ବ୍ରହ୍ମପୁର, (ବି.ବି.ନୁ୍ୟଜ୍): କରୋନା ସଂକ୍ରମଣ କାରଣରୁ ଶବ ଛୁଇଁବାକୁ ସବୁ ଡରୁଛନ୍ତି । କରୋନାକୁ ଡର, ମଣିଷକୁ ନୁହେଁ । ଶବକୁ ଉଚିତ୍ ସମ୍ମାନ ଦିଅ ବୋଲି ବାର୍ତ୍ତା ଦେଇ ଅସହାୟ ଶବ ସଂସ୍କାର କରାଉଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା । ବ୍ରହ୍ମପୁରରେ ପୁଣି ଏକ ଶବ ସଂସ୍କାର କରିଛନ୍ତି ବିଧାୟକ ପଣ୍ଡା । ବ୍ରହ୍ମପୁର ବାଲାଜୀପେଣ୍ଠ ସାହି ନିବାସୀ ଅସହାୟ ମହିଳା ଡି.ସାବିତ୍ରୀ ଆଚାରୀ(୭୦)ଙ୍କ ଗତକାଲି ରାତିରେ ମୃତୁ୍ୟ ହୋଇଥିଲା । କରୋନା ଭୟରେ କେହି ସାହି ଭାଇ କିମ୍ୱା ସମ୍ପର୍କୀୟ ପହଞ୍ଚିଲେ ନାହଁ । ଫଳରେ ମର ଶରୀର ଦୀର୍ଘ ସମୟ ଧରି ପଡ଼ି ରହିଥିଲା । ରାତି ୯ଟାରେ ବିଧାୟକ ପଣ୍ଡାଙ୍କ ନିକଟକୁ ଖବର ଆସିବା ପରେ ସେ ସଙ୍ଗେ ସଙ୍ଗେ ପହଞ୍ଚି ଶବ ସକ୍ରାର ବ୍ୟବସ୍ଥା କରାଇଥିଲେ । ଓଡ଼ିଶା ମୋ ପରିବାର ଓ ବିଜୁ ପରିବାରର ବହୁ ସଦସ୍ୟଙ୍କ ସହ ବିଧାୟକ ଉପସ୍ଥିତ ରହି ସଂସ୍କାର କରାଇଥିଲେ । ଏହା ପୂର୍ବରୁ ମଧ୍ୟ ବିଧାୟକ ଅନେକ ଅସହାୟକଙ୍କୁ ସହାୟ ହୋଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ସବୁ ସ୍ତରରେ ପ୍ରଶଂସିତ ହୋଇଛନ୍ତି । ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ଏହି ଉଦ୍ୟମ କାରଣରୁ ଶବ ଅଛୁଆଁ ହେଉନାହିଁ । ଓଡ଼ିଶା ମୋ ପରିବାର ପକ୍ଷରୁ ଅସହାୟକ ବ୍ୟକ୍ତିଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଆମେ ସଂକଳ୍ପବୋଦ୍ଧ ବୋଲି ଓଡ଼ିଶା ମୋ ପରିବାରର ସାଧାରଣ ସମ୍ପାଦକ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା କହିଛନ୍ତି ।
Comments are closed, but trackbacks and pingbacks are open.