ମହିଳା ମାଓବାଦୀ ଆଡମେଙ୍କ ଆତ୍ମସମର୍ପଣ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ୍): ମାଓ ଦମନ କ୍ଷେତ୍ରରେ ଜିଲ୍ଲା ପୁଲିସକୁ ମିଳିିଛି ଆଉ ଏକ ବଡ଼ ସଫଳତା । ଛତିଶଗଡ଼ର ଦରଭା ଡିଭିଜନ ମାଓନେତ୍ରୀ ଆଡମେ ମାଡକାମି (୨୨) ଆଜି ଏସ୍ପି ରିଶିକେଶ ଡି ଖିଲାରୀଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ୨୦୧୫ରୁ ଆଡମେ ବିଭିନ୍ନ ଥାନା ଅଞ୍ଚଳରେ ମାଓ ହିଂସାରେ ଜଡିତ ଥିଲେ । ତାଙ୍କ ମୁଣ୍ଡରେ ରାଜ୍ୟ ସରକାର ୨ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ । ସରକାରୀ ନିୟମ ଅନୁସାରେ ତାଙ୍କୁ ସ୍ୱତନ୍ତ୍ର ସହାୟତା ପ୍ୟାକେଜ୍ ଯୋଗାଇ ଦିଆଯିବ ବୋଲି ଏସ୍ପି ଶ୍ରୀ ଖିଲାରୀ କହିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ଏସ୍ପି କହିଛନ୍ତି ଯେ, ଆତ୍ମସମର୍ପଣକାରୀ ମାଓନେତ୍ରୀ ଆଡମେଙ୍କ ଘର ମାଲକାନଗିରି ଜିଲ୍ଲା ମାଥିଲି ଥାନା କମାରପାଲି ଗାଁରେ । ୨୦୧୫ରେ ସେ ମାଓସଂଗଠନରେ ଯୋଗଦେଇ ଓଡ଼ିଶା-ଛତିଶଗଡ ବର୍ଡର ଦଣ୍ଡକାରଣ୍ୟ ସ୍ପେଶାଲ ଜୋନ୍ କମିଟିର ଦରଭା ଡିଭିଜନ ମିଲିଟାରି ପ୍ଲାଟୁନରେ ସାମିଲ ହୋଇ ତୁଳସୀ ପାହାଡ ଅଞ୍ଚଳର କାମ କରୁଥିଲା । ୨୦୧୫ରେ ଦଣ୍ଡିପଦର ଗାଁ ମୁଖିଆ ଭୀମା ମାଡକାମୀଙ୍କୁ ହତ୍ୟା, ୨୦୧୭ରେ ଜନ୍ଦ୍ରାଗୁଡାର ମୁୟା କବାସୀଙ୍କୁ ହତ୍ୟା, ୨୦୧୮ରେ ଖଟୁଆପଦର ଗାଁର ପରଦେଶୀ ଦୁରୁଆଙ୍କୁ ହତ୍ୟା, ଲୁଲେରରେ ବିଭିନ୍ନ ଗାଡ଼ି ପୋଡିବା, ମହୁପଦର, ଦଲଦଲି ଗାଁ ଜଙ୍ଗଲରେ ପୁଲିସ ଉପରକୁ ଗୁଳି ଚଳାଇବା ଭଳି ବିଭିନ୍ନ ହିଂସାରେ ସେ ସାମିଲ ଥିଲେ । ଆଡମେ ଓ ତାଙ୍କ ସାଥୀଙ୍କ ଯୋଗୁ ଆଭ୍ୟନ୍ତରୀଣ ଅଞ୍ଚଳରେ କୌଣସି ବିକାଶମୂଳକ କାର୍ଯ୍ୟ ହୋଇପାରୁ ନଥିଲା । ଆତ୍ମସମର୍ପଣ ପରେ ଆଡମେ ମାଓବାଦୀଙ୍କ ଉପରେ ବର୍ଷିଛନ୍ତି । କହିଛନ୍ତି, ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରକାର କଥା କହି ଦଳର ସଦସ୍ୟମାନେ ଗାଁ ଲୋକଙ୍କୁ ଧମକଇ ସଂଗଠନରେ ସାମିଲ କରୁଥିଲେ । ଏପରିକି ମହିଳା, ଯୁବତୀ ଓ ସାନପିଲାଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ପ୍ରଥମେ ନାଟ୍ୟ ଚେତନା ଦଳମ୍ରେ ଭର୍ତ୍ତି କରୁଥିଲେ । ଯୁବକ ଯୁବତୀଙ୍କୁ ସଙ୍ଗୀତ ଓ ନୃତ୍ୟ ସହିତ ବିଭିନ୍ନ ପ୍ରକାର ତାଲିମ ଦିଆଯାଉଥିଲା । ମାଓବାଦୀମାନେ ଲୋକଙ୍କ ଉପକାର ବଦଳରେ ମାଡ ମାରିବା, ହତ୍ୟା କରିବା କାମ କରୁଛନ୍ତି । ଦିନରେ ପୁଲିସ ଗିରଫ ଭୟ ଓ ରାତିରେ ମାଓବାଦୀଙ୍କ ଅତ୍ୟାଚାରରେ ଅତିÂ ହୋଇ ବାଧ୍ୟ ହୋଇ ସଂଗଠନ ଛାଡି ପୁଲିସ ନିକଟରେ ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି ନେଇଥିଲେ । ଆଡମେଙ୍କୁ ସରକାରୀ ନିୟମ ଅନୁଯାୟୀ ସହାୟତା ଯୋଗାଇ ଦିଆଯିବ ବୋଲି ଏସପି ଶ୍ରୀ ଖିଲାରୀ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଏସ୍ଏଫ କମାଣ୍ଡାଣ୍ଟ, ସହକାରୀ ଏସପି (ଅପରେସନ) ବିଷ୍ଣୁ ମୋହନ ମୁଅାଁଖିଆ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons