ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପଇକମାଲ ଥାନା ଛେଳିଆମାଲ ଗାଁ ପାଖ ଡୁଙ୍ଗୁରି ଅଞ୍ଚଳରୁ ଏକ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମିଳିଥିବା ସୂଚନା ଅନୁସାରେ ପ୍ରାୟ ୩ ଦିନ ପୂର୍ବରୁ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ଶବର ମୁଣ୍ଡକୁ ବାରମ୍ବାର ଚାରି ଚକିଆ ଗାଡିର ଚକରେ ଦଳି ଦିଆଯାଇଥିବା ଦେଖିବାକୁ ମିଲିଛି। ଏହି ମହିଳାଙ୍କ ହତ୍ୟା କରିଥିବା ନେଇ ପୋଲିସ ସନ୍ଦେହ କରୁଛି। ତିନିଦିନ ହୋଇ ଥିବାରୁ ମୃତଦେହଟି ପାଣିରେ ଫୁଲି ସେଥିରୁ ଦୁର୍ଗନ୍ଧ ବାହାରୁଥିବା ଜଣାପଡିଛି। ଏହି ଘଟଣାରେ ପାଇକମାଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ମୃତଦେହର ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ପୋଲିସ୍ ସୂଚନା ଦେଇଛି।
Comments are closed, but trackbacks and pingbacks are open.