ସାଲେପୁର : ସମସ୍ତ ନାରୀ ମନେ ନିଜ ସ୍ୱାମୀଙ୍କ ଦିର୍ଘ ଆୟୁଷ ପାଇଁ ଠାକୁରଙ୍କ ପାଖରେ ବ୍ରତ ରଖି ଶୁଭ କାମନା କରିଥାନ୍ତି। ଆଜି ଦିନରେ ସାବିତ୍ରୀ ଯମରାଜାଙ୍କ ଠାରୁ ସ୍ୱାମୀ ସତ୍ୟାବାନଙ୍କ ଜୀବନ ମୁକୁଳେଇ ଆଣିଥିଲେ। ହେଲେ ସାବିତ୍ରୀ ବ୍ରତର ଗୋଟେ ଦିନ ପୂର୍ବରୁ ଜଣେ ମହିଳା ବେକରେ ଲୁଗା ବାନ୍ଧି ଆତ୍ମହତ୍ୟା କରିଦେଇଛନ୍ତା । ଯାହାକି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏହିଭଳି ଘଟଣା ଦେଖିବାକୁ ମିଳିଛି। କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ବାର ବ୍ଲକ ଅନ୍ତର୍ଗତ ମାଙ୍ଗୁରା ଧାନମଣ୍ଡଳ ପଞ୍ଚାୟତର ରଦ୍ରପୁର ଗାଁରେ ।
ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ଗୋପାଳ ପୁର ଗ୍ରାମର ଗଜେନ୍ଦ୍ର ପଣ୍ଡା ଙ୍କ ଝିଅ ଲଷ୍ମୀପିୟା ପଣ୍ଡା ରଦ୍ରପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ବ୍ରହ୍ମାକୁ ୨ଵର୍ଷ ପୂର୍ବ ଵିଭାହ କରିଥିଲେ । ବିବାହର କିଛି ଦିନ ଗଲାପରେ ପରିବାର ଭିତରେ କଳହ ଲାଗିରହିଥିଲା। ତେବେ ପ୍ରତିଦିନ କଳି ଲାଗି ରହୁଥିବାରୁ ଏଥିରେ ଅତିଷ୍ଠ ହୋଇ ଘରେ କେହି ନଥିବାର ସୁଯୋଗ ନେଇ ବେକରେ ଲୁଗାବାନ୍ଧି ପ୍ୟାନରେ ଓହଳି ପଡିଥିଲା ମହିଳା ।
ପରିବାର ଲୋକେ ଦେଖି ତୁରନ୍ତ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଲଷ୍ମୀପିୟାଙ୍କର ମୃତ୍ୟୁ ହୋଇସାରିଥିବା ଘୋଷଣା କରାଯାଇଥିଲା। ଝିଅର ମୃତ୍ୟୁ ଖଵର ପାଇଁ ପରିବାର ଲୋକେ ପହଞ୍ଚି ଲଷ୍ମୀପିୟାଙ୍କ ସ୍ୱାମୀ ପ୍ରକାଶ ଚନ୍ଦ୍ର ବ୍ରହ୍ମା, ଶାଶୁ, ପ୍ରେମଲତା ବ୍ରହ୍ମା, ଶଶୁର ପୂର୍ଣ୍ଣ ଚନ୍ଦ୍ର ବ୍ରହ୍ମା ଯୌତୁକ ପାଇଁ ଵାରମ୍ୱାର ମାନସିକ ନିର୍ୟ୍ୟାତନା ଦେବାସହ ଝିଅ ମାରିଦେଇଥିବା ଅଭିଯୋଗ ଆଣିଛନ୍ତି। ଏନେଇ ଟାଙ୍ଗୀ ଥାନାରେ ଅଭିଯୋଗ କରିବା ସହ ତରନ୍ତ ନ୍ୟାୟ ମିଳୁ ଵୋଲି ଦାଵି କରିଛନ୍ତି। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଘଟଣାର ତଦନ୍ତ କରିବା ସହ ପ୍ରକାଶ ଚନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
Comments are closed, but trackbacks and pingbacks are open.