ମହିଳା ଦିବସରେ ଆସିଲାନି ଆମ୍ବୁଲାନ୍ସ:କମାଣ୍ଡରରେ ପ୍ରସବ

Get real time updates directly on you device, subscribe now.

ପଟ୍ଟାଙ୍ଗି,(ବି.ବି.ନୁ୍ୟଜ୍): ସାରା ବିଶ୍ୱରେ ଆଜି ମହିଳା ଦିବସ ପାଳନ କରାଯାଉଛି । କିନ୍ତୁ ଉପାନ୍ତ ଅଞ୍ଚଳରେ ମହିଳାଙ୍କ ପାଇଁ ଆମ୍ବୁଲାନ୍ସ ଅପହଞ୍ଚ ରହିଛି । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଆନ୍ଧ୍ର-ଓଡିÿଶା ସୀମାନ୍ତ କୋଟିଆ ଗାଁର ଜଣେ ଗର୍ଭବତୀ ଆମ୍ବୁଲାନ୍ସ ଅଭାବରୁ ସ୍ୱାସ୍ଥ୍ୟକେନ୍ଦ୍ର ଯାଇନପାରି ଏକ କମାଣ୍ଡରରେ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି ।
କୋଟିଆ ପଞ୍ଚାୟତ ତଳସେମ୍ବୀ ଗାଁର ମୁକେୟା ହାରଡାଙ୍କ ପତ୍ନୀ ଗୁଣ୍ଡୁଲି ହାରଡାଙ୍କ ଆଜି ସକାଳେ ପ୍ରସବକାଳୀନ ଯନ୍ତ୍ରଣା ହୋଇଥିଲା । ଗ୍ରାମବାସୀ ୧୦୨ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଫୋନ୍ ପାଇ ଆମ୍ବୁଲାନ୍ସ ମଧ୍ୟ ଗାଁକୁ ଆସିବା ଲାଗି ବାହାରିଥିଲା । ହେଲେ କୌଣସି କାରଣରୁ ପୁଣିଥରେ ଫେରିଯାଇଥିଲା । ଅତ୍ୟଧିକ ଯନ୍ତ୍ରଣାରେ ଛଟପଟ ହେଉଥିବା ଗୁଣ୍ଡୁଲିଙ୍କୁ ଡାକ୍ତରଖାନା ନେବା ପାଇଁ ପରିବାର ସହ ଗ୍ରାମବାସୀ ବାଧ୍ୟ ହୋଇ ଏକ କମାଣ୍ଡର ଭଡା ନେଇଥିଲେ । କମାଣ୍ଡରରେ ଗର୍ଭବତୀଙ୍କୁ ପଟ୍ଟାଙ୍ଗି ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯିବା ବେଳେ ଗାଁରୁ ୫୦୦ ମିଟର ଦୂରରେ ଯନ୍ତ୍ରଣା ଅଧିକ ହୋଇଥିଲା । କମାଣ୍ଡରରେ ହିଁ ମହିଳାଜଣକ ଏକ ଶିଶୁକନ୍ୟାକୁ ପ୍ରସବ କରିଥିଲେ । ଖବରପାଇ ସ୍ଥାନୀୟ ଏଏନ୍ଏମ୍ ଓ ଅଙ୍ଗନବାଡି ଦିଦି ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ମାଆ ଓ ନବଜାତକୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଡାକ୍ତର କହିଛନ୍ତି । ସୂଚନାଯୋଗ୍ୟ ଯେ, ଠିକ୍ ସମୟରେ ୧୦୨ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଆସିନଥିବାରୁ ଏଭଳି ଘଟଣା ଘଟିଥିବା ଗ୍ରାମବାସୀ କହିଛନ୍ତି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons