ବଳଙ୍ଗା,(ବି.ବି.ନୁ୍ୟଜ୍): ମହିଳାଙ୍କୁ ବଳାକ୍ରାର ଅଭିଯୋଗରେ ବଳଙ୍ଗା ଥାନା ଏଏସ୍ଆଇ ଚିତ୍ତରଂଜନ ଦାଶଙ୍କୁ ଆଜି ପିପିଲି ଏସ୍ଡିପିଓ ଦେବଦତ୍ତ ବରାଳ ଗିରଫ କରିଛନ୍ତି । ଶନିବାର ତାଙ୍କୁ କୋର୍ଟ ଚାଲାଣ କରାଯିବ । ତଦନ୍ତକାରୀ ଅଧିକାରୀ ଏସ୍ଡିପିଓ ଶ୍ରୀ ବରାଳ ଘଟଣାର ତଦନ୍ତ କରୁଥିବା ବେଳେ ପୁରୀ ଏସ୍ପି ଉକ୍ତ ମାମଲାର ତଦାରଖ କରୁଛନ୍ତି । ଆଜି ପୀଡ଼ିତାଙ୍କୁ ପୁଲିସ ନିମାପଡ଼ା କୋର୍ଟରେ ହାଜର କରିଥିଲା । କୋର୍ଟରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିବା ବେଳେ ପୀଡ଼ିତା ଓ ଅଭିଯୁକ୍ତ ପୁଲିସ ଏଏସ୍ଆଇଙ୍କର ଡାକ୍ତରୀ ମାଇନା କରାଯାଇଛି ।
ପୁଲିସ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ପିପିଲି-ଡେଲାଙ୍ଗର ଯୁବନେତା ତଥା ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଭ୍ୟା ଅନିତା ଶୁଭଦର୍ଶିନୀ, ବିଜେପି ମିଡିଆ ସେଲ ରାଜ୍ୟ ସଂଯୋଜିକା କସ୍ତୁରୀ ମିଶ୍ର, ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଦସ୍ୟା ବବିତା ମଲ୍ଲିକ, ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସାଧାରଣ ସଂପାଦିକା ପ୍ରଭାତି ସତପଥି ପ୍ରମୁଖ ଏକ ୪ଜଣିଆ ବିଜେପି ମହିଳା ପ୍ରତିନିଧି ଦଳ ପିପିଲି ଏସ୍ଡିପିଓ ଶ୍ରୀ ବରାଳଙ୍କୁ ଭେଟିଥିଲେ । ପୀଡ଼ିତାଙ୍କୁ ତୁରନ୍ତ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ସହିତ ବଳଙ୍ଗା ଥାନା ଅଧିକାରୀ ପୀଡ଼ିତାଙ୍କ ଅଭିଯୋଗକୁ କାହିଁକି ଚାପି ରଖିଥିଲେ, ସେ ସମ୍ପର୍କରେ ତଦନ୍ତ କରାଯାଇ ଥାନା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁÂାନ ପାଇଁ ଦାବି କରିଥିଲେ । ସୂଚନାଯୋଗ୍ୟ ଯେ, ବଳଙ୍ଗା ଥାନା ଏଏସ୍ଆଇ ଚିତ୍ତରଂଜନ ଦାଶ ଉକ୍ତ ଅଂଚଳର ଜନୈକା ମହିଳାଙ୍କ ଅଭିଯୋଗର ବିଚାର କରି ତାଙ୍କ ସପକ୍ଷରେ ନ୍ୟାୟ ପ୍ରଦାନ ଉଦେଶ୍ୟରେ ମହିଳାଙ୍କୁ ନିଜ ସରକାରୀ ବାସଭବନକୁ ଡାକି ତାଙ୍କୁ ବଳାକ୍ରାର କରିଥିବା ନେଇ ପୀଡ଼ିତା ପିପିଲି ଏସ୍ଡିପିଓ ଦେବଦତ୍ତ ବରାଳ, ପୁରୀ ଏସ୍ପି, ଡିଆଇଜି, ଡିଜିଙ୍କ ପାଖରେ ଲିଖିତ ଅଭିଯୋଗ କରିଥିଲେ ।


Comments are closed, but trackbacks and pingbacks are open.