ମହିଳା ଗୋÂୀ ପକ୍ଷରୁ ଥାନାରେ ଏତଲା

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ୍):ଜୁଲୁମ୍ର ସୀମା ସରହଦ ଟପିଯାଉଛନ୍ତି ମାଇକ୍ରୋଫାଇନାନ୍ସ କମ୍ପାନି କର୍ମଚାରୀ । ଦିନ କଥା ଛାଡ଼, ରାତି ଅଧରେ ଘରେ ପଶି କିସ୍ତି ଦେବାକୁ ବାଧ୍ୟ କରୁଛନ୍ତି । ମନା କଲେ ବିଭିନ୍ନ ଧମକ ଚମକ ବି ଦେବାକୁ ପଛାଉ ନାହାନ୍ତି । ଏଭଳି ଜୁଲୁମ କେବଳ ମାଇକ୍ରୋଫାଇନାନ୍ସ କମ୍ପାନିର କର୍ମଚାରୀ କରୁନାହାନ୍ତି, ତାଙ୍କ ବ୍ରାଞ୍ଚମ୍ୟାନେଜର ବି ସେଥିରେ ସାମିଲ ରହୁଛନ୍ତି । ମ୍ୟାନେଜରଙ୍କ ଜୁଲୁମ ଅସହ୍ୟ ହେବାରୁ ଶେଷରେ ସ୍ୱୟଂ ସହାୟିକା ଗୋÂୀର ମହିଳାମାନେ ଶିଳ୍ପାଞ୍ଚଳ ଥାନାରେ ଏତଲା ଦାଏର କରିଛନ୍ତି । ମାଇକ୍ରୋଫାଇନାନ୍ସ କମ୍ପାନିର ଏଭଳି ଜୁଲୁମ୍ ବୁଧବାର ଚର୍ଚ୍ଚାର ବିଷୟ ପାଲଟିଛି ।
ଲକ୍ଡାଉନ୍ କଟକଣା ଓ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ଆଗାମୀ ୬ମାସ ପର୍ଯ୍ୟନ୍ତ ଏସ୍ଏସ୍ଜି ଗ୍ରୁପ୍ର ଋଣୀ ମହିଳାଙ୍କଠାରୁ ଋଣ ବାବଦକୁ ସୁଧ ଆଦାୟ ନକରିବା ପାଇଁ ବିଭିନ୍ନ ମାଇକ୍ରୋଫାଇନାନ୍ସ ସଂସ୍ଥାଗୁଡ଼ିକୁ ଗାଇଡ୍ ଲାଇନ୍ ଜାରି କରିିଛନ୍ତି । ମାତ୍ର ଏହାର ବ୍ୟତିକ୍ରମ ବାଲେଶ୍ୱର ଜିଲ୍ଲାରେ ଦେଖିବାକୁ ମିଳୁଛି । ଦୀର୍ଘ ଦିନ ହେବ ମାଇକ୍ରୋଫାଇନାନ୍ସ କମ୍ପାନିର କର୍ମଚାରୀ ବିଭିନ୍ନ ଧମକଚମକ ଦେଇ ଟଙ୍କା ଆଦାୟ କରୁଛନ୍ତି । ସେଥିରେ ବନ୍ଧନ ବ୍ୟାଙ୍କ ମଧ୍ୟ ରହିଛି । ବନ୍ଧନ ବ୍ୟାଙ୍କର ବ୍ରାଞ୍ଚମ୍ୟାନେଜର ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଜୁଲୁମ୍ ଅସହ୍ୟ ହେବାରୁ ଏସ୍ଏଚ୍ଜି ଗ୍ରୁପ୍ର ମହିଳାମାନେ ସେମାନଙ୍କ ବିରୋଧରେ ଶିଳ୍ପାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ସେମାନେ ଅଭିଯୋଗ କରିଛନ୍ତି, ଲକ୍ଡାଉନ୍ କଟକଣା ଓ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଆର୍ବିଆଇ ୬ ମାସ ପର୍ଯ୍ୟନ୍ତ ଋଣ ବାବଦ ସୁଧ ଆଦାୟ ନକରିବା ନିଦେ୍ର୍ଧଶ ଦେଇଛନ୍ତି । ଏହାସତ୍ତେ୍ୱ ବାଲେଶ୍ୱର ଜିଲ୍ଲା ତଥା ସହରର ବିଭିନ୍ନ ମାଇକ୍ରୋଫାଇନାନ୍ସ କମ୍ପାନିଗୁଡ଼ିକର ମ୍ୟାନେଜରଙ୍କ ଠାରୁ ଆରମ୍ଭକରି ଡିଓ ମାନେ ବାରମ୍ବାର ରାତି ଅଧରେ ଋଣୀ ମହିଳାଙ୍କ ଘରକୁ ଯାଇ ଜୁଲୁମ କରୁଛନ୍ତି । ମାର୍ଚ୍ଚ ମାସଠାରୁ ଜୁନ୍ ମାସ ପର୍ଯ୍ୟନ୍ତ ବକେୟା ଥିବା କିସ୍ତିଗୁଡିକୁ ଆଦାୟ ପାଇଁ ନାଲିଆଖି ଦେଖାଉଛନ୍ତି । ବିଭିନ୍ନ ଧମକ ଚମକ ଦେଇଛନ୍ତି । କୋଭିଡ୍ କଟକଣା ଯୋଗୁଁ ବେପାର ବଣିଜ ଠପ୍ ରହିଛି । ଏଭଳି ସମୟରେ ଟଙ୍କା ପରିଶୋଧ କରିହେବ ନାହିଁ ବୋଲି ମହିଳାମାନେ ନେହୁରା ହୋଇଥିଲେ ମଧ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷ ସେମାନଙ୍କ କାକୁତି ମିନତି ଶୁଣୁନାହାନ୍ତି । ବିଶେଷ କରି ବନ୍ଧନ ବ୍ୟାଙ୍କ କର୍ମଚାରୀଙ୍କ ଜୁଲୁମ ସୀମା ଟପିଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।
ଏହାର ପ୍ରତିବାଦରେ ଅଙ୍ଗାରଗଡ଼ିଆର ତାରିଣୀ ମହିଳା ସ୍ୱୟଂସହାୟକ ଗୋÂୀର ଅଧ୍ୟକ୍ଷା ଅବନ୍ତୀ ପାଢ଼ୀ ବନ୍ଧନ ବ୍ୟାଙ୍କର ବ୍ରାଞ୍ଚମ୍ୟାନେଜର ଓ ଅନ୍ୟାନ୍ୟ କର୍ମଚାରୀଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପତ୍ରରେ ସେ ଉଲ୍ଲେଖ କରିଛନ୍ତି, ବ୍ୟାଙ୍କର ବ୍ରାଞ୍ଚମ୍ୟାନେଜର ଓ ଅନ୍ୟାନ୍ୟ କର୍ମଚାରୀ ବାରମ୍ବାର ଫୋନ୍ କରିବା ସହ ଘରକୁ ଆସି ବକେୟା କିସ୍ତି ଦେବା ପାଇଁ ତାଗିଦ୍ କରୁଛନ୍ତି । ଏହାର ପ୍ରତିବାଦ କଲେ ସେମାନେ ନାଲି ଆଖି ଦେଖାଉଛନ୍ତି । ଏମିତିକି ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳଙ୍କୁ ଅପମାନ କରିବାକୁ ପଛାଉ ନାହାନ୍ତି । ବକେୟା କିସ୍ତି ନ ଦେଲେ ପରିସ୍ଥିତି ଭୟାଭୟ ହେବ ବୋଲି ମଧ୍ୟ ଧମକ ଦେଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ।
ଥାନା ଅଧିକାରୀ ପରେଶ ରାଉତ ଅଭିଯୋଗପତ୍ର ଗ୍ରହଣ କରିବା ସହ ଆଗାମୀ ଦିନରେ ଏହା ଉପରେ ତଦନ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଅଭିଯୋଗ ପତ୍ର ପ୍ରଦାନ କରିବା ବେଳେ ପିସିସି ମୁଖପାତ୍ର ସୁଦର୍ଶନ ଦାସ, ଜିଲ୍ଲା ମହିଳା କଂଗ୍ରେସ ଅଧ୍ୟକ୍ଷା ପ୍ରଜ୍ଞାପାରମିତା ମହାନ୍ତି, ଦେବଦତ୍ତ ଦାସ ପ୍ରମୁଖଙ୍କ ସମେତ ବାସନ୍ତୀ ମୁର୍ମୁ, ମଞ୍ଜୁଲତା ଆଦକ, ଡଲି ମହାନ୍ତି, ସୀତା ମୁର୍ମୁ, ସୁଚିତ୍ରା ମହାପାତ୍ର, ସୋନାଲି ଜେନା, ପ୍ରତିମା ମୁର୍ମୁ, ସୁମିତ୍ରା ପରିଡା, ସାବିତ୍ରୀ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons