ମହିଳାଙ୍କ ଫୁସ୍ଫୁସ୍ରୁ ବାହାରିଲା ହାଇଡେଟେଡ୍ ସିଷ୍ଟ୍

Get real time updates directly on you device, subscribe now.

ବୁର୍ଲା,(ବି.ବି.ନୁ୍ୟଜ୍): ଭିମ୍ସାର ଡାକ୍ତରଙ୍କ ସଫଳତାରେ ଆଜି ଆଉ ଗୋଟିଏ ଫର୍ଦ୍ଧ ଯୋଡ଼ି ହୋଇଛି । ଏକ ବିରଳ ଅସ୍ତେ୍ରାପଚାର ପ୍ରଥମଥର ପାଇଁ ଭିମସାରରେ ସଫଳତାର ସହ କରିଛନ୍ତି ଡାକ୍ତରଗଣ । ଜଣେ ମହିଳାଙ୍କ ଫୁସ୍ଫୁସ୍ ଏବଂ ଯକୃତରୁ ଅସ୍ତେ୍ରାପଚାର କରି ହାଇଡେଟେଡ୍ ସିଷ୍ଟ ବାହାର କରାଯାଇଛି । ଯକୃତରେ ସିଷ୍ଟ ସାଧାରଣ ଘଟଣା ଏବଂ ପୂର୍ବରୁ ଭିମସାରରେ ସଫଳ ଆସ୍ତେ୍ରାପଚାର ହୋଇଥିବା ବେଳେ ଫୁସ୍ଫୁସ୍ରେ ଏହି ହାଇଡେଟେଡ୍ ସିଷ୍ଟର ସଫଳ ଅସ୍ତେ୍ରାପଚାର ବିରଳ ବୋଲି କୁହାଯାଇଛି । ଅସ୍ତେ୍ରାପଚାର ପରେ ବର୍ତ୍ତମାନ ଉକ୍ତ ମହିଳା ରୋଗୀ ଜଣକ ସୁସ୍ଥଥିବା ଓ ତାଙ୍କୁ ଆଇସିୟୁରେ ରଖାଯାଇଥିବା ଜଣାପଡିଛି ।
ସୂଚନା ମତେ, କଳାହାଣ୍ଡିର ସଞ୍ଜୁ ହରିଜନ (୩୦) ଦୀର୍ଘ ଦୁଇ ବର୍ଷ ହେବ ପେଟ ଯନ୍ତ୍ରଣା ସହ ଶ୍ୱାସକ୍ରିୟାରେ ସମସ୍ୟା ଅନୁଭବ କରୁଥିଲେ । ଗତ ୨୨ ତାରିଖ ସେ ଚିକିତ୍ସା ପାଇଁ ବୁର୍ଲା ମେଡିକାଲ ଆସିଥିଲେ । ମହିଳା ସର୍ଜରୀ ୱାର୍ଡରେ ତାଙ୍କ ଭର୍ତ୍ତି କରାଯାଇ ତାଙ୍କର ଏମ୍ଆର୍ଆଇ ଏବଂ ସିଟି ସ୍କାନ୍ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ଉଭୟ ପରୀକ୍ଷା ରିପୋର୍ଟ ଆସିବା ପରେ ତାଙ୍କ ଯକୃତ ଏବଂ ଫୁସ୍ଫୁସ୍ରେ ଏହି ହାଇଡେଟେଡ୍ ସିଷ୍ଟ ଥିବା ଓ ଏଥିପାଇଁ ଅସ୍ତେ୍ରାପଚାର ଆବଶ୍ୟକ ବୋଲି ଜଣାପଡ଼ିଥିଲା । ପରିବାର ଲୋକଙ୍କ ସହମତି ପରେ ଡାକ୍ତରମାନେ ଏହି ବିରଳ ଅସ୍ତେ୍ରାପଚାର ଯୋଜନା ପ୍ରସ୍ତୁତ କରିଥିଲେ । ଆଜି ପୂର୍ବାହ୍ନ ୧୧ ଟାରୁ ଏହି ଅସ୍ତେ୍ରାପଚାର ଆରମ୍ଭ ହୋଇ ଅପରାହ୍ନ ୨ଟାରେ ସମାପ୍ତ ହୋଇଥିଲା । ପ୍ରଥମେ ପେଟର ଅସ୍ତେ୍ରାପଚାର କରାଯାଇ ଯକୃତରୁ ସିଷ୍ଟ ବାହାର କରାଯିବା ପରେ ଛାତିରେ ଅସ୍ତେ୍ରାପଚାର କରାଯାଇ ଫୁସ୍ଫୁସ୍ର ଏହି ହାଇଡେଟେଡ୍ ସିଷ୍ଟକୁ ବାହାର କରାଯାଇଥିଲା ।
ଅସ୍ତେ୍ରାପଚାରରେ ଭିମସାର ସର୍ଜରୀ ବିଭାଗ ସହଯୋଗୀ ପ୍ରଫେସର ଡା. ଅଶୋକ କୁମାର ନାୟକ, ଡା. ମଳୟ କୁମାର ନାୟକ, ଡା. ଧୀରେନ୍ଦ୍ର ନାଥ ସୋରେନ୍, ଡା. ପ୍ରଶାନ୍ତ ହେମ୍ବ୍ରମ୍, ବରିଷ୍ଟ ଆବସିକ ଡାକ୍ତର ଡା. ସୁବ୍ରତ କୁମାର ପ୍ରଧାନ, ଡା. ଜିତେନ୍ଦ୍ର ସାହୁ, ପିଜି ଡାକ୍ତର ଦୀପ୍ତି ରଞ୍ଜନ ଧର, ଡା. ସୋମ୍ୟା ସାହୁଙ୍କ ସମେତ ନିଶ୍ଚେତକ ବିଭାଗର ସହକାରୀ ପ୍ରଫେସର ଡା. ପ୍ରଦୀପ୍ତ ପଟେଲଙ୍କ ସମେତ ଷ୍ଟାଫନର୍ସ ଓ ଅନ୍ୟ କର୍ମଚାରୀଙ୍କ ଟିମ୍ ଉପସ୍ଥିତ ଥିଲେ ।ହାଇଡେଟେଡ୍ ସିଷ୍ଟ ମଣିଷ ଦେହରେ କ୍ୱଚିତ ସୃଷ୍ଟି ହେଉଥିବା ବର୍ଦ୍ଧିତ ମାଂସ ପିଣ୍ଡୁଳା । ମୁଖ୍ୟତଃ ଖାଦ୍ୟଦ୍ରବ୍ୟ ଯଦି କୁକୁର ସଂସ୍ପର୍ଶରେ ଆସିଥାଏ ଏବଂ ସେହି ଖାଦ୍ୟ ମଣିଷ ଖାଇଲେ ମଣିଷ ଦେହରେ ଏଭଳି ହାଇଡେଟେଡ ସିଷ୍ଟ ସୃଷ୍ଟି ହୋଇଥାଏ । କାରଣ କୁକୁରର ଲାଳ ବା କୁକୁର ଦେହରେ ଥିବା ବ୍ୟାକ୍ଟେରିଆ ମଣିଷ ଶରୀରକୁ ପ୍ରବେଶ କଲେ ସେ ଏହି ସିଷ୍ଟ ସୃଷ୍ଟି କରିଥାଏ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons