ମହିଳାଙ୍କୁ ଦଳିଦେଲା ମାଲବାହୀ ଟ୍ରକ୍

Get real time updates directly on you device, subscribe now.

ବଲାଙ୍ଗିର,(ବି.ବି.ନୁ୍ୟଜ୍): ସ୍ୱାସ୍ଥ୍ୟ ଭଲ ନଥିଲା ବୋଲି ଚିକିତ୍ସା ପାଇଁ ସ୍ୱାମୀଙ୍କ ସହିତ ବଲାଙ୍ଗିର ଆସୁଥିଲେ । କିନ୍ତୁ ଡାକ୍ତରଖାନା ପହଞ୍ଚିପାରିଲେନି । ପଛପଟୁ ଆସୁଥିବା ଏକ ଟ୍ରକ୍ ତାଙ୍କୁ ଧକ୍କାଦେଇ ମାଡ଼ିଗଲା । ଧକ୍କାରେ ମୋପେଡ଼ ସମେତ ସ୍ୱାମୀ ଛିଟିକିପଡ଼ିଥିବା ବେଳେ ପତ୍ନୀ ଖସିପଡ଼ି ଟ୍ରକ୍ ଚକତଳେ ପଶିଯାଇଥିଲେ । ଘଟଣାସ୍ଥଳରେ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା ।
ଶନିବାର ସକାଳ ପ୍ରାୟ ୧୦ଟା ସମୟରେ ବଲାଙ୍ଗିର କଚେରୀ ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଘଟଣା । ସଦର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ଗ୍ରାମର ରଜନୀ ସାହୁ ନିଜ ସ୍ୱାମୀ ସ୍ୱାମୀ ସୌକିଲାଲ ସାହୁଙ୍କ ସହିତ ଭୀମଭୋଇ ମେଡ଼କାଲ କଲେଜ ହସ୍ପିଟାଲକୁ ଆସୁଥିଲେ । ଦୀର୍ଘଦିନ ହେବ ରଜନୀଙ୍କ ଗୋଡ଼ରେ ସମସ୍ୟା ଥିଲା । ତେଣୁ ଗତ କିଛିମାସ ହେବ ସେ ଡାକ୍ତରଖାନା ଆସି ନିୟମିତ ଚିକିତ୍ସିତ ହେବା ସହ ଡାକ୍ତରଙ୍କ ପରାମର୍ଶ ନେଉଥିଲେ । ଆଜି ଶନିବାର ସର୍ଟଡାଉନ ସତ୍ତେ୍ୱ ଚେକ୍-ଅପ୍ ତାରିଖ ଥିବାରୁ ସେମାନେ ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଗାଁରୁ ବାହାରି ସୌକିଙ୍କ ମୋପେଡ ଯୋଗେ ବଲାଙ୍ଗିର ଅଭିମୁଖେ ଆସୁଥିଲେ । ସ୍ଥାନୀୟ କଚେରୀ ଛକଠାରେ ବାମପଟକୁ ମୋଡି ସରକାରୀ ବସ ଷ୍ଟାଣ୍ଡ ଆଡକୁ ଆସୁଥିବା ବେଳେ ପଛପଟରୁ ଦ୍ରୁତଗତିରେ ଆସୁଥିବା ଏକ ମାଲବାହୀ ଟ୍ରକ୍(ଓଡି ୧୬ଏଫ/୨୭୩୨) ସେମାନଙ୍କୁ ପଛପଟରୁ ଧକ୍କା ଦେଇଥିଲା । ଧକ୍କା ଯୋଗୁ ସୌକି ଛିଟିକି ପଡିଥିବା ବେଳେ ରଜନୀ ପଛପଟକୁ ପଡ଼ିଯାଇଥିଲେ । ତାଙ୍କମୁଣ୍ଡ ଉପରେ ଗାଡି ଚଢ଼ଯାଇଥିଲା । ଦୁର୍ଘଟଣା ଘଟାଇବା ପରେ ଟ୍ରକଟି ସୋନପୁର ଅଭିମୁଖେ ଫେରାର ମାରିଥିଲା । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଟାଉନ ଥାନା ଆଇଆଇସି ସଂଗ୍ରାମକେଶରୀ ପଟ୍ଟନାୟକ ଖବର ପାଇ ଘଟଣାସ୍ଥଳକୁ ପହଞ୍ଚିଥିଲେ । ଅପରପକ୍ଷେ, ପିସିଆର ଟ୍ରକ ଏବଂ ଡ୍ରାଇଭରକୁ ଅନୁକରଣ କରି ସୋନପୁର ରୋଡ଼ର ପୁଇନ୍ତଳା ବ୍ଲକ୍ ନିକଟରୁ କାବୁ କରିଥିଲା । ପରେ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସୌକିଙ୍କ ପରିବାର ଓ କମ୍ପର୍କୀୟମାନେ ଘଟଣା ସ୍ଥଳକୁ ପହଞ୍ଚିଥିଲେ । ପୁଲିସ ଶବ ଉଦ୍ଧାରକରି ବ୍ୟବଚ୍ଛେଦ କରାଇବା ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons