ମୁମ୍ୱାଇ: ଶନିବାର ସକାଳ ସାଢେ଼ ୭ଟା । ସ୍ଥାନ ରାଜଭବନ । ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜେପି ନେତା ଦେବେନ୍ଦ୍ର ଫଡନବିସ୍ । ୧୦ ସହଯୋଗୀଙ୍କ ଗହଣରେ ଏନ୍ସିପି ନେତା ଅଜିତ୍ ପାୱାର ଉପମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଲେ । ଏନ୍ସିପି ସମର୍ଥନରେ ସରକାର ଗଠନ ହେଲା ବୋଲି ଗଣମାଧ୍ୟମକୁ ସୂଚନା ଗଲା ।
ଅପରାହ୍ନ ସାଢେ଼ ୧୨ଟା । ଶିବସେନା ଓ ଏନ୍ସିପିର ମିଳିତ ସାମ୍ବାଦିକ ସମ୍ମିଳନୀ । ବିଜେପି ସରକାରକୁ ଏନ୍ସିପି କୌଣସିମତେ ସମର୍ଥନ ଦେଇନାହିଁ । ଏହା ଅଜିତ୍ଙ୍କ ବ୍ୟକ୍ତିଗତ ନିଷ୍ପତ୍ତି । ଦଳ ସହ ଏହାର କୌଣସି ସମ୍ପର୍କ ନାହିଁ ବୋଲି ସୁପ୍ରିମୋ ଶରଦ ପାୱାରଙ୍କ ଘୋଷଣା । ଗୃହରେ ବହୁମତ ଆଣିବାରେ ବିଜେପି ବିଫଳ ହେବା ସୁନିଶ୍ଚିତ ବୋଲି ପାୱାରଙ୍କ ଦୃଢେ଼ାକ୍ତି । ବିଜେପିକୁ ସରକାର ଗଢ଼ିବା ପାଇଁ ଅସାମ୍ବିଧାନିକ ଭାବେ ଅନୁମତି ଦେଇଥିବାରୁ ରାଜ୍ୟପାଳଙ୍କ ବିରୋଧରେ ସୁପ୍ରିମକୋର୍ଟ ଯିବାକୁ ମେଣ୍ଟର ନିଷ୍ପତ୍ତି ।
ଅପରାହ୍ନ ସାଢେ଼ ୪ଟା । ସ୍ଥାନ ମୁମ୍ବାଇସ୍ଥିତ ୱାଇବି ଚୌହାନ ସେଣ୍ଟର । ଏନ୍ସିପି ମୁଖ୍ୟ ଶରଦ ପାୱାରଙ୍କ ଅଧ୍ୟକ୍ଷତାରେ ଅନୁÂିତ ଜରୁରି ବୈଠକରେ ୫୦ ବିଧାୟକଙ୍କ ଯୋଗଦାନ । ଅଜିତ୍ଙ୍କ ଘନିÂ ସହଯୋଗୀ ଧନଞ୍ଜୟ ମୁଣ୍ଡେ ବି ସାମିଲ । ଅଜିତ୍ଙ୍କୁ ବିଧାୟକ ଦଳ ନେତା ପଦରୁ ବହିଷ୍କାର । ତାଙ୍କ ସ୍ଥାନରେ ଜୟନ୍ତ ପାଟିଲଙ୍କୁ ଦାୟିତ୍ୱ ।
ସନ୍ଧ୍ୟା ସାଢେ଼ ୮ । ରାଜ୍ୟପାଳଙ୍କ ବିରୋଧରେ ପିଟିସନ୍କୁ ସର୍ବୋଚ୍ଚ ଅଦାଲତଙ୍କ ଗ୍ରହଣ । ରବିବାର ପୂର୍ବାହ୍ନ ୧୧.୩୦ରେ ମାମଲାର ଶୁଣାଣି ପାଇଁ ସମୟ ଧାର୍ଯ୍ୟ । ସବୁ ଦଳ ପକ୍ଷରୁ ସେମାନଙ୍କ ବିଧାୟକଙ୍କୁ ଘୋଡ଼ା ବେପାରରୁ ଦୂରେଇ ରଖିବା ପାଇଁ ସୁରକ୍ଷିତ ଭାବେ ହୋଟେଲକୁ ସ୍ଥାନାନ୍ତର ।
ମହାରାଷ୍ଟ୍ର ରାଜନୀତିରେ ମିଡ୍ନାଇଟ୍ ଷ୍ଟେ୍ରାକ୍ ଖେଳିଛି ବିଜେପି । ଶାସନ ଗାଦିରେ ବସିବ ବୋଲି ଶିବସେନା ଯେଉଁ ସ୍ୱପ୍ନ ଦେଖୁଥିଲା, ବିଜେପି ତାହାକୁ ରାତାରାତି ଭାଙ୍ଗି ଚୂର୍ମାର କରିଦେଇଛି । ଶନିବାର ସକାଳେ ଦେଶବାସୀଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେବେନ୍ଦ୍ର ଫଡ଼ନବିସ୍ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏନ୍ସିପି ନେତା ଅଜିତ୍ ପାୱାରଙ୍କ ସମର୍ଥନ ବଳରେ ବିଜେପି ପୁଣି ରାଜ୍ୟରେ କ୍ଷମତାକୁ ଫେରିଛି ।
ମହାରାଷ୍ଟ୍ରରେ ଶିବସେନା-ଏନ୍ସିପି-କଂଗ୍ରେସ ସରକାର ଗଢ଼ିବେ ବୋଲି ଶୁକ୍ରବାର ରାତି ସୁଦ୍ଧା ସ୍ପଷ୍ଟ ହୋଇଥିଲା । କେନ୍ଦ୍ରୀୟ ମୁମ୍ବାଇର ନେହରୁ ସେଣ୍ଟରରେ ତିନି ଦଳ ଏକାଠି ହୋଇ ଚୂଡ଼ାନ୍ତ ନିଷ୍ପତ୍ତି ନେଇଥିଲେ । ତେଣୁ ରାଜ୍ୟରେ ଏଥର ଅଣବିଜେପି ସରକାର ନିଶ୍ଚିତ ବୋଲି ରାଜ୍ୟ ତଥା ଦେଶବାସୀ ଜାଣିଗଲେ । କିନ୍ତୁ ଶନିବାର ସକାଳେ ଦେଶବାସୀ ଟିଭି ଖୋଲିବା କ୍ଷଣି ଆଖି ସାମ୍ନାରେ ଭିନ୍ନ ଚିତ୍ର ଦେଖିବାକୁ ପାଇଥିଲେ । ଯାହା କେବେ କଳ୍ପନା କରାଯାଇ ନଥିଲା, ତାହା ହିଁ ଘଟିଥିଲା । ଶିବସେନା, ଏନ୍ସିପି ଓ କଂଗ୍ରେସ ବିଧାୟକମାନେ ଟିଭିରୁ ଏହି ଖବର ଜାଣିବା ପରେ ସାଂଘାତିକ ଝଟ୍କା ଖାଇଥିଲେ ।
ବିଜେପିକୁ ସରକାର ଗଢ଼ିବାକୁ ଅନୁମତି ଦେଇଥିବା ରାଜ୍ୟପାଳ ଭଗତ୍ ସିଂହ କୋଶ୍ୟାରିଙ୍କ ବିରୋଧରେ ଶିବସେନା, ଏନ୍ସିପି ଓ କଂଗ୍ରେସ ଆଜି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବହୁମତ ନଥାଇ ସୁଦ୍ଧା ବିଜେପିକୁ ରାଜ୍ୟପାଳ ଅସାମ୍ବିଧାନିକ ଭାବେ ସରକାର ଗଢ଼ିବାକୁ ଅନୁମତି ଦେଇଛନ୍ତି । ତେଣୁ ୨୪ ଘଣ୍ଟା ମଧ୍ୟରେ ବିଧାନସଭାରେ ବହୁମତ ପରୀକ୍ଷା ହେବା ଆବଶ୍ୟକ । ରାଜ୍ୟ ରାଜନୀତିରେ ସମ୍ଭାବ୍ୟ ଘୋଡ଼ା ବେପାରକୁ ସୁଯୋଗ ନଦେବା ପାଇଁ ସର୍ବୋଚ୍ଚ ଅଦାଲତ ତୁରନ୍ତ ମାମଲାର ଶୁଣାଣି କରି ବହୁମତ ପରୀକ୍ଷା ପାଇଁ ନିଦେ୍ର୍ଧଶ ଦିଅନ୍ତୁ ବୋଲି ୩ ଦଳ ଅନୁରୋଧ କରିଛନ୍ତି । ଧାରା ୩୨ ଆଧାରରେ ଦଳଗୁଡ଼ିକ ଏହି ରିଟ୍ ପିଟିସନ୍ କରିଥିବା ଦର୍ଶାଇଛନ୍ତି । ରାଜ୍ୟପାଳଙ୍କ ବିରୋଧରେ ହୋଇଥିବା ଏହି ପିଟିସନ୍କୁ ସୁପ୍ରିମକୋର୍ଟ ଗ୍ରହଣ କରିବା ସହ ରବିବାର ପୂର୍ବାହ୍ନ ୧୧.୩୦ରେ ଶୁଣାଣି ହେବ ବୋଲି କହିଛନ୍ତି । ବିଚାରପତି ଅଶୋକ ଭୂଷଣ, ବିଚାରପତି ସଞ୍ଜୀବ ଖାନ୍ନା ଓ ବିଚାରପତି ଏନ୍ ଭି ରମନ୍ନାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିବେ ।
ଅନ୍ୟପକ୍ଷରେ ଅଜିତ୍ଙ୍କ ଦଳବିରୋଧୀ କାର୍ଯ୍ୟରେ ଅସନ୍ତୋଷ ବ୍ୟକ୍ତ କରି ଏନ୍ସିପି ମୁଖ୍ୟ ଶରଦ ପାୱାର ଆଜି ଏକ ଜରୁରି ବୈଠକ ଡାକିଥିଲେ । ମୁମ୍ବାଇର ୱାଇବି ଚୌହାନ୍ ସେଣ୍ଟରରେ ଅନୁÂିତ ଏହି ବୈଠକରେ ଦଳର ମୋଟ ୫୪ ବିଧାୟକଙ୍କ ମଧ୍ୟରୁ ୫୦ ଜଣ ଉପସ୍ଥିତ ଥିଲେ । ଏମିତି କି ଅଜିତ୍ଙ୍କ ନିକଟତମ ସହଯୋଗୀ ଧନଞ୍ଜୟ ମୁଣ୍ଡେ ମଧ୍ୟ ବୈଠକରେ ଯୋଗଦେଇଥିଲେ । ତେଣୁ ଅଜିତ୍ଙ୍କ ନିକଟରେ କମ୍ ବିଧାୟକଙ୍କ ସମର୍ଥନ ରହିଥିବା ସ୍ପଷ୍ଟ ହୋଇଯାଇଛି । ଏହା ଅଜିତ୍ ଓ ବିଜେପି ସରକାର ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି । ଅଜିତ୍ଙ୍କ ବିରୋଧରେ କାର୍ଯ୍ୟାନୁÂାନ ସ୍ୱରୂପ ତାଙ୍କୁ ବିଧାୟକ ଦଳ ନେତା ପଦରୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ଜୟନ୍ତ ପାଟିଲଙ୍କୁ ବିଧାୟକ ଦଳ ନେତା ଭାବେ ନିଯୁକ୍ତି ଦିଆଯାଇଛି ।
ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ସର୍ବାଧିକ ୧୦୫ ଆସନ ପାଇଥିଲା । କିନ୍ତୁ ଶିବସେନା ସାଥ୍ ନ ଦେବାରୁ ସରକାର ଗଢ଼ିବାକୁ ଅସମର୍ଥ୍ୟ ପ୍ରକାଶ କରିଥିଲା ଦଳ । ବୃହତ୍ ଦଳ ହୋଇ ସୁଦ୍ଧା ବିଜେପିର ଏଭଳି ସ୍ଥିତି ଅନେକଙ୍କୁ ବିସ୍ମିତ କରିଥିଲା । ଏମିତି କି ଦଳର ହାଇକମାଣ୍ଡ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଅଧ୍ୟକ୍ଷ ଅମିତ୍ ଶାହ ଏ ବାବଦରେ ମୁହଁ ଖୋଲି ନଥିଲେ । ଶିବସେନା, ଏନ୍ସିପି ଓ କଂଗ୍ରେସର ପ୍ରତ୍ୟେକ ଘଟଣା ବାବଦରେ ଏମାନେ ନିରୁତ୍ତର ରହିଥିଲେ । ଏତେ ସହଜରେ ବିଜେପି କ’ଣ ତାହାର ଗଡ଼କୁ ହାତଛଡ଼ା କରିଦେବ ବୋଲି କର୍ମୀ ମହଲରେ ଭାଳେଣି ପଡ଼ିଥିଲା । ରାଜନୈତିକ ବିଶାରଦମାନେ ମଧ୍ୟ କୌଣସି ଠୋସ ଆକଳନ କରିପାରି ନଥିଲେ । କିନ୍ତୁ ଅସମ୍ଭବକୁ ବିଜେପି ପୁଣି ସମ୍ଭବ କରିଛି । ଗୋଆ, ମଣିପୁର ଓ କର୍ଣ୍ଣାଟକ ପରେ ମହାରାଷ୍ଟ୍ରରେ ପୁଣି ମାଷ୍ଟ୍ରର୍ ଷ୍ଟେ୍ରାକ୍ ଖେଳିଛି ବିଜେପି ।
ଅନ୍ୟପକ୍ଷରେ ଏତେଶୀଘ୍ର ମହାରାଷ୍ଟ୍ରରେ ବିଜେପି କିଭଳି ସରକାର ଗଠନ କଲା, ତାହାକୁ ନେଇ ଶିବସେନା, ଏନ୍ସିପି ଓ କଂଗ୍ରେସ କର୍ମୀ ସମେତ ପୂରା ଦେଶବାସୀ ତାଜୁବ । ଏତେ ଔପଚାରିକତା କିଭଳି ସମ୍ପାଦନ ହେଲା, ତାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ । ତେବେ ସୂତ୍ର ମୁତାବକ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ପରେ ଶନିବାର ସକାଳ ୫ଟା ୪୭ରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ପ୍ରତ୍ୟାହୃତ ହୋଇଥିଲା । ଏହାପରେ ସକାଳେ ଦେବେନ୍ଦ୍ର ଫଡ଼ନବିସ୍ ଓ ଅଜିତ୍ ପାୱାର ରାଜ୍ୟପାଳ ଭଗତ୍ ସିଂହ କୋଶ୍ୟାରିଙ୍କୁ ଭେଟି ସରକାର ଗଠନ ଦାବି କରିଥିଲେ । ସକାଳ ୭ଟା ୫୦ରେ ଶପଥ ଗ୍ରହଣ ଉତ୍ସବ ଅନୁÂିତ ହୋଇଥିଲା । ସବୁଠୁ ବଡ଼ କଥା ହେଲା କେନ୍ଦ୍ର କ୍ୟାବିନେଟ୍ର ବୈଠକ ବି ବସିନଥିଲା । ତେବେ ଆବଶ୍ୟକ ସ୍ଥଳେ ବିନା କ୍ୟାବିନେଟ୍ ବୈଠକରେ ପ୍ରଧାନମନ୍ତ୍ରୀ ବଡ଼ ନିଷ୍ପତ୍ତି ନେଇପାରିବେ ବୋଲି ନିୟମ ରହିଛି ।
ଶନିବାର ସକାଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଫଡ଼ନବିସ୍ ଶପଥ ନେବା ପରେ ଉପମୁଖ୍ୟମନ୍ତ୍ରୀ ଭାବେ ଏନ୍ସିପି ନେତା ଅଜିତ୍ ପାୱାର ଶପଥ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆସନରେ ବସି ମହାରାଷ୍ଟ୍ରକୁ ଶାସନ କରିବେ ବୋଲି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଯେଉଁ ସ୍ୱପ୍ନ ଦେଖୁଥିଲେ, ତାହା ଧୂଳିସାତ୍ ହୋଇଯାଇଛି । ତାଙ୍କୁ ଶେଷରେ ଶିଶୁପାଳ ହେବାକୁ ପଡ଼ିଛି । ଶେଷ ମୁହୂର୍ତ୍ତରେ ଏନ୍ସିପି ନେତା ଅଜିତ୍ ପାୱାର ବିଜେପିକୁ ସମର୍ଥନ ଜଣାଇ ଶିବସେନାର ସରକାର ଗଢ଼ିବା ଆଶାକୁ ମାଟିରେ ମିଶାଇ ଦେଇଛନ୍ତି ।
ମହାରାଷ୍ଟ୍ରରେ ଶିବସେନା-ଏନ୍ସିପି-କଂଗ୍ରେସ ସରକାର ଗଠନ ନେଇ ଶୁକ୍ରବାର ସୁଦ୍ଧା ଏକପ୍ରକାର ସ୍ପଷ୍ଟ ହୋଇଯାଇଥିଲା । ସିଏମ୍ପି (ସାଧାରଣ ସର୍ବନିମ୍ନ କାର୍ଯ୍ୟସୂଚୀ) ଓ କ୍ଷମତା ଆବଣ୍ଟନ ନେଇ ସବୁକିଛି ଚୂଡ଼ାନ୍ତ ହୋଇଥିଲା । ଶନିବାର ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ରାଜ୍ୟପାଳ ଭଗତ୍ ସିଂହ କୋଶ୍ୟାରିଙ୍କୁ ଭେଟି ସରକାର ଗଠନ ଦାବି ସହ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥାନ୍ତେ । ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା । ରାତି ପାହିଲେ ଶିବସେନା ଶାସନ ଗାଦିରେ ବସିବ ଏବଂ ଦଳର ଦୀର୍ଘଦିନର ଆଶା ପୂରଣ ହେବ ବୋଲି ଦଳୀୟ ନେତାମାନେ ଭାବିଥିଲେ । କିନ୍ତୁ ବିଜେପିର ‘ପାୱାର’ (ଅଜିତ୍ ପାୱାର) ଷ୍ଟେ୍ରାକ୍ରେ ସବୁକିଛି ଓଲଟପାଲଟ ହୋଇଯାଇଛି ।
ମହାରାଷ୍ଟ୍ର ବିଧାନସଭାରେ ୨୮୮ ଆସନ ରହିଛି । ତେଣୁ ସରକାର ଗଠନ ପାଇଁ ୧୪୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ବିଜେପି ନିକଟରେ ସର୍ବାଧିକ ୧୦୫ ବିଧାୟକ ରହିଥିବା ବେଳେ ଶିବସେନାର ୫୬, ଏନ୍ସିପିର ୫୪ ଏବଂ କଂଗ୍ରେସର ୪୪ ବିଧାୟକ ରହିଛନ୍ତି । ବିଜେପି ଓ ଶିବସେନା ଏକାଠି ନିର୍ବାଚନ ଲଢ଼ିଥିଲେ ଏବଂ ସରକାର ଗଢ଼ିବା ପାଇଁ ଏହି ମେଣ୍ଟ ନିକଟରେ ଆବଶ୍ୟକ ସଂଖ୍ୟା ମଧ୍ୟ ଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଭାଗ ନ ଛିଡ଼ିବାରୁ ମେଣ୍ଟ ଭାଙ୍ଗିଯାଇଥିଲା ।
ରାଜନୈତିକ ସୂତ୍ର ମୁତାବକ ଅଜିତ୍ଙ୍କ ନିକଟରେ ଏନ୍ସିପିର ୩୬ ବିଧାୟକଙ୍କ ସମର୍ଥନ ରହିଛି । ଏମାନଙ୍କ ବ୍ୟତୀତ ୧୩ ଜଣ ନିର୍ଦଳୀୟ ବିଧାୟକ ମଧ୍ୟ ବିଜେପିକୁ ସମର୍ଥନ କରୁଛନ୍ତି । ବିଜେପିର ଆଉ ୪୦ ବିଧାୟକଙ୍କ ଆବଶ୍ୟକତା ରହିଛି । ଏନ୍ସିପିର ୩୬ ଓ ୧୩ ନିର୍ଦଳୀୟ ବିଧାୟକଙ୍କ ସମର୍ଥନ ପରେ ବିଜେପି ଅଙ୍କ ୧୫୪କୁ ବୃଦ୍ଧି ପାଇବ । ଫଳରେ ବିଧାନସଭାରେ ବହୁମତ ପ୍ରମାଣ କରିବାରେ ବିଜେପି ପାଇଁ ଆଉ ଅସୁବିଧା ହେବନାହିଁ । ନଭେମ୍ବର ୩୦ ସୁଦ୍ଧା ବିଜେପିକୁ ରାଜ୍ୟ ବିଧାନସଭାରେ ବହୁମତ ପ୍ରମାଣ କରିବାକୁ ହେବ ବୋଲି ଜଣାପଡ଼ିଛି ।
ଏନ୍ସିପି ମୁଖ୍ୟ ଶରଦ ପାୱାର ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ପୁତୁରା ଅଜିତ୍ ପାୱାରଙ୍କୁ ଜୋରଦାର ସମାଲୋଚନା କରିଛନ୍ତି । ସେ କହିଛନ୍ତି, ଦଳବିରୋଧୀ କାର୍ଯ୍ୟ ପାଇଁ ଅଜିତ୍ଙ୍କ ବିରୋଧରେ କାର୍ଯ୍ୟାନୁÂାନ ନିଆଯିବ । ତେବେ ବିଜେପି ସରକାରକୁ କେବଳ ଅଜିତ୍ ସମର୍ଥନ କରିଛନ୍ତି । ଏନ୍ସିପି କରିନାହିଁ । ତା’ଛଡ଼ା ନବଗଠିତ ବିଜେପି ସରକାର ବହୁମତ ପ୍ରମାଣ କରିପାରିବ ନାହିଁ । ଆମ ନିକଟରେ ଆବଶ୍ୟକ ସଂଖ୍ୟା ରହିଛି । ରାଜ୍ୟରେ ଶିବସେନା-ଏନ୍ସିପି-କଂଗ୍ରେସ ସରକାର ଗଠନ ହେବା ନିଶ୍ଚିତ । ଅଜିତ୍ଙ୍କ ନିକଟରେ ୩୬ ଏନ୍ସିପି ବିଧାୟକଙ୍କ ସମର୍ଥନ ଥିବା ଯାହା କୁହାଯାଉଛି, ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ । ତାଙ୍କ ନିକଟରେ ୧୦-୧୧ ବିଧାୟକଙ୍କ ସମର୍ଥନ ରହିଛି ବୋଲି ଶିବସେନା ସହ ଏକ ମିଳିତ ସାମ୍ୱାଦିକ ସମ୍ମିଳନୀରେ ଶରଦ ପାୱାର କହିଛନ୍ତି ।
ସାମ୍ୱାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଶିବସେନା ମୁଖ୍ୟ ଉଦ୍ଧବ କହିଛନ୍ତି, ମହାରାଷ୍ଟ୍ର ରାଜନୀତିରେ ଯେଉଁ ପ୍ରକାର ଖେଳ ଚାଲିଛି, ତାହା ଉପରେ ପୂରା ଦେଶବାସୀଙ୍କ ନଜର ରହିଛି । ବିଜେପି ସବୁବେଳେ ଭାଙ୍ଗିବା କାର୍ଯ୍ୟ କରିଥାଏ । କିନ୍ତୁ ଆମେ ଲୋକଙ୍କୁ ଯୋଡ଼ିବା ଉପରେ ଗୁରୁତ୍ୱ ଦେଇଥାଉ । ସେମାନଙ୍କ (ବିଜେପି) ଚିନ୍ତାଧାରା କେବଳ ‘ମୁଁ ଏବଂ ମୁଁ’ ଉପରେ ନିର୍ଭରଶୀଳ । ମେଣ୍ଟ ପାଇଁ ସେମାନଙ୍କର କୌଣସି ମୂଲ୍ୟ ନାହିଁ । ଆଜି ସେମାନେ ଏଭଳି କରି ଛତ୍ରପତି ଶିବାଜୀ ମହାରାଜଙ୍କ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ କରିଛନ୍ତି ।
ଉଦ୍ଧବ ଆହୁରି କହିଛନ୍ତି, ଦେବେନ୍ଦ୍ର ଫଡ଼ନବିସ୍ ପୁଣି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ରାଜ୍ୟବାସୀଙ୍କୁ ବିସ୍ମିତ କରିଛି । ରାଜ୍ୟ ଉପରେ ଏହା ଫର୍ଜିକାଲ୍ ଷ୍ଟ୍ରାଇକ୍ । ଜନତା ଏହାର ପ୍ରତିଶୋଧ ନେବେ । ପୂର୍ବରୁ ଇଭିଏମ୍କୁ ନେଇ ଖେଳ ହେଉଥିଲା । ଏବେ ଏହା ନୂଆ ଖେଳ ଚାଲିଛି । ଆଗକୁ ହୁଏତ ଆଉ ନିର୍ବାଚନ ଆବଶ୍ୟକ ପଡ଼ିବ ନାହିଁ । ସେମାନେ (ବିଜେପି) ଏବେ ଶିବସେନା ବିଧାୟକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିବେ । କିନ୍ତୁ ଆମେ ଚୁପ୍ ବସିବୁ ନାହିଁ ।
ଏନ୍ସିପି ମୁଖ୍ୟ କହିଛନ୍ତି, ଶିବସେନା, ଏନ୍ସିପି ଏବଂ କଂଗ୍ରେସ ମଧ୍ୟରେ ସବୁକିଛି ଚୂଡ଼ାନ୍ତ ହୋଇଯାଇଛି । ତିନି ଦଳ ଏକାଠି ବସି ସରକାର ଗଢ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତିନି ଦଳର ନେତା ଏବଂ ନିର୍ବାଚିତ ବିଧାୟକ ଏକାଠି ବସିଥିଲେ । କିଛି ନିର୍ଦଳୀୟ ବିଧାୟକ ମଧ୍ୟ ଆମକୁ ସମର୍ଥନ କରୁଛନ୍ତି । ଏହାଦ୍ୱାରା ଆମ ସଂଖ୍ୟା ୧୭୦ ପର୍ଯ୍ୟନ୍ତ ବଢ଼ିଯାଇଛି । ଆମ ନିକଟରେ ଏବେ ବି ଏହି ସଂଖ୍ୟା ରହିଛି । ତେଣୁ ବିଜେପି ସରକାର ଖୁବ୍ଶୀଘ୍ର ଭାଙ୍ଗିବାଟା ଥୟ ।
ସାମ୍ୱାଦିକ ସମ୍ମିଳନୀରେ ଏନ୍ସିପି ବିଧାୟକ ରାଜେନ୍ଦ୍ର ସିନେ୍ଦ କହିଛନ୍ତି, ‘ମୋ ନିକଟକୁ ଅଜିତ୍ ପାୱାରଙ୍କ ଫୋନ୍ ଆସିଥିଲା । ମୋତେ ସେ ଧନଞ୍ଜୟ ମୁଣ୍ଡେଙ୍କ ବାସଭବନକୁ ଡକାଇଥିଲେ । ଏହାପରେ ଆମେ ରାଜଭବନ ଯାଇଥିଲୁ । କିନ୍ତୁ ଆମେ କ’ଣ ପାଇଁ ରାଜଭବନ ଯାଉଛୁ, ଆମକୁ କିଛି କୁହାଯାଇ ନଥିଲା । ଏହାପରେ ଦେବେନ୍ଦ୍ର ଫଡ଼ନବିସ୍ ସେଠାରେ ପହଞ୍ଚି ଶପଥ ନେବା ପରେ ଆମେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲୁ । ସେ ଯାହା ବି ହେଉ । ମୁଁ ଏନ୍ସିପି ସହିତ ଅଛି ଏବଂ ରହିଥିବି ।’ ସାମ୍ୱାଦିକ ସମ୍ମିଳନୀରେ ଶିବସେନା ନେତା ଆଦିତ୍ୟ ଠାକରେ, ସଞ୍ଜୟ ରାଉତ ମଧ୍ୟ ଉପସ୍ଥିତ ଥିଲେ ।
ଦେବେନ୍ଦ୍ର ଫଡ଼ନବିସ୍ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଅପରାହ୍ନ ୪ଟା ୧୫ରେ ମୁମ୍ବାଇସ୍ଥିତ ଦଳୀୟ କାର୍ଯ୍ୟାଳୟ ଯାଇଥିଲେ । ଏହି ସମୟରେ ବିଜେପି କାର୍ଯ୍ୟକର୍ତ୍ତାମାନେ ତାଙ୍କର ଜୋରଦାର ସ୍ୱାଗତ କରିଥିଲେ । କାର୍ଯ୍ୟାଳୟ ବାହାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଉଦ୍ବୋଧନ ଦେଇ ଫଡ଼ନବିସ୍ କହିଛନ୍ତି, ମହାରାଷ୍ଟ୍ରକୁ ଆମେ ନିଶ୍ଚିତ ସ୍ଥିର ସରକାର ଦେବୁ । ମୋଦି ଅଛନ୍ତି ମାନେ ଏହା ସମ୍ଭବ । ରାଜ୍ୟରେ ବିଜେପି ସରକାର ପୁଣି ୫ ବର୍ଷ ଧରି ଚାଲିବ ବୋଲି ସେ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି ।
Comments are closed, but trackbacks and pingbacks are open.