁଣି ଥରେ ଦଳ ସରକାରକୁ ଫେରିବାର କ୍ୱଚିତ ସମ୍ଭାବନା ସତ୍ତ୍ୱେ ଦଳ ବହୁମତରେ ବିଜୟୀ ହେବା ବାସ୍ତବିକ୍ ଉଲ୍ଲେଖନୀୟ । ଗତ ନିର୍ବାଚନରେ ଦଳ ହରିୟାଣାରେ ୩୩ ପ୍ରତ ଭୋଟ ପାଇଥିବା ବେଳେ ଚଳିତ ନିର୍ବାଚନରେ ୩୫ ପ୍ରତିଶତରୁ ଅଧିକ ଭୋଟ ହାସଲ କରିଛି। ଏଣୁ ହରିୟାଣା ବିଜେପିକୁ ପ୍ରଧାନମନ୍ତ୍ରୀ ବଧେଇ ଜଣାଇଛନ୍ତି।
ସେହିପରି ମହାରାଷ୍ଟ୍ରରେ ୨୦୧୪ ସାଧାରଣ ନିର୍ବାଚନ ବେଳେ ବିଜେପି ଜୁନିୟର ପାର୍ଟନର ଦଳ ଥିଲା। ରାଜ୍ୟରେ କୌଣସି ସରକାର ଗତ ୫୦ ବର୍ଷରେ ପୂର୍ଣ୍ଣକାଳ ସରକାର କରିପାରିନଥିବା ବେଳେ ଦେବେନ୍ଦ୍ର ଫଡନବିଶ ସରକାର ନୂଆ ରେକର୍ଡ କାୟମ କରିଛନ୍ତି। ତେବେ ଉଭୟ ରାଜ୍ୟରେ ସରକାରମାନେ ଗତ ୫ ବର୍ଷ ହେଲା ‘ଜିରୋ କ୍ୟାପସନ’ରେ ସରକାର ଚଳାଉଥିଲେ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ଉଭୟ ରାଜ୍ୟ ବିଜେପି ଲାଗି ଅଣପାରମ୍ପରିକ ତଥାପି ଲୋକେ ବହୁମତରେ ବିଜେପିକୁ ବାଛିଥିବାରୁ ଅମିତ କୃତଜ୍ଞତା ଜ୍ଞାପନ କରିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons