ମହିଳା ଟି-ଟ୍ୱେଣ୍ଟି: ଅଷ୍ଟ୍ରେଲିଆ ରେକର୍ଡ଼ ଭାଙ୍ଗିଲା ଥାଇଲାଣ୍ଡ

Get real time updates directly on you device, subscribe now.

ନୂଆଦିଲ୍ଲୀ: ମହିଳା ଟି-ଟ୍ୱେଣ୍ଟି କ୍ରିକେଟରେ ଥାଇଲାଣ୍ଡ ଦଳ ନିଆରା ରେକର୍ଡ଼ର ଅଧିକାରୀ ହୋଇଛି । ଦଳ କ୍ରମାଗତ ୧୭ଟି ବିଜୟ ସହ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଦଳର ପୂର୍ବ କ୍ରମାଗତ ବିଜୟ ରେକର୍ଡ଼ ଭଙ୍ଗ କରିଛି । ନେଦରଲାଣ୍ଡରେ ଚାଲିଥିବା ଚତୁଃରାଷ୍ଟ୍ରୀୟ ମହିଳା ଟି-ଟ୍ୱେଣ୍ଟି କ୍ରିକେଟ୍ରେ ଥାଇଲାଣ୍ଡ ଗତ ଶନିବାର ଆୟୋଜକ ଦଳକୁ (୮ୱିକେଟ୍ରେ) ପରାସ୍ତ କରି ଏହି କାରନାମା କରିଛି । ମହିଳା ଟି-ଟ୍ୱେଣ୍ଟିରେ ପୂର୍ବରୁ ସର୍ବାଧିକ କ୍ରମାଗତ ବିଜୟ ରେକର୍ଡ଼ ଅଷ୍ଟ୍ରେଲିଆ ନାମରେ ରହିଥିଲା । ଅଷ୍ଟ୍ରେଲିଆ ଲଗାତର ୧୬ଟି ମ୍ୟାଚ୍ ଜିତିଥିଲା । କିନ୍ତୁ ଥାଇଲାଣ୍ଡ ୧୭ ବିଜୟ ସହ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି । ଏହି ତାଲିକାରେ ଜିମ୍ବାୱେ ଓ ଇଂଲଣ୍ଡ ଦଳ ୧୪ଟି ବିଜୟ ସହ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛି । ସୂଚନାଯୋଗ୍ୟ, ଚଳିତ ଚତୁଃରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ଥାଇଲାଣ୍ଡ ଯଥାକ୍ରମେ ସ୍କଟଲାଣ୍ଡ, ନେଦରଲାଣ୍ଡସ ଓ ଆୟର୍ଲାଣ୍ଡ ଦଳକୁ ପରାସ୍ତ କରି ଅପରାଜେୟ ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons