‘ମହିଳାଙ୍କୁ ମିଳିଲା ସମ୍ମାନ’ସମ୍ମିଳନୀରେ ଧର୍ମେନ୍ଦ୍ର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଗରିବ ମହିଳାଙ୍କୁ ଆତ୍ମନିର୍ଭରଶୀଳ ପାଇଁ ସୁଯୋଗ ଦେଇଛି । ମହିଳାଙ୍କ ସମ୍ମାନ ଓ ସ୍ୱାଭିମାନ ରକ୍ଷା କରିଛି । ନୂଆଦିଲ୍ଲୀରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଆୟୋଜିତ ‘ମହିଳାଙ୍କୁ ମିଳିଲା ସମ୍ମାନ’ ସମ୍ମିଳନୀରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି ।
ମାଇକ୍ରୋସେଭ୍, ଗେଟ୍ ଫାଉଣ୍ଡେସନ ଓ କ୍ଲିନଟନ୍ ଫାଉଣ୍ଡେସନ ପକ୍ଷରୁ ମିଳିତ ଭାବେ ଆୟୋଜିତ ଏହି ସମ୍ମିଳନୀରେ ସେ ୮କୋଟିରୁ ଅଧିକ ମହିଳା ଲାଭାର୍ଥୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ମୋଦି ସରକାରଙ୍କ ମହତ୍କାଂକ୍ଷୀ ଯୋଜନା । ଏହି ଯୋଜନା ଫଳରେ ଗରିବ ମହିଳା ଏଲ୍ପିଜି ଭଳି ସ୍ୱଚ୍ଛ ଇନ୍ଧନର ନିରନ୍ତର ବ୍ୟବହାର କରୁଛନ୍ତି ।
ଧର୍ମେନ୍ଦ୍ର କହିଛନ୍ତି, ୨୦୧୪ ଯାଏ ଦେଶରେ ଏଲ୍ପିଜି ଉପଭୋକ୍ତାଙ୍କ ସଂଖ୍ୟା ମାତ୍ର ୧୩ କୋଟି ଥିଲା । ମୋଦି ସରକାର ଦାୟିତ୍ୱ ନେବା ପରେ ଉପଭୋକ୍ତାଙ୍କ ସଂଖ୍ୟା ୨୭.୭କୋଟିକୁ ବଢ଼ିଛି । ଗତ ୫ ବର୍ଷରେ ଦେଶର ୯୭ଧ ଘରେ ଏଲ୍ପିଜି ପହଞ୍ଚି ପାରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) ରିପୋର୍ଟ କହୁଛି, ପ୍ରତିବର୍ଷ ଦେଶରେ ପ୍ରାୟ ୫ଲକ୍ଷ ମହିଳା ଘରୋଇ ରୋଷେଇରୁ ସୃଷ୍ଟି ଧୂଆଁ କାରଣରୁ ଜୀବନ ହାରୁଥିଲେ । ଏହି ବିଷାକ୍ତ ଧୂଆଁକୁ ଦୂରେଇବାକୁ ମୋଦି ସରକାର ପ୍ରୟାସ କରିଥିଲା । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଏହି ପ୍ରୟାସକୁ ସଫଳ କରିଛି । ଲୋକେ ବାର୍ଷିକ ହାରାହାରି ୭ ଥର ଏଲ୍ପିଜି ରିଫିଲ୍ କରୁଛନ୍ତି । ଯୋଜନାର ୮୦ଧ ଲାଭାର୍ଥୀ ପ୍ରଥମ ବର୍ଷରେ ୪ରୁ ଅଧିକ ରିଫିଲ୍ କରିଛନ୍ତି ।
ଗରିବ ଲୋକଙ୍କ ପକେଟ୍କୁ ସୁହାଇଲା ଭଳି କମ୍ ମାତ୍ରାରେ ଏଲ୍ପିଜି ରିଫିଲ୍ କରିବା ଉପାୟ ବାହାର କରିବାକୁ ସେ ତୈଳ ବିପଣନକାରୀ କମ୍ପାନୀଙ୍କ ଉଦେ୍ଧଶ୍ୟରେ ଆପଣାଇବାକୁ ଧର୍ମେନ୍ଦ୍ର ଆହ୍ୱାନ ଦେଇଛନ୍ତି । ଏହି ଉପାୟ କାଢ଼ିବାକୁ କମ୍ପାନୀମାନେ ବିଚାରବିମର୍ଷ କରନ୍ତୁ ବୋଲି ସେ କହିଛନ୍ତି । ଉର୍ଜ୍ଜାକୁ ଦେଶର ସବୁ ବର୍ଗର ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରିକଳ୍ପନା ରହିଛି । ଏଲ୍ପିଜିର ଲାଭ ଓ ଏଠାକୁ ଠିକ୍ରେ ବ୍ୟବହାର କରିବାର ସୂଚନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଧର୍ମେନ୍ଦ୍ର ଆହ୍ୱାନ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons