ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାରେ ଶନିବାର ‘ମହାରାଷ୍ଟ୍ର ବିକାଶ ଅଗାଢି’ ନେତା ଉଦ୍ଧବ ଠାକରେ ତାଙ୍କର ବହୁମତ ସାବ୍ୟସ୍ତ କରିଛନ୍ତି। ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଲାଗି ଉଦ୍ଧବଙ୍କୁ ୧୪୫ ଜଣ ବିଧାୟକଙ୍କ ସମର୍ଥନ ଦରକାର ତେବେ ଉଦ୍ଧବଙ୍କନିକଟରେ ପୂର୍ଣ୍ଣ ବହୁମତ ଥିବା ପ୍ରମାଣିତ ହୋଇଛି।
ଏଥିଲାଗି ବିଧାନସଭାରେ ଫ୍ଲୋର ଟେଷ୍ଟ ଅନୁଷ୍ଠିତ ହୋଇଥିବା ବେଳେ ପ୍ରକ୍ରିୟା ଲଗାତାର ଜାରି ରହିଥିଲା। ଥରକୁ ଥର ବିଧାୟକଙ୍କ ଗଣତି କରାଯିବା ସହ ଜଣ ଜଣ କରି ବିଧାୟକ ସରକାର ସପକ୍ଷରେ ସେମାନଙ୍କର ସମର୍ଥନ ଦେଇଥିଲେ। ତେବେ ବିଧାନସଭାରେ ଏପର୍ୟ୍ୟନ୍ତ ନିୟମିତ ବାଚସ୍ପତି ନିଯୁକ୍ତ ହୋଇନଥିବା ବେଳେ ସରକାରୀ ଦଳଙ୍କ ଫ୍ଲୋର ଟେଷ୍ଟକୁ ବିଜେପି ବିଧାନସଭାରେ ବିରୋଧ କରିଥିଲା।
ବିଜେପି ବିଧାୟକ ଦଳ ନେତା ଦେବେନ୍ଦ୍ର ଫଡନବୀଶ ଗୃହରେ ଏପର୍ୟ୍ୟନ୍ତ ଯେତେଥର ସଂଖ୍ୟାଗରିଷ୍ଠତା ପ୍ରମାଣିତ ହୋଇଛି ସେତେବେଳେ ବାଚସ୍ପତି ହିଁ ଏହା କରାଇଛନ୍ତି। ତେବେ ନୂଆ କରି ସରକାର ଗଠନ କରିଥିବା ମହାରାଷ୍ଟ୍ର ବିକାଶ ଅଗାଢି ପ୍ରୋଟେମ ସ୍ପିକରଙ୍କ ଦ୍ୱାରା ପ୍ରଥମ ଥର ବହୁମତ ସାବ୍ୟସ୍ତ କରି ବିଧାନସଭାର ପରମ୍ପରା ଭଙ୍ଗ କରିଥିବା ଅଭିଯୋଗ କରିଛନ୍ତି। ଫଡନବୀଶ ଏହାକୁ ସମ୍ବିଧାନର ଉଲ୍ଲଂଘନ ବୋଲି କହିଥିବା ବେଳେ ଅସାମ୍ବିଧାନିକ ଭାବେ ଚାଲିଥିବା ସଭାରେ ଆମର ଉପସ୍ଥିତି ଜରୁରୀ ନୁହେଁ ବୋଲି କହିଥିଲେ।
ଅନ୍ୟପକ୍ଷରେ ରାଜ୍ୟପାଳ ଏଭଳି ଅସାମ୍ବିଧାନିକ କାର୍ୟ୍ୟ ବନ୍ଦ କରାଇବା ଉଚିତ ବୋଲି କହିଥିଲେ। ଏଣୁ ସେ ରାଜ୍ୟପାଳଙ୍କୁ ଭେଟି ବିଧାନସଭାରେ ଅନିୟମିତତା ନେଇ ଅଭିଯୋଗ କରିବେ ବୋଲି ଗୃହକୁ କହିବା ସହ କକ୍ଷତ୍ୟାଗ କରିଥିଲେ। ତାଙ୍କ ସହ ବିଜେପିର ଅନ୍ୟ ୧୦୪ ଜଣ ବିଧାୟକ ବି ଗୃହରୁ ବାହାରିଯାଇଥିଲେ।
Comments are closed, but trackbacks and pingbacks are open.